/odishatv-khabar/media/post_attachments/uploadimage/library/16_9/16_9_0/WhatsApp_1691404283.jpg)
ସୋସିଆଲ ମିଡିଆରେ ଭାବର ଆଦାନପ୍ରଦାନ ପାଇଁ ଆଜିକାଲିର ଯୁବପିଢ଼ି ଲେଖା ତୁଳନାରେ ଇମୋଜିର ଅଧିକ ବ୍ୟବହାର କରୁଛନ୍ତି । ଚାହିଦା ମୁଦାବକ ବିଭିନ୍ନ ଆପ୍ରେ ସବୁ ପ୍ରକାର ଇମୋଜି ଉପଲବ୍ଧ ରହୁଛି । ସୁଖ ହେଉ କି ଦୁଃଖ, ହସ ହେଉ କି କାନ୍ଦ... ମନର ସବୁ ଭାବ ବଖାଣିବା ପାଇଁ ଇମୋଜି ରହିଛି । ତେବେ ଇମୋଜି ପଠାଇବା ସମୟରେ ଟିକିଏ ଧ୍ୟାନ ଦେବା ଜରୁରୀ । କାରଣ ବର୍ତ୍ତମାନ ହାର୍ଟ ଇମୋଜି ପଠାଇଲେ ଆପଣଙ୍କୁ ଜେଲ ଦଣ୍ଡ ଭୋଗିବାକୁ ପଡ଼ିପାରେ ।
କୁଏତ ଏବଂ ସାଉଦି ଆରବରେ ମହିଳାଙ୍କୁ ହାର୍ଟ ଇମୋଜି ପଠାଇଲେ ବର୍ତ୍ତମାନ ଜେଲଦଣ୍ଡ ହେବାର ଅନେକ ସମ୍ଭାବନା ରହିଛି । ହ୍ୱାଟସଆପରେ ମହିଳା କିମ୍ବା ଯୁବତୀଙ୍କୁ ହାର୍ଟ ଇମୋଜି ପଠାଇବା ଅପରାଧ ବୋଲି ଧରାଯିବ । ଏହାର ଅବମାନନା କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କୁଏତରେ ଦୁଇ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ସହ ୨୦୦୦ କୁଏତ ଦିନାର ଜୋରିମାନା ଦେବାକୁ ପଡ଼ିବ । ସେହିପରି ସାଉଦି ଆରବରେ ମଧ୍ୟ ହାର୍ଟ ଇମୋଜି ପଠାଇଲେ ଜେଲଦଣ୍ଡ ସହ ୧୦୦,୦୦ ସାଉଦି ରିୟାଲ୍ ଜୋରିମାନ ।
ସାଉଦି ଆରବରେ ଆଣ୍ଟି-ଫ୍ରଡ୍ ଆସୋସିଏସନର ସଦସ୍ୟ ଅଲ ମୋଆତାଜ୍ କହିଛନ୍ତି, ହ୍ୱାଟସଆପରେ ରେଡ୍ ହାର୍ଟ ଇମୋଜି ପଠାଇବା ଏକ ଧର୍ତ୍ତବ୍ୟ ଅପରାଧ । ଅନଲାଇନ୍ ଚାଟିଂ ସମୟରେ କୌଣସି ଫଟୋ କିମ୍ବା ଇମୋଜିକୁ ନେଇ କେହି ମାମଲା ରୁଜୁ କଲେ, ଏହା ଅପରାଧ ଶ୍ରେଣୀରେ ଆସିବ । ସାଉଦି ଆରବରେ ଏଭଳି ଅପରାଧ ପାଇଁ ଶୂନ୍ୟ ସହନଶୀଳ ନୀତି ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)