• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଶେହାବାଜ୍ ସରିଫ ହୋଇପାରନ୍ତି ପାକିସ୍ତାନର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ । ଆସନ୍ତାକାଲି ଅପରାହ୍ନ୨ଟାରେ ନୂଆ ପ୍ରଧାନମନ୍ତ୍ରୀଙ୍କୁ ଚୟନ କରାଯିବ । ଏନେଇ ପାକିସ୍ତାନ ନ୍ୟାସନାଲ ଆସେମ୍ଲିରେ ଚିତ୍ର ସ୍ପଷ୍ଟ ହେବ । ବିରୋଧୀ ଦଳ ଶେହାବାଜଙ୍କୁ ସମର୍ଥନ କରୁଥିବାରୁ ସେ ପ୍ରଧାନମନ୍ତ୍ରୀ ହେବା ଏକ ପ୍ରକାର ନିଶ୍ଚିତ ହୋଇଯାଇଛି । ଶେହାବାଜ୍ ସରିଫ ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ । ଗତକାଲିରାତିରେ ମିଡ୍ ନାଇଟ୍ ଡ୍ରାମା ପରେ ଅନାସ୍ଥା ଭୋଟରେ ପରାସ୍ତ ହୋଇ ପଦଚ୍ୟୁତ ହୋଇଛନ୍ତି ଇମ୍ରାନ ଖାନ । ପାକିସ୍ତାନ ଗଣତନ୍ତ୍ରରେ ସାଧୁ ଏବଂ ନିୟମରେ ଥିବା ବ୍ୟକ୍ତିଙ୍କ ବିରୋଧରେ କେବେ ବି କାର୍ଯ୍ୟାନୁଷ୍ଠାନ ନିଆଯିବନି ବୋଲି କହିଛନ୍ତି ଶେହାବାଜ୍ ସରିଫ ।

ବର୍ତ୍ତମାନ ଶେହାବାଜ୍ ସରିଫ ପାକିସ୍ତାନର ମଙ୍ଗ ଧରିପାରନ୍ତି ବୋଲି ଚର୍ଚ୍ଚା ହେଉଛନ୍ତି । ସେ ବର୍ତ୍ତମାନ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ଅଛନ୍ତି । ଶେହାବାଜ୍ ସରିଫ ହେଉଛନ୍ତି ପାକିସ୍ତାନର ୩ ଥର ପ୍ରଧାନମନ୍ତ୍ରୀ ହୋଇଥିବା ନଓ୍ୱାଜ ସରିଫଙ୍କ ସାନ ଭାଇ । ସେ ୧୯୯୦ରେ ପ୍ରଥମଥର ପାଇଁ ନ୍ୟାସନାଲ ଆସେମ୍ବଲିକୁ ନିର୍ବାଚିତ ହୋଇଥିଲେ । ତେବେ ୧୯୯୯ ମସିହାରେ ପାକିସ୍ତାନର ଶାସନ ଭାର ସେନା ନେବା ପରେ ଶେହାବାଜ୍ ଓ ନଓ୍ୱାଜ ସାଉଦି ଆରବ ପଳାଇଯାଇଥିଲେ । ଶେହାବାଜ୍ ଜ ସରିଫଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ରହିଛି । ୨୦୦୭ ମସିହାରେ ଶେହାବାଜ୍ ପାକିସ୍ତାନ ଫେରିଥିଲେ ।

୨୦୧୭ରେ ପାକିସ୍ତାନ ମୁସଲିମ୍ ଲିଗ୍ ନଓ୍ୱାଜ ପାର୍ଟିର ଅଧ୍ୟକ୍ଷ ହୋଇଥିଲେ । ସେ ପାକିସ୍ତାନର ପଞ୍ଜାବ ପ୍ରଦେଶର ୩ଥର ମୁଖ୍ୟମନ୍ତ୍ରୀ ମଧ୍ୟ ରହିସାରିଛନ୍ତି । ଶେହାବାଜ୍ ଦେଶର ୨୩ ତମ ପ୍ରଧାନମନ୍ତ୍ରୀ ହୋଇପାରନ୍ତି ବୋଲି ଅନ୍ତର୍ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ହେଉଛି ।