Advertisment

PM Modi: ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା, ମୁଣ୍ଡ ନୁଆଁଇବନି ଭାରତ, କୃଷକ ପ୍ରଥମେ ତା’ପରେ ସୁପର ପାୱାରର ବନ୍ଧୁତା

ସେ ଚାହୁଁଛନ୍ତି ଯେ ଭାରତ ଆମେରିକାର ହିତ ଆଗରେ ଆତ୍ମସମର୍ପଣ କରୁ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଅତି ସ୍ପଷ୍ଟ । ଭାରତ ଆତ୍ମସମର୍ପଣ କରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ ପାଇଁ କୃଷକଙ୍କ ହିତ ସର୍ବୋଚ୍ଚ ପ୍ରାଥମିକତା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ନିଜ କୃଷକଙ୍କ ହିତ ବିରୁଦ୍ଧରେ କେବେ ହେଲେ ସାଲିସ୍ କରିବ ନାହିଁ।

author-image
Tapan Kumar Swain
PM Modi

PM Modi

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ ଉପରେ ମୁହଁ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତ ଉପରେ ଆମେରିକା ମନଇଚ୍ଛା ବାଣିଜ୍ୟ ଚୁକ୍ତି କରାଇବା ପାଇଁ ଚାପ ସୃଷ୍ଟି କରିବାର ରଣନୀତି ଭାବେ ଦେଖାଯାଉଛି। କିନ୍ତୁ ଏବେ ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଦେଇଛନ୍ତି ଯେ ଭାରତ କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଁଇବ ନାହିଁ ।

Advertisment

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ଯୁଦ୍ଧ ଆଗରେ ମୁଣ୍ଡ ନୁଆଁଇବ ନାହିଁ ଭାରତ । ଭାରତ ନିଜ କୃଷକଙ୍କ ହିତ ଆଗ ଦେଖିବ । ଏଥିରେ କମ୍ପ୍ରୋମାଇଜ୍ କରିବ ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ଏହି ବାର୍ତ୍ତା ସିଧାସଳଖ ଦେଇଛନ୍ତି। ଦିଲ୍ଲୀରେ ଏମ.ଏସ. ସ୍ୱାମୀନାଥନ ସେଣ୍ଟେନାରୀ ଅନ୍ତର୍ଜାତୀୟ ସମ୍ମିଳନୀରେ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ମୋଦି ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଏହି ଜବାବ ଦେଇଛନ୍ତି। ଟ୍ରମ୍ପ ଭାରତ ଉପରେ ରୁଷିଆରୁ ତୈଳ କିଣିବା ପାଇଁ ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇବାର ୨୪ ଘଣ୍ଟା ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଏହି ବାର୍ତ୍ତା ଦେଇଛନ୍ତି। ଟ୍ରମ୍ପଙ୍କ ଏହି ଟାରିଫ ମିସାଇଲକୁ ଭାରତ ଉପରେ ମନଇଚ୍ଛା ବାଣିଜ୍ୟ ଚୁକ୍ତି କରାଇବା ପାଇଁ ଚାପ ସୃଷ୍ଟି କରାଯାଉଛି ।

ସେ ଚାହୁଁଛନ୍ତି ଯେ ଭାରତ ଆମେରିକାର ହିତ ଆଗରେ ଆତ୍ମସମର୍ପଣ କରୁ। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା ଅତି ସ୍ପଷ୍ଟ । ଭାରତ ଆତ୍ମସମର୍ପଣ କରିବ ନାହିଁ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ତାଙ୍କ ପାଇଁ କୃଷକଙ୍କ ହିତ ସର୍ବୋଚ୍ଚ ପ୍ରାଥମିକତା। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଭାରତ ନିଜ କୃଷକଙ୍କ ହିତ ବିରୁଦ୍ଧରେ କେବେ ହେଲେ ସାଲିସ୍ କରିବ ନାହିଁ। ଦେଶର କୃଷକ, ମତ୍ସ୍ୟଜୀବୀ ଓ ପଶୁପାଳକଙ୍କ ହିତ ପାଇଁ ଭାରତ ପ୍ରସ୍ତୁତ ଅଛି।
ଆମେରିକା ଚାହୁଁଛି ଯେ ଭାରତ ନିଜ ବଜାରକୁ ଆମେରିକୀୟ କୃଷି ଓ ଡେୟାରୀ ଉତ୍ପାଦ ପାଇଁ ସମ୍ପୂର୍ଣ୍ଣ ଭାବେ ଖୋଲି ଦେଉ। କିନ୍ତୁ ଯେଉଁ ଦେଶର ୭୦ ପ୍ରତିଶତ ଜନସଂଖ୍ୟା କୃଷି ଉପରେ ନିର୍ଭରଶୀଳ, ଯେଉଁଠି କୃଷକଙ୍କ ଜମି ଆମେରିକୀୟ କୃଷକଙ୍କ ତୁଳନାରେ ବହୁତ ଛୋଟ, ସେଠାରେ ବଜାର ଖୋଲିବା ଅର୍ଥ ନିଜ କୃଷକଙ୍କୁ ଅସହାୟ ଭାବେ ଛାଡ଼ିବା ସମାନ। ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ କରିଦେଇଛନ୍ତି ଯେ ଭାରତ ସରକାର ଏଥିପାଇଁ କେବେ ହେଲେ ରାଜି ହେବ ନାହିଁ। କୃଷକ ଭାରତର ମୂଳଦୁଆ । ସେମାନଙ୍କ ସ୍ୱାର୍ଥକୁ ବଳିପକାଇ କୌଣସି ସୁପର ପାୱାରର ବନ୍ଧୁତା ଦରକାର ନାହିଁ।
ପ୍ରଧାନମନ୍ତ୍ରୀ ମୋଦି ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ଯେ ଦେଶ ପ୍ରଥମେ ଏବଂ ଦେଶର ହିତ ପ୍ରଥମେ। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଜାଣେ ମୋତେ ବ୍ୟକ୍ତିଗତ ଭାବେ ବହୁତ ବଡ଼ ମୂଲ୍ୟ ଦେବାକୁ ପଡ଼ିବ, ମୁଁ ଏଥିପାଇଁ ପ୍ରସ୍ତୁତ ଅଛି, ଭାରତ ଏଥିପାଇଁ ପ୍ରସ୍ତୁତ ଅଛି। କିନ୍ତୁ ଆମେରିକାର ଯୁକ୍ତି ଅଯୌକ୍ତିକ ବୋଲି ସେ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ସୁପ୍ରିମକୋର୍ଟରେ ହତାଶ ହେଲେ ଜଷ୍ଟିସ ବର୍ମା, ଆବେଦନ ଖାରଜ

Narendra Modi PM Modi India Donald Trump Prime Minister Narendra Modi USA
Advertisment
Advertisment