ଆତଙ୍କବାଦ କାର୍ଯ୍ୟକଳାପର ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଲାଗିଛି ଏକ ବଡ଼ ଝଟକା । ପାକିସ୍ତାନର ଅବଦୁଲ ରେହମାନ ମାକ୍କିକୁ ବିଶ୍ୱ ଆତଙ୍କବାଦୀ ଘୋଷଣା । ଅବଦୁଲ ମାକ୍କିକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କଲା ଜାତିସଂଘ । ଅବଦୁଲ ଲସ୍କର-ଇ-ତୋଇବା ମୁଖ୍ୟ ହାଫିଜ୍ ସଇଦ୍ର ସମ୍ପର୍କୀୟ ।ବର୍ତ୍ତମାନ ସୁଦ୍ଧା ଚୀନ ମକ୍କୀକୁ ଅନ୍ତର୍ଜାତୀୟ ଆତଙ୍କୀ ଘୋଷଣା ନେଇ ବାଧା ସାଜୁଥିଲା । ମାତ୍ର ଗତ ୧୬ ତାରିଖରେ ଚୀନ, ପାକିସ୍ତାନର ହାତ ଛାଡ଼ିଦେଇଥିବା ଜଣାପଡ଼ିଛି ।