Advertisment

ଏହି ବିମାନରେ କେହି ପାସେଞ୍ଜର ନଥିଲେ, ଯାତ୍ରା କଲେ ମାତ୍ର ଜଣେ... ପାଇଲେ ଫୁଲ୍‌ ଭିଆଇପି ଟ୍ରିଟ୍‌

ପ୍ଲାଇଟ୍‌ ଟିକେଟ୍‌ ବାବଦକୁ ତାଙ୍କୁ ୧୩ ହଜାର ଟଙ୍କା ଦେବାକୁ ପଡ଼ିଥିଲା।

ଅଦ୍ୟତନ ହୋଇଛି
Solo Flight Journey Cost UK Man Only ₹ 13,000

Solo Flight Journey Cost UK Man Only ₹ 13,000

Advertisment

ପାସେଞ୍ଜର ନଥାଇ ବସ୍‌ ଯାଉଥିବାର ଦେଖିଥିବେ। ହେଲେ ଜଣେ ଯାତ୍ରୀଙ୍କୁ ନେଇ ବିମାନରେ ଯିବା କେବେ ଦେଖିଛନ୍ତି କି? କିନ୍ତୁ ଏହା ସମ୍ଭବ ହୋଇପାରିଛି। ବିମାନରେ ଏକୁଟିଆ ଭ୍ରମଣ ବୋଲି ଭାବୁଥିବେ। ବିମାନରେ ଜଣେ ଯାତ୍ରୀକୁ ନେଇ ଯାତ୍ରା କରିବାର ଅର୍ଥ ଜଣେ କେହି ଭିଆଇପି କିମ୍ବା ଦେଶର ସର୍ବୋଚ୍ଚ ଗୁରୁତ୍ୱପୂର୍ଣ୍ଣ ପଦବୀରେ ଥିବେ। ରାଷ୍ଟ୍ରପତି କିମ୍ବା ପ୍ରଧାନମନ୍ତ୍ରୀ ଯାତ୍ରା କରିବା ସମୟରେ ସ୍ୱତନ୍ତ୍ର ବିମାନରେ ଯାତ୍ରା କରନ୍ତି। ହେଲେ ଜଣେ ସାଧାରଣ ଯାତ୍ରୀଙ୍କ ପାଇଁ ଏହା କଣ ସମ୍ଭବ। ହଁ ଆଜ୍ଞା... ଏହା ସମ୍ଭବ ହୋଇପାରିଛି ଜଣେ ବ୍ୟକ୍ତିଙ୍କ ‍କ୍ଷେତ୍ରରେ।

Advertisment

ବିମାନରେ ଏକୁଟିଆ ଯାତ୍ରା କରିବାର ମଜା ବେଶ ନିଆରା। ଜଣେ ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଗଲା ବିମାନ। ଯାହାକି ସାଧାରଣରେ ବିଶ୍ୱାସଯୋଗ୍ୟ ନୁହେଁ। ଆମେରିକାର ଜଣେ ବ୍ୟକ୍ତି ପର୍ତ୍ତୃଗାଲରେ ଥିବା ପରିବାର ଲୋକଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ। ସେଥିପାଇଁ ସେ ନଦର୍ଣ୍ଣ ଆୟାରଲ୍ୟାଣ୍ଡରୁ ପର୍ତ୍ତୃଗାଲକୁ ପ୍ଲାଇଟ୍‌ ଟିକେଟ୍‌ କରିଥିଲେ। ହେଲେ ବିମାନରେ ଯାତ୍ରା କରିବା ସମୟରେ ସେ ଯାହା ଦେଖିଲେ, ତାଙ୍କୁ ଆଚମ୍ବିତ କରିଦେଲା।

ଅଧିକ ପଢ଼ନ୍ତୁ: ଏଠି କେବଳ ବିମାନ ସେବା; ପହଞ୍ଚିବେ ମାତ୍ର ଗୋଟିଏ ମିନିଟ୍‌ରେ

ବିମାନରେ ସେ ହିଁ ଏକମାତ୍ର ଯାତ୍ରୀ ଥିଲେ ଅର୍ଥାତ୍ ଜଣେ ଯାତ୍ରୀକୁ ନେଇ ବିମାନ ଉଡ଼ାଣ ଆରମ୍ଭ କରିଥିଲା। ତାହାହେଲେ ଜଣେ ଯାତ୍ରୀଙ୍କୁ ବିମାନ ନେଲା କଣ ପାଇଁ ? ସେ କଣ ଭିଆଇପି ନା ସାଧାରଣ ଯାତ୍ରୀ? ଆପଣ ଯଦି ଭାବୁଥିବେ, ସେ ଭିଆଇପି ତାହା ସମ୍ପୂର୍ଣ୍ଣ ଭୁଲ, ସେ ଜଣେ ସାଧାରଣ ଯାତ୍ରୀ। ହେଲେ ସାଧାରଣ ଯାତ୍ରୀଙ୍କ ପାଇଁ ଏତେ ଭିଆଇପି ଚର୍ଚ୍ଚା କାହିଁକି, ଆସନ୍ତୁ ଜାଣିବା।

Advertisment

ନ୍ୟୁୟର୍କ ପୋଷ୍ଟ ରିପୋର୍ଟ ଅନୁସାରେ ୬୫ ବର୍ଷୀୟ ବ୍ୟକ୍ତି ପଲ୍ ୱିଲ୍‌କିନସନ ତାଙ୍କ ପରିବାରକୁ ଭେଟିବା ପାଇଁ ବିମାନ ଯୋଗେ ଯାତ୍ରା କରିବାର ଥିଲା। ହେଲେ ସେତେବେଳେ JET2 ବିମାନ ପାଇଁ ଲାଇନ୍‌ରେ କୌଣସି ଯାତ୍ରୀ ନଥିବାରୁ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବୋଧହୁଏ ବିମାନ ଯାତ୍ରା ବାତିଲ କିମ୍ବା ସ୍ଥଗିତ ହୋଇଥାଇପାରେ। ହେଲେ ଇନକ୍ୱାରୀ ସମୟରେ ପଚାରିବା ବେଳେ, ତାଙ୍କୁ କୁହାଯାଇଥିଲା ଯେ, ‘ଆଜି ଆପଣ VIP guest। ପାସପୋର୍ଟ ଚେକିଂ ସମୟରେ ସେମାନେ କହିଥିଲେ ଯେ ଓଃ ମିଷ୍ଟର ପଲ୍‌... ଆପଣ ଆଜିର VIP... ଆପଣ ଏକୁଟିଆ ବିମାନରେ ଯାତ୍ରା କରୁଛନ୍ତି।

ପଲ୍ ୱିଲ୍‌କିନସନ କହିଛନ୍ତି, ମୁଁ ପ୍ରଥମେ ଏହା ଶୁଣି ହସିଦେଲି ଆଉ ଭାବିଲି ବୋଧହୁଏ ମୁଁ ଜଲଦି କିମ୍ବା ବିଳମ୍ବରେ ଆସିଛି। ବୋଧହୁଏ ବିମାନ ଯାତ୍ରା ବାତିଲ କିମ୍ବା ସ୍ଥଗିତ ହୋଇଥାଇପାରେ। ଏହାପରେ ମୁଁ ବିମାନରେ ପ୍ରବେଶ କରିବା  ସମୟରେ ମୋତେ କିଙ୍ଗ୍‌ ପଲ୍‌ ବୋଲି ସମ୍ବୋଧିତ କରିଥିଲେ। ମୁଁ ବିମାନରେ ଏକମାତ୍ର ଯାତ୍ରୀ ଥିଲି। ଆଉ ମୁଁ ଯେପରି ମୋର ନିଜସ୍ୱ ପ୍ରାଇଭେଟ୍‌ ଜେଟ୍‌ରେ ଯାତ୍ରା କରୁଥିଲି, ତାହା ଅନୁଭବ ହୋଇଥିଲା।

Advertisment

ବିମାନ ଉଡ଼ାଣ ସମୟରେ ସେ ବସିବା ପାଇଁ ଗୋଟିଏ ସିଟ୍ ବାଛିଥିଲେ। କ୍ୟାପଟେନ୍‌ଙ୍କ ସହ କଥା ହେବା ପାଇଁ ସୁଯୋଗ ବି ମିଳିଯାଇଥିଲା। ତେବେ ପର୍ତ୍ତୃଗାଲରୁ ଫେରିବା ପାଇଁ ବୋଧହୁଏ କୌଣସି ଯାତ୍ରୀ ନଥିଲେ। ଫଳରେ ସେ ହି ଏକମାତ୍ର ଯାତ୍ରୀ ଥିଲେ । ଏହା ତାଙ୍କର ସୌଭାଗ୍ୟ ଥିଲା ଓ ଆଉ କେବେବି ଏପରି ସୁଯୋଗ ମିଳିବ ନାହିଁ ବୋଲି ସେ କହିଛନ୍ତି। ପ୍ଲାଇଟ୍‌ ଟିକେଟ୍‌ ବାବଦକୁ ତାଙ୍କୁ ୧୩ ହଜାର ଟଙ୍କା ଦେବାକୁ ପଡ଼ିଥିଲା।

Flight Services
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ