Advertisment

ଛାତ୍ରାବାସ ବିଛଣା ଉପରେ ଜଳଖିଆ ମିଳିବାରୁ ଦଣ୍ଡ; ଅକ୍ଷମ ହେଲା ବାଳିକା

ସ୍କୁଲରେ ପିଲାମାନେ ବଦମାସୀ କରିବା ଏକ ସାଧାରଣ କଥା। ଏହା ଏକ ନୂଆ କଥା ନୁହେଁ ଯେ କ୍ଲାସ ଚାଲିଥିବା ସମୟରେ ପିଲାମାନେ କିଛି ଖାଉଥିବା ନଜର ଆସିବା, କିମ୍ବା ସ୍କୁଲକୁ ଅନୁମତି ନ ଥିବା ଜଳଖିଆ ନେଇ ଧରାହେବା। ଚାଇନାରେ ମଧ୍ୟ ଜଣେ ବାଳିକା ସ୍କୁଲ ଛାତ୍ରାବାସରେ ଏଭଳି କିଛି ସ୍ନାକ୍ସ ଲୁଚେଇ ରଖିଥିଲେ ଏହା ଦେଖିବା ପରେ ଶିକ୍ଷକ ଏତେ ରାଗି ଗଲେ ଯେ ତାକୁ ଶହ ଶହ ବସ ଉଠ ହେବା ନେଇ ଦଣ୍ଡ ଦେଲେ।

author-image
Pramod Behera
ଅଦ୍ୟତନ ହୋଇଛି
School girl forced to do 150 squats as punishment

ଏହି ପିଲାଟିର ବୟସ ୧୪ ହୋଇଥିବା ବେଳେ ସେ ସାଉଥ୍ ୱେଷ୍ଟର୍ଣ୍ଣ ଚୀନର ସିଚୁଆନରେ ଏକ ହାଇସ୍କୁଲରେ ପଢନ୍ତି। ଏହି ବାଳିକାଙ୍କ ମା ଝାଓ ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ଏହି ଘଟଣା ଜୁନ୍ ୧୦ ରାତି ୧୦ରେ ହୋଇଛି। ସେ କହିଛନ୍ତି ଯେ ତାଙ୍କ ପିଲାର ବିଛଣା ଉପରେ କିଛି ସ୍ନାକ୍ସ ପଡିଥିବା ଶିକ୍ଷକ ଦେଖିଥିଲେ। ଏ ବିଷୟରେ ପଚାରିବାରୁ ସେ ସ୍ନାକ୍ସ ତା’ର ନୁହେଁ ବୋଲି ବାଳିକା କହିଥିଲେ। ଏହା ପରେ ମଧ୍ୟ ଶିକ୍ଷକ ତାଙ୍କୁ ୩୦୦ଥର ବସ-ଉଠ ହେବାର ଦଣ୍ଡ ଦେଇଥିଲେ।

Advertisment

ଏଭଳି ଦଣ୍ଡ ଦେଇ ଶିକ୍ଷକ ଜଣକ ସେଠାରୁ ଚାଲିଗଲେ। କିନ୍ତୁ ଜଣକ ପରେ ଜଣେ ଅନ୍ୟ ଶିକ୍ଷକଙ୍କୁ ଏହା ଦେଖିବା ନେଇ କହିଦେଲେ ଯେପରି ପିଲାଟି ଏଥିରେ ଖିଲାପ ନ କରେ। ୨୦୨୦ରେ ପିଲାଟିର ପାଦରେ ଆଘାତ ଲାଗିଥିଲା। ଏ କଥା ପିଲାଟି ଜଣେଇଥିଲେ ବି କେହି ଏଥିରେ ବାଧା ଦେଲେ ନାହିଁ। ୧୫୦ ଥର ବସ ଉଠ ହେବା ପରେ ବାଳିକା ଗୁରୁତର ହୋଇପଡିଲେ। ତାଙ୍କ ପରିବାର ସେଠାରେ ପହଞ୍ଚି ତାଙ୍କୁ ସହରର ନିକଟସ୍ଥ ଡାକ୍ତରଖାନାକୁ ନେଇଗଲେ। ଚିକିତ୍ସା କରି ଶେଷରେ ଡାକ୍ତର କହିଲେ ଯେ ପିଲାଟି ଶାରିରୀକ ଭାବେ ଅକ୍ଷମ ହୋଇସାରିଛି। ତାଙ୍କୁ ଆଶାବାଡିର ସାହାରାରେ ଚାଲିବାକୁ ହେବ। ଏହିଦିନ ପର ଠାରୁ ଝିଅଟି ମାନସିକଭାବେ ଭାଙ୍ଗିପଡିଲେ। ଏହି ଅବସାଦରୁ ମୁକ୍ତି ପାଇଁ ତାଙ୍କୁ ମଧ୍ୟ ଔଷଧ ଖାଇବାକୁ ପଡୁଛି।

ତେବେ ପିଲାଟିର ଏଭଳି ଅବସ୍ଥା ବିଷୟରେ ବିଦ୍ୟାଳୟ ଜାଣିବାକୁ ପରେ ଦଣ୍ଡ ଦେବା ସମୟରେ ଉପସ୍ଥିତ ଥିବା ସମସ୍ତ ଶିକ୍ଷକ ଓ କର୍ମଚାରୀମାନଙ୍କୁ ଜରୁରୀକାଳୀନ ଭାବେ ନିଲମ୍ବନ କରାଯାଇଛି। ଏହି ମାମଲାର ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛି। ସୂଚନା ମୁତାବକ ଏନେଇ ବିଦ୍ୟାଳୟ ତରଫରୁ ବାଳିକାର ପିତାମାତାଙ୍କୁ ୧୩ ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯିବା କୁହାଯାଇଥିଲା। କିନ୍ତୁ ଏହାକୁ ନେବାକୁ ସେମାନେ ମନା କରିଥିଲେ।

ଚୀନରେ ଏଭଳି ଘଟଣା ଘଟିବାର ଏହା ହେଉଛି ଦ୍ୱିତୀୟ ଥର। ଏହା ପୂର୍ବରୁ ଜଣେ ଜୁଡୋ କରାଟେ କୋଚ୍ ଜଣେ ୭ ବର୍ଷର ପିଲାକୁ ମ୍ୟାଟ୍‌ରେ ୨୭ ଥର ପିଟି ତାଙ୍କୁ ମାରିଦେଇଥିଲେ।

China International
Advertisment
Advertisment