Jaishankar
ବର୍ତ୍ତମାନ ଚୀନ୍ ଗସ୍ତରେ ଅଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର । ଗତ ପାଞ୍ଚ ବର୍ଷ ମଧ୍ୟରେ ପ୍ରଥମ ଚୀନ୍ ଗସ୍ତରେ ଥିବା ବେଳେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଭେଟିଛନ୍ତି । ପୂର୍ବ ଲଦାଖରେ ସୀମା ବିବାଦ ପରେ ଉଭୟ ଦେଶ ସମ୍ପର୍କ ସୁଧାରିବା ପାଇଁ ଚେଷ୍ଟାରତ । ସାଂଘାଇ କୋଅପରେସନ ବୈଠକରେ ଯୋଗ ଦେବା ପାଇଁ ଜୟଶଙ୍କର ବର୍ତ୍ତମାନ ଚୀନ୍ ଗସ୍ତରେ ଥିବା ବେଳେ ଜିନପିଙ୍ଗଙ୍କ ସହିତ ଭେଟ ହେବା ଦ୍ୱାରା ଉଭୟ ଦେଶର ଦ୍ୱିପାକ୍ଷିକ ସମ୍ପର୍କରେ ସୁଧାର ଆସିବ ବୋଲି ଆଶା କରାଯାଉଛି ।
ଏ ନେଇ ଏକ୍ସରେ ସୂଚନା ଦେଇଛନ୍ତି ଏସ୍ ଜୟଶଙ୍କର । ଟ୍ୱିଟ କରି ଜୟଶଙ୍କର କହିଛନ୍ତି, “ଆଜି ସକାଳେ ବେଜିଂରେ ଏସସିଓ ବୈଦେଶିକ ମନ୍ତ୍ରୀମାନଙ୍କ ସହ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗଙ୍କୁ ଭେଟିଛି । ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶୁଭେଚ୍ଛା ତାଙ୍କୁ ଜଣାଇଥିଲି । ଉଭୟ ଦେଶ ମଧ୍ୟରେ ବିକଶିତ ହେଉଥିବା ସାମ୍ପ୍ରତିକ ଦ୍ୱିପାକ୍ଷିକ ସମ୍ପର୍କ ବିଷୟରେ ଅବଗତ କରାଇଥିଲି ।”
ସୂଚନା ଯୋଗ୍ୟ, ୨୦୨୦ ଜୁନରେ ଗଲୱାନ ଘାଟି ସଂଘର୍ଷ ପରେ ଜୟଶଙ୍କରଙ୍କ ଏହା ପ୍ରଥମ ଚୀନ୍ ଗସ୍ତ ଏବଂ ଏହା ଦୁଇ ନେତାଙ୍କ ପ୍ରଥମ ଭେଟଘାଟ । ଗତକାଲି ଚାଇନାର ଉପରାଷ୍ଟ୍ରପତି ହାନ ଝେଙ୍ଗଙ୍କୁ ଭେଟିଥିଲେ ଜୟଶଙ୍କର । ସାମ୍ପ୍ରତିକ ବିଶ୍ୱ ପରିସ୍ଥିତିକୁ ନେଇ ସେ ଦୁଇ ଦେଶ ମଧ୍ୟରେ ଖୋଲା ଆଲୋଚନା କରିବା ପାଇଁ ଆହ୍ୱାନ କରିଥିଲେ । ଦୁଇ ଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କରେ ଉନ୍ନତି ଆସିବ ବୋଲି ଜୟଶଙ୍କର ଆଶା ବ୍ୟକ୍ତ କରିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Jaishankar_1752557616.jpg)