Kenya protest
କେନିୟାରେ ଧମୁନି ହିଂସା । ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ଯୋଗୁ ୧୧ ଜଣଙ୍କ ଜୀବନ ଯାଇଛି । ୫୦ରୁ ଉର୍ଦ୍ଧ୍ୱ ଆହତ ହୋଇଛନ୍ତି । ବହୁ ସଂଖ୍ୟାରେ ଯାନବାହନ ଘର ଆଦି ପୋଡି ନଷ୍ଟ ହୋଇଥିବାବେଳେ ବ୍ୟାପକ ସମ୍ପତ୍ତି କ୍ଷୟକ୍ଷତି ହୋଇଛି । ସେପଟେ ଉତ୍ତେଜନା ମୂଳକ ସ୍ଥିତିକୁ ନଜରରେ ରଖି ଲକ୍ଡାଉନ ଘୋଷଣା କରାଯାଇଛି । ରାଜଧାନୀ ସମେତ ଆଖପାଖ ସହରରେ ହାଇ ଆଲର୍ଟ ଜାରି ହୋଇଛି ।
ଅନ୍ତର୍ଜାତୀୟ ଗଣମାଧ୍ୟମ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, କେନିୟାର ରାଜଧାନୀ ନୈରୋବୀ ସମେତ ବିଭିନ୍ନ ସହରରେ ଉଗ୍ର ରୂପ ନେବାରେ ଲାଗିଛି ବିରୋଧ ପ୍ରଦର୍ଶନ । ସ୍ଥାନେ ସ୍ଥାନେ ଆନ୍ଦୋଳନକାରୀମାନେ ଟାୟାର ଜାଳିବା ସହ ପଥରମାଡ଼ କରୁଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ଗତକାଲି(ସୋମବାର) ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । ଯାହାକୁ ନେଇ ପୋଲିସ- ଆନ୍ଦୋଳନକାରୀଙ୍କ ମଧ୍ୟରେ ଧସ୍ତାଧସ୍ତି ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଛି ।
ସୂଚନାଯୋଗ୍ୟ ୩୫ ବର୍ଷ ତଳେ ଦେଶରେ ବହୁଦଳୀୟ ଲୋକତନ୍ତ୍ର ଦାବରେ ହୋଇଥିଲା ବଡ଼ ଧରଣର ଆନ୍ଦୋଳନ । ୭ ଜୁଲାଇ ୧୯୯୦ରେ ହୋଇଥିବା ସାବା-ସାବା ଆନ୍ଦୋଳନର ବର୍ଷ ପୂର୍ତ୍ତି ଅବସରରେ ପୁଣି ଥରେ ଆନ୍ଦୋଳନ ହୋଇଛି । ଭ୍ରଷ୍ଟାଚାର ଓ ଦରଦାମ ବୃଦ୍ଧି ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କେନିୟାବାସୀ । ସେମାନେ ରାଷ୍ଟ୍ରପତି ୱିଲିୟମ ରୁଟୋଙ୍କ ଇସ୍ତଫା ଦାବି କରୁଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751946276.jpg)