Advertisment

କଂଗ୍ରେସ ନେତା ଶଶି ଥରୁରଙ୍କ ତେର୍‌ଛା ଟୁଇଟ..ଅଳ୍ପରେ କହିଲେ ମରମ କଥା

ସବୁବେଳେ ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ରିଷି ସୁନକଙ୍କୁ ଶୁଭେଚ୍ଛା ଜଣାଇ କରିଛନ୍ତି ଏକ ଟୁଇଟ। ଟୁଇଟଟି ଯେତିକି ମନଛୁଆ ସେତିକି ସୁଚିନ୍ତିତ ଆଉ କିଛିଟା ତେର୍‌ଛା ବି। ବୁଝିବା ଲୋକଙ୍କ ପାଇଁ ଅଳ୍ପରେ କହେ ଅନେକ କଥା।

ଅଦ୍ୟତନ ହୋଇଛି
Shashi Tharoors tweet on Rishi Sunak

Shashi Tharoors tweet on Rishi Sunak

Advertisment

ଏବେ ଇଂଲଣ୍ଡକୁ ଶାସନ କରିବେ ଭାରତୀୟ। କାରଣ ଇଂଲଣ୍ଡର ୧୭ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଭାରତୀୟ ବଂଶୋଦ୍ଭବ ରିଷି ସୁନକ । ସୋମବାର ସେ କଞ୍ଜରଭେଟିଭ୍ ଦଳର ନେତା ଭାବରେ ନିର୍ବାଚିତ ହୋଇଥିଲେ। ଲିଜ ଟ୍ରସଙ୍କ ଇସ୍ତଫା ପରେ କଞ୍ଜରଭେଟିଭ୍ ପାର୍ଟି ଏକ ନୂଆ ନେତା ଚୟନ କରିଥିଲେ ଯେଉଁଥିରେ ରିଷି ସୁନକ ବିନା ବିରୋଧରେ ​​ନିର୍ବାଚିତ ହୋଇଛନ୍ତି। ଏହାକୁ ନେଇ ଭାରତୀୟମାନେ ବେଶ ଉତ୍ସାହିତ। ବ୍ରିଟେନର ସର୍ବୋଚ୍ଚ ପଦବୀରେ ବସିବେ ଭାରତୀୟ ବଂଶୋଦ୍ଭବ, ସ୍ୱାଭାବିକ ଭାବେ ଏହା ଭାରତୀୟଙ୍କ ପାଇଁ ଏକ ଖୁସିର ଖବର। ଏହି ପରିପ୍ରେକ୍ଷୀରେ ଭାରତୀୟଙ୍କ ପକ୍ଷରୁ ଛୁଟିଛି ଶୁଭେଚ୍ଛାର ସୁଅ। ସବୁବେଳେ ନିଜ ଟୁଇଟକୁ ନେଇ ଚର୍ଚ୍ଚାରେ ଥିବା କଂଗ୍ରେସ ନେତା ଶଶି ଥରୁର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ଏଥର ଟୁଇଟଟି ଯେତିକି ମନଛୁଆ ସେତିକି ସୁଚିନ୍ତିତ ଆଉ କିଛିଟା ତେର୍‌ଛା ବି। ବୁଝିବା ଲୋକଙ୍କ ପାଇଁ ଅଳ୍ପରେ କହେ ଅନେକ କଥା।

Advertisment

ଦିନ ଥିଲା, ଇଂରେଜମାନଙ୍କ ହାତରେ ଥିଲା ଭାରତର ଶାସନ ଡୋରି । ଆଜି ବଦଳି ଯାଇଛି ସମୟ। ବଦଳି ଯାଇଛି ମାନସିକତା। ଏବେ ଜଣେ ଭାରତୀୟ ବଂଶୋଦ୍ଭବ ରିଷି ସୁନକଙ୍କ ହାତରେ ବ୍ରିଟେନର ଶାସନ କ୍ଷମତା। ରିଷି ପ୍ରଧାନମନ୍ତ୍ରୀ ହେବା ପରେ କଂଗ୍ରେସ ନେତା ଶଶି ଥରୁର ସୁନ୍ଦର ଟୁଇଟ କରିଛନ୍ତି। ଟୁଇଟରେ ଲେଖିଛନ୍ତି-‘ଲଗାନରୁ ଲଗାମ ପର୍ଯ୍ୟନ୍ତ। ମାତ୍ର ୭୫ ବର୍ଷରେ। ଜୟ ହିନ୍ଦ..’ ଏହି ଟୁଇଟ ସହ ଶଶି ଅଭିନେତା ଅମିର ଖାନ୍‌ଙ୍କ ଲଗାନ ଫିଲ୍ମର ଏକ ଫଟୋ ଏବଂ ରିଷି ସୁନକଙ୍କର ଏକ ଫଟୋ ମଧ୍ୟ ଶେୟାର କରଛନ୍ତି। ବୁଝିବା ଲୋକଙ୍କ ପାଇଁ ଏହି ଫଟୋ ସହ ମାତ୍ର କେତୋଟି ଶବ୍ଦ ଅନେକ କଥାର ଇଶାରା ଦିଏ। ମାତ୍ର ୭୫ ବର୍ଷରେ ଇତିହାସକୁ ବଦଳେଇ ଦେଇଛନ୍ତି ଭାରତୀୟ।  ଏଠି କହିରଖିବୁ, ଭାରତରେ ଇଂରେଜମାନଙ୍କ ଶାସନ ଉପରେ ଆଧାରିତ ହୋଇଛି ଲଗାନ ଫିଲ୍ମ।

ଅଧିକ ପଢ଼ନ୍ତୁ: ରିଷି ସୁନକଙ୍କ ରାଜନୈତିକ ଯାତ୍ରା ଓ ରୋଚକ କଥା

ଅବଶ୍ୟ ଏହା ପୁର୍ବରୁ ଶଶି ରିଷି ସୁନକଙ୍କୁ ସ୍ୱାଗତ କରି ଏକ ଟୁଇଟ କରିଥିଲେ ଏବଂ ଭାରତ ବି ଏହି ପରମ୍ପରା ଆପଣେଇବ ବୋଲି ଆଶାବ୍ୟକ୍ତ କରିଥିଲେ। ଏହି ଟୁଇଟରେ ଶଶି ଲେଖିଥିଲେ, ଯଦି ଏମିତି ହୁଏ ତେବେ ମୋତେ ଲାଗୁଛି, ଆମ ସମସ୍ତଙ୍କୁ ଏକଥା ସ୍ୱୀକାର କରିବାକୁ ପଡିବ ଯେ, ଅଳ୍ପସଂଖ୍ୟକଙ୍କୁ ସବୁଠାରୁ ଶକ୍ତିଶାଳୀ ପଦରେ ବସାଇ ବ୍ରିଟେନବାସୀ ବହୁତ ଦୁର୍ଲଭ କାମ କରିଛନ୍ତି। ଆମେ ଭାରତୀୟମାନେ ସୁନକଙ୍କ ଏହି ଉପଲବ୍ଧିରେ ଉତ୍ସବ ମନାଉଛୁ। ତେବେ ଆସନ୍ତୁ, ସଚ୍ଚୋଟତାର ସହ ନିଜକୁ ପଚାରିବା, ଏଠାରେ ଏହା ହୋଇ ପାରିବ କି ?’

Advertisment

ଏକଥା ସମସ୍ତେ ଜାଣନ୍ତି, ୪୨ ବର୍ଷୀୟ ରିଷି ସୁନକଙ୍କ ଜନ୍ମ ସାଉଥେମ୍ପଟନରେ ଏକ ଭାରତୀୟ ପରିବାରରେ ହୋଇଥିଲା। ତାଙ୍କର ଜେଜେ ବାପା-ମା’ ପଞ୍ଜାବ ବାସିନ୍ଦା। ଫାର୍ମାସିଷ୍ଟ ମା’ ଏବଂ ଡାକ୍ତର ବାପାଙ୍କର ପୁଅ ରିଷ ଇଂଲଣ୍ଡରେ ଶିକ୍ଷା ଗ୍ରହଣ କରିଥିଲେ। ପରେ ଆମେରିକାର କାଲିଫର୍ଣ୍ଣିଆ ସ୍ଥିତ ଷ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟରେ ଏମବିଏ କରିଥିଲେ। ସେଠାରେ ତାଙ୍କର ଅକ୍ଷତା ମୂର୍ତ୍ତିଙ୍କ ସହ ସାକ୍ଷାତ ହୋଇଥିଲା। ଅକ୍ଷତା ଇନ୍‌ଫୋସିସ୍‌ର ସହ ସଂସ୍ଥାପକ ନାରାୟଣ ମୂର୍ତ୍ତିଙ୍କ କନ୍ୟା।

Congress Rishi Sunak Sashi Tharoor
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ