Advertisment

ସହରରେ ଲାଗିଛି ଭେଣ୍ଡିଂ ମେସିନ୍‌, ବଟନ ଟିପିଲେ ବାହାରିବ ରୁଟି

ୟୁନାଇଟେଡ ଆରବ ଏମିରେଟର ଧନୀ ସହର ଦୁବାଇ। ଆପଣଙ୍କ ପର୍ସରେ ଟଙ୍କା ନାହିଁ ଅର୍ଥ ଏ ସହର ଆପଣଙ୍କ ପାଇଁ ନୁହେଁ। ଏମିତି ପରିସ୍ଥିତିରେ ଏଠିକାର ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକେ ସକାଳ ହେଲେ ପ୍ରଥମେ ଚିନ୍ତା କରନ୍ତି ଆଜି ଦିନକୁ ଥରେ ଖାଇବାକୁ ମିଳିବ ତ ?

author-image
Minati Mishra
ଅଦ୍ୟତନ ହୋଇଛି
 smart machines provide free bread for needy

smart machines provide free bread for needy

ଭୋକର ଦୁଃଖ ଯିଏ ଭୋଗିଛି ସେ ଜାଣିଛି। ଭୋକିଲା ଲୋକଟିଏ ପାଇଁ ପଟେ ରୁଟିର ମୂଲ୍ୟ କୋଟି କୋଟି ଟଙ୍କାଠାରୁ ବି ଅଧିକ। ପ୍ରତି ଦେଶରେ ପ୍ରତି ସରକାରଙ୍କର ପ୍ରଥମ ପ୍ରତିଶ୍ରୁତି- ଦେଶରେ କେହି ଭୋକରେ ରହିବେନି । ତଥାପି ପୃଥିବୀରେ ଏମିତି ଅନେକ ଦେଶ ଅଛି ଯେଉଁଠି ଦରଦାମ ବୃଦ୍ଧି ଯୋଗୁ ଲୋକେ ଦିନକୁ ଥରେ ବି ପେଟ ପୂରା ଖାଇବାକୁ ପାଆନ୍ତି ନାହିଁ। ୟୁନାଇଟେଡ ଆରବ ଏମିରେଟର ଧନୀ ସହର ଦୁବାଇ। ଆପଣଙ୍କ ପର୍ସରେ ଟଙ୍କା ନାହିଁ ଅର୍ଥ ଏ ସହର ଆପଣଙ୍କ ପାଇଁ ନୁହେଁ। ଏମିତି ପରିସ୍ଥିତିରେ ଏଠିକାର ଗରିବ ତଥା ଶ୍ରମିକ ଶ୍ରେଣୀର ଲୋକେ ସକାଳ ହେଲେ ପ୍ରଥମେ ଚିନ୍ତା କରନ୍ତି ଆଜି ଦିନକୁ ଥରେ ଖାଇବାକୁ ମିଳିବ ତ ? ଦୁବାଇର ଏଇ ଗରିବ ଏବଂ ଶ୍ରମିକମାନଙ୍କ ପାଇଁ ଖୁସି ଖବର। ଏମାନଙ୍କୁ ଆଉ ସହିବାକୁ ପଡ଼ିବନି ଭୋକର ଦୁଃଖ ।  କାରଣ ସରକାର ଏଠାରେ ରୁଟି ପାଇଁ ଏକ ଭେଣ୍ଡିଂ ମେସିନ ଲଗା ଯାଉଛି, ଯେଉଁଥିରେ ବଟନ ଟିପିଲା ମାତ୍ରେ ବାହାରି ଆସିବ ରୁଟି। ତେବେ ଏହି ରୁଟି ସମସ୍ତଙ୍କୁ ମିଳିବନି, କେବଳ ଗରିବ, ଶ୍ରମିକମାନଙ୍କୁ ମିଳିବ। 

Advertisment

ଭୋକିଲା ମଣିଷକୁ କେବଳ ମେସିନର ଗୋଟିଏ ବଟନ ଟିପିବାକୁ ପଡିବ। ବାସ୍‌, ତା’ ପରେ ବାହାରି ଆସିବ ରୁଟି। ଖାଲି ରୁଟି ନୁହେଁ, ସତେଜ ଆଉ ଗରମାଗରମ ରୁଟି, ବ୍ରେଡ ମିଳିବ। ଏ ମେସିନ ଗରିବ ଏବଂ ଶ୍ରମିକ ପରିବାରକୁ ୨୪ ଘଣ୍ଟା ମାଗଣାରେ ରୁଟି ଯୋଗାଇବାରେ ସାହାଯ୍ୟ କରିବ। ଏହି ନୂଆ ସ୍ମାର୍ଟ ଭେଣ୍ଡିଂ ମେସିନକୁ ଦୁବାଇର ବିଭିନ୍ନ ସ୍ଥାନରେ ରଖାଯାଇଛି। ବିଶେଷ କରି ଅଲ ବାରକା, ମିର୍ଡିଫ, ନାଦ୍‌, ଅଲଶେବା, ନଦ୍‌ ଅଲ୍‌ ହମର, ଅଲ ଫୌଜ ଏବଂ ଅଲ ବଡାରେ ଏହି ମେସିନ ଲାଗିଛି।

ମହମ୍ମଦ ବିନ ରଶିଦ ଅଲ ମକତୁମ ନାମକ ଜଣେ ବ୍ୟକ୍ତିଙ୍କ ଚେଷ୍ଟାର ଏହା ହେଉଛି ଏକ ସୁଫଳ । ସେ କରୋନା ମହାମାରୀ ସମୟରେ ବି କେହି ଯେପରି ଭୋକରେ ନ ରହିବେ ସେଥିପ୍ରତି ଜୋର ଦେଇଥିଲେ। ସେ ଏହି ମେଶିନ ତିଆରି କରିବା ପାଇଁ ଅର୍ଥ କମ୍ୟୁନିଟି ଫଣ୍ଡିଂରୁ ଯୋଗାଡ଼ କରିଥିଲେ। ଯେଉଁମାନେ ଗରିବ ଲୋକଙ୍କୁ ସାହାଯ୍ୟ କରବାକୁ ଚାହୁଁଥିବେ ସେମାନେ ସିଧାସଖ ସ୍ମାର୍ଟ ବ୍ରେଡ ଡିସ୍‌ପେନ୍ସର ଜରିଆରେ ଦାନ କରି ପାରିବେ।

Advertisment

ଏହି ମେସିନରୁ ବ୍ରେଡ ପାଇବା ଅତି ସହଜ। ମେସିନରେ ୨ ପ୍ରକାର ବ୍ରେଡର ଅର୍ଡର ଦେଇପାରିବେ। ଆରବୀ ବ୍ରେଡ ଏବଂ ଫିଙ୍ଗର ରୋଲ। କ’ଣ ନେବେ ଚୟନ କରି ବଟନ ଟିପିବା ପରେ ମେସିନ ତାଜା ବ୍ରେଡ ତିଆରି କରିବା ଆରମ୍ଭ କରିଦେବ। ପାଖାପାଖି ଗୋଟିଏ ମିନିଟ ଭିତରେ ଏହା ପ୍ରସ୍ତୁତ ହୋଇଯିବ। ଏହା ପରେ ଏକ କାର୍ଡବୋର୍ଡ ବକ୍ସ ବାହାରି ଆସିବ। ତା ଭିତରେ ଥିବ ଆପଣ ଅର୍ଡର କରିଥିବା ରୁଟି। 

ଖବରରୁ ଜଣାଯାଏ, ୟୁନାଇଟେଡ଼ ଆରବ ଏମିରେଟରେ ଗରିବ ରେଖା ତଳେ ୧୯.୫ ପ୍ରତିଶତ ଲୋକ ରହିଛନ୍ତି। ଏଠାରେ ଅଧିକାଂଶ ଶ୍ରମିକଙ୍କ ଦୈନିକ ଆୟ ୯୦ ଦିରହମ । ଯାହା ବି ହେଉ, ଏହି ମେସିନ ଆସିବା ପରେ ଗରିବ ଓ ଶ୍ରମିକ ଶ୍ରେଣୀ ଲୋକଙ୍କ ମଧ୍ୟରେ ଖୁସିର ଲହରୀ ଖେଳି ଯାଇଛି ।

Dubai Human Interest Story
Advertisment
Advertisment