/odishatv-khabar/media/post_attachments/uploadimage/library/16_9/16_9_0/IMAGE_1709470622.jpg)
Pakistans prime minister
ପାକିସ୍ତାନରେ ପିଏମ ପଲିଟିକ୍ସ ଉପରେ ପଡ଼ିଲା ପୂର୍ଣ୍ଣଛେଦ । ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେଲେ ଶେହବାଜ୍ ସରିଫ । ପାକିସ୍ତାନ ମୁସଲିମ ଲିଗ ନୱାଜ ଏବଂ ପାକିସ୍ତାନ ପିପୁଲ୍ସ ପାର୍ଟି ମଧ୍ୟରେ ଗଠବନ୍ଧନ ସରକାରରେ ଶେହବାଜ୍ ସରିଫ ପ୍ରଧାନମନ୍ତ୍ରୀ ହୋଇଛନ୍ତି । ୩୩୬ ଆସନରୁ ଉଭୟ ଦଳ ମିଶି ୨୦୧ ଆସନରେ ବିଜୟ ଲାଭ କରିଛନ୍ତି । ନିର୍ବାଚନ ଫଳ ଜଣାପଡ଼ିବା ପରେ କିଏ ହେବ ପ୍ରଧାନମନ୍ତ୍ରୀ ତାକୁ ନେଇ ରାଜନୀତି ଜୋର ହୋଇଥିଲା ।
Advertisment
ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଶେହବାଜ୍ଙ୍କ ବଡ଼ ଭାଇ ନୱାଜ ସରିଫ ପୁଣି ପ୍ରଧାନମନ୍ତ୍ରୀ ହେବେ ବୋଲି ଅନୁମାନ କରାଯାଉଥିଲା । ଏଥର ନିର୍ବାଚନରେ ଇମ୍ରାନ ଖାନଙ୍କ ଦଳ ପିଟିଆଇ ୯୨ଟି ଆସନରେ ବିଜୟ ଲାଭ କରିଛନ୍ତି । ଆସନ୍ତାକାଲି ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ଶେହବାଜ୍ ସରିଫ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)