Advertisment

‘ମୁସଲମାନ ସମ୍ପ୍ରଦାୟକୁ ଗ୍ରହଣ କର ନଚେତ୍‌ ଦେଶ ଛାଡ’: ଶିଖ୍ ସମ୍ପ୍ରଦାୟଙ୍କୁ ତାଲିବାନ୍‌ର ଧମକ୍

ମୁସଲମାନ ସମ୍ପ୍ରଦାୟ ଗ୍ରହଣ ନ କଲେ ଦେଶ ଛାଡିବାକୁ ଧମକ୍‌ ଦେଇଛି ତାଲିବାନ୍‌ । ତାଲିବାନ୍‌ର ଆଫଗାନ୍‌ ଦଖଲ ପରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଯଦି ସେମାନେ ମୁସଲମାନ ସମ୍ପ୍ରଦାୟ ନ ଆପଣାଇବେ ତେବେ ସେମାନଙ୍କୁ ଜୀବନକୁ ମାରିଦେବାକୁ ଧମକ୍‌ ଦିଆଯାଉଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
South asia Sikhs in Afghanistan under threat to either convert to islam or leave country

South asia Sikhs in Afghanistan under threat to either convert to islam or leave country

କାବୁଲ: ମୁସଲମାନ ସମ୍ପ୍ରଦାୟ ଗ୍ରହଣ ନ କଲେ ଦେଶ ଛାଡିବାକୁ ଧମକ୍‌ ଦେଇଛି ତାଲିବାନ୍‌ । ତାଲିବାନ୍‌ର ଆଫଗାନ୍‌ ଦଖଲ ପରେ ଆଫଗାନିସ୍ତାନରେ ଥିବା ସଂଖ୍ୟାଲଘୁ ସଂମ୍ପ୍ରଦାୟର ଲୋକମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏମିତିକି ଯଦି ସେମାନେ ମୁସଲମାନ ସମ୍ପ୍ରଦାୟ ନ ଆପଣାଇବେ ତେବେ ସେମାନଙ୍କୁ ଜୀବନକୁ ମାରିଦେବାକୁ ଧମକ୍‌ ଦିଆଯାଉଛି ।

Advertisment

ସୂଚନା ଅନୁସାରେ, ଆଫଗାନିସ୍ତାନରେ ବାସ କରୁଥିବା ଶିଖ୍ ସମ୍ପ୍ରଦାୟର ଲୋକମାନେଙ୍କ ଜୀବନ ପ୍ରତି ବିପଦ ରହିଛି । କାରଣ ତାଲିବାନ୍ ସେମାନଙ୍କୁ ନିଜ ସମ୍ପ୍ରଦାୟ ଛାଡି ମୁସଲମାନଙ୍କ ସୁନ୍ନି ସଂମ୍ପ୍ରଦାୟକୁ ଆପଣାଇବା ପାଇଁ ବାଧ୍ୟ କରୁଛନ୍ତି ବୋଲି ନିକଟରେ ଏକ ଅନ୍ତର୍ଜାତୀୟ ରିପୋର୍ଟରେ ପ୍ରକାଶ କରାଯାଇଛି ।

ଆଫଗାନିସ୍ତାନରେ ଅନେକ ଶିଖ ବିରୋଧରେ ହିଂସାକାଣ୍ଡ ତଥା ଆକ୍ରମଣ କରାଯାଇଛି । ଗତ ବର୍ଷ ଜୁନ୍‌ରେ ଆତଙ୍କବାଦୀମାନେ ଆଫଗାନିସ୍ତାନର ଶିଖ ନେତାଙ୍କୁ ଅପହରଣ କରି ନେଇଥିଲେ। ହେଲେ ଏ ବିଷୟରେ ଅଧିକ ତଥ୍ୟ ପ୍ରକାଶିତ ହୋଇପାରି ନାହିଁ । ସେହିପରି କାବୁଲ୍‌ରେ ମଧ୍ୟ ୨୦୧୯ରେ ଜଣେ ଶିଖ ବ୍ୟକ୍ତିଙ୍କୁ ଅପହରଣ କରି ହତ୍ୟା କରାଯାଇଥିଲା । କେବଳ ଏତିକି ନୁହେଁ ଜଣେ ଶିଖ ବ୍ୟକ୍ତିଙ୍କୁ କେହି ଜଣେ ଦୁର୍ବୁତ୍ତ ଗୁଳି କରି ମଧ୍ୟ ହତ୍ୟା କରିଥିଲେ।

Advertisment

ଇଣ୍ଟରନ୍ୟାସନାଲ୍ ଫୋର୍ମ ଫର୍ ରାଇଟ୍‌ସ ଆଣ୍ଡ ସିକ୍ୟୁରିଟି (IFFRAS)ର ଏକ ରିପୋର୍ଟରେ କୁହାଯାଇଛି ଯେ, ବହୁ ଶତାଦ୍ଦୀ ଧରି ଆଫଗାନିସ୍ତାନରେ ହଜାର ହଜାର ଶିଖ୍‌ ସମ୍ପ୍ରଦାୟର ଲୋକମାନେ ବାସ କରିଆସୁଛନ୍ତି । ହେଲେ ବିଗତ କିଛି ବର୍ଷ ମଧ୍ୟରେ ଧାର୍ମିକ, ହିଂସା, ହତ୍ୟା ଏବଂ ଭେଦଭାବ ଫଳରେ ସେମାନେ ଦେଶ ଛାଡି ପଳାଉଛନ୍ତି । ଯାହା ଦ୍ୱାରା ଦେଶରେ ଧିରେ ଧିରେ ଶିଖ୍‌ ସମ୍ପ୍ରଦାୟର ଲୋକମାନେ ହ୍ରାସ ପାଇବାରେ ଲାଗିଛି ।

IFFRAS ତଥ୍ୟ ଅନୁଯାୟୀ, ଶିଖ୍‌ ସମ୍ପ୍ରଦାୟର ଲୋକମାନେ ସୁନ୍ନି ସମ୍ପ୍ରଦାୟର କଠୋର ବିଚାରଧାରା ବିରୁଦ୍ଧରେ ଥିବାରୁ ସେମାନଙ୍କୁ ଇସଲାମ ଧର୍ମ ଗ୍ରହଣ କରିବାକୁ ବାଧ୍ୟ କରାଯାଉଛି । ସଂଖ୍ୟାଲଘୁ ଶିଖଙ୍କ ଜାତିକୁ ସୁରକ୍ଷା ତଥା ସେମାନଙ୍କୁ ସୁରକ୍ଷା ଯୋଗାଇବାରେ ଆଫଗାନିସ୍ତାନର ପୂର୍ବତନ ଶାସନ ବିଫଳ ସାବ୍ୟସ୍ତ ହୋଇଛି । ବର୍ତ୍ତମାନ ତାଲିବାନ ସରକାରର ମନମୁଖୀ କାର୍ଯ୍ୟ ଫଳରେ ଆଫଗାନିସ୍ତାନରେ ଶିଖ୍‌ମାନଙ୍କର ସମ୍ପ୍ରଦାୟ ଲୋପ୍‌ ପାଇବାରେ ଲାଗିଲାଣି ।

Sikh Taliban
Advertisment
Advertisment