Advertisment

Shashi Tharoor On Tariff: ଭାରତ ଆପଣାଉ ଯେସାକୁ ତେସା ନୀତି, ପରାମର୍ଶ ଦେଲେ କଂଗ୍ରେସ ସାଂସଦ ଶଶି ଥରୁର

ଶଶି ଥରୁର କହିଛନ୍ତି ଯେ ଯଦି ରୁଷିଆ ଆମକୁ ଶସ୍ତା ତୈଳ ଦେଉଛି, ଯାହା ଆମ ପାଇଁ ଆବଶ୍ୟକ, ତେବେ ଆମେ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ଜାରି ରଖିବା ଉଚିତ।

author-image
Tapan Kumar Swain
ଅଦ୍ୟତନ ହୋଇଛି
Shashi Tharoor

Shashi Tharoor

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଉପରେ ଅତିରିକ୍ତ ଟାରିଫ ଲଗାଇବା ଘୋଷଣା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି କଂଗ୍ରେସ ନେତା ଶଶି ଥରୁର । ସେ କହିଛନ୍ତି ଯେ ଭାରତ ଟ୍ରମ୍ପଙ୍କ ଟାରିଫର ଜବାବ ଟାରିଫ ଲଗାଇ ଦେଇଦେବା ଉଚିତ। ଏହି ସମୟରେ ସେ ଭାରତ ଓ ରୁଷିଆର ସମ୍ପର୍କ ଉପରେ ମଧ୍ୟ ନିଜ ମତ ରଖିଛନ୍ତି । ସେ କହିଛନ୍ତି ଯେ ଭାରତ ରୁଷିଆରୁ ଆଗାମୀ ଦିନରେ ମଧ୍ୟ ତୈଳ କିଣିବା ଜାରି ରଖିବା ଉଚିତ। ରୁଷିଆରୁ କେତେ ତୈଳ କିଣା ହେବ ତାହା ବଜାରର ବର୍ତ୍ତମାନ ପରିସ୍ଥିତି ଅନୁଯାୟୀ ନିର୍ଦ୍ଧାରଣ ହେବ। ଯଦି ରୁଷିଆ ଆମକୁ ଶସ୍ତା ତୈଳ ଦେଉଛି ଓ ଆମର ଆବଶ୍ୟକତା ମେଣ୍ଟାଉଛି, ତେବେ ଆମେ ରୁଷିଆରୁ ଅଶୋଧିତ ତୈଳ ଆମଦାନୀ ଜାରି ରଖିବା ଉଚିତ।

Advertisment

ରୁଷିଆରୁ ତୈଳ କିଣିବା ଜାରି ରଖିଥିବା କାରଣରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି। ଟ୍ରମ୍ପ ଏହା ସଂକ୍ରାନ୍ତରେ ଏକ କାର୍ଯ୍ୟନିର୍ବାହୀ ଆଦେଶରେ ସ୍ୱାକ୍ଷର କରିଛନ୍ତି ଏବଂ ଏହି ଅତିରିକ୍ତ ଟାରିଫ ୨୧ ଦିନ ମଧ୍ୟରେ ଲାଗୁ ହେବ। ଏହା ସହିତ ଭାରତୀୟ ଉତ୍ପାଦ ଉପରେ ଆମେରିକାରେ ଲାଗୁ ହେଉଥିବା ଟାରିଫ ଏବେ ବୃଦ୍ଧି ପାଇ ୫୦ ପ୍ରତିଶତ ହେବ। ଟ୍ରମ୍ପଙ୍କ ଏହି ଟାରିଫ ଯୁଦ୍ଧ ଉପରେ ଭାରତ କଡ଼ା ଜବାବ ଦେଇଛି ଏବଂ ଏହାକୁ ଅନୁଚିତ ଓ ଅନ୍ୟାୟପୂର୍ଣ୍ଣ ବୋଲି ଅଭିହିତ କରିଛି । ଭାରତ ନିଜର ଜାତୀୟ ସ୍ୱାର୍ଥ ଏବଂ ଆର୍ଥିକ ସୁରକ୍ଷା ରକ୍ଷା ପାଇଁ ସମସ୍ତ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବ।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ଅର୍ଥନୀତିକୁ ମୃତ ବୋଲି କହିବା ପରେ ଶଶି ଥରୁର ତାଙ୍କ ପ୍ରତିକ୍ରିୟାରେ ଏହାକୁ ସମାଲୋଚନା କରିଥିଲେ ।

Advertisment

ଥରୁର କହିଥିଲେ ଯେ ଭାରତ ୟୁରୋପୀୟ ସଂଘ ସହ ଆଲୋଚନା କରୁଛି। ବ୍ରିଟିଶ ସରକାର ସହ ଭାରତ ଏକ ଚୁକ୍ତି କରିସାରିଛି। ଅନ୍ୟ ଦେଶମାନଙ୍କ ସହ ମଧ୍ୟ ଆଲୋଚନା ଜାରି ରହିଛି। ଯଦି ଆମେ ଆମେରିକା ବଜାରରେ ପ୍ରତିଯୋଗିତା କରିପାରୁ ନାହୁଁ, ତେବେ ଆମକୁ ଆମ ବଜାରରେ ବିବିଧତା ଆଣିବାକୁ ପଡ଼ିବ। ବିକଳ୍ପର ଅଭାବ ନାହିଁ ବୋଲି ସେ କହିଥିଲେ ।

କଂଗ୍ରେସ ସାଂସଦ କହିଛନ୍ତି ଯେ ଆମେରିକା ରେସିପ୍ରୋକାଲ ଶବ୍ଦ ବ୍ୟବହାର କରିଛି । ଭାରତର ଧମକ ଦେବାର ନୀତି ନାହିଁ, ତେଣୁ ଆମକୁ ତିନି ସପ୍ତାହ ଅପେକ୍ଷା କରିବା ଉଚିତ । ଯଦି କିଛି ପରିବର୍ତ୍ତନ ନ ହୁଏ ତେବେ ପ୍ରତିଶୋଧ ନେବା ଉଚିତ ବୋଲି କହିଛନ୍ତି ଶଶି ।

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା, ମୁଣ୍ଡ ନୁଆଁଇବନି ଭାରତ, କୃଷକ ପ୍ରଥମେ ତା’ପରେ ସୁପର ପାୱାରର ବନ୍ଧୁତା 

Donald Trump USA Shashi Tharoor
Advertisment
Advertisment