Advertisment

ସୈନିକଙ୍କ ମନୋବଳ ବୃଦ୍ଧି କରିବା ପାଇଁ ଯୁଦ୍ଧକୁ ଓହ୍ଲାଇଲେ ଯୁକ୍ରେନ ରାଷ୍ଟ୍ରପତି

ଋଷ ସେନା କିଭ୍ ଅଭିମୂଖା ହେଉଥିବା ବେଳେ ଏହାର କଡ଼ା ଜବାବ ଦେଇଛି ୟୁକ୍ରେନ ସେନା । କିଭ୍ ସହର ନିକଟରେ ଋଷ ସେନାର ଏକ ଲଢୁଆ ହେଲିକପ୍ଟର କ୍ରାସ ହୋଇଛି । ଯୁକ୍ରେନ ସେନା ଏହି ହେଲିକପଟରକୁ ମାରି ତଳେ ପକାଇଥିବା ଦାବି କରିଛି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Ukrainian Uniform

Ukrainian Uniform

ଋଷ ସହ ୟୁକ୍ରେନର ଯୁଦ୍ଧ ଚାଲିଥିବା ବେଳେ ଏବେ କିଭ୍‌ ଠାରୁ ଅତି କମ ଦୂରରେ ରହିଛି ଋଷ ସେନା । ଏତିକି ବେଳେ ୟୁକ୍ରେନ ସେନାଙ୍କ ସହ ୱାର ଜୋନରେ ଦେଖାଦେଇଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମାୟର । ଜେଲେନସ୍କିଙ୍କ ସେନା ପୋଷାକରେ ସେ ସ୍ୟୈନିକଙ୍କ ସହ ଦେଖାଦେଇଛନ୍ତି । ଋଷ ସୈନିକ ଧୀରେ ଧିରେ ରାଜଧାନୀ କିଭ ଆଡ଼କୁ ଅଗ୍ରସର ହେଉଥିବା ବେଳେ ୟୁକ୍ରେନ ସୈନିକଙ୍କ ମନୋବଳ ବୃଦ୍ଧି କରିବା ଲାଗି ସେ ୱାର ଜୋନରେ ପ୍ରବେଶ କରିଥିବା ନେଇ ଚର୍ଚ୍ଚ ହେଉଛି ।

Advertisment

ଋଷ ସେନା କିଭ୍ ଅଭିମୂଖା ହେଉଥିବା ବେଳେ ଏହାର କଡ଼ା ଜବାବ ଦେଇଛି ୟୁକ୍ରେନ ସେନା । କିଭ୍ ସହର ନିକଟରେ ଋଷ ସେନାର ଏକ ଲଢୁଆ ହେଲିକପ୍ଟର କ୍ରାସ ହୋଇଛି । ଯୁକ୍ରେନ ସେନା ଏହି ହେଲିକପଟରକୁ ମାରି ତଳେ ପକାଇଥିବା ଦାବି କରିଛି । ତେବେ କୌଣସି ରୁଷିୟ ସୈନିକଙ୍କୁ ଗିରଫ କରିବାରେ ସକ୍ଷମ ହୋଇନି ସେପଟେ ଋଷ ସେନା ୟୁକ୍ରେନର ରାଜଧାନୀ କିଭ୍ ଅଭିମୂଖା ହେଉଥିବା ବେଳେ ସହର ଚାରିଆଡୁ ୟୁକ୍ରେନ ସେନା ଘେରି ରହିଛି । ଋଷର ବାୟୁସେନା ଦ୍ୱାରା ମିଜାଏଲ ମାଡ଼ ହେଉଥିବା ବେଳେ ସ୍ଥଳ ସେନା ଧୀରେ ଧୀରେ କିଭି ଅବିମୂଖା ହେଉଛି । ପ୍ରବଳ ରକେଟ ମାଡ଼ ସହ ବୋମା ବିସ୍ଫୋରଣରେ ସହର ଥରୁଛି ।

ୟୁକ୍ରେନ-ଋଷିଆ ଯୁଦ୍ଧକୁ ନେଇ ଟେନ୍‌ସନ୍‌ରେ ପୂରା ବିଶ୍ୱ। ଲଗାତାର ୟୁକ୍ରେନ ଉପରେ ମିଜାଇଲ ମାଡ଼ କରିଚାଲିଛି ଋଷିଆ। ୟୁକ୍ରେନ ଆକାଶରେ ବୁଲୁଛି ଋଷିଆର ମୃତ ଦୂତ। ଆକ୍ରମଣ ଏତେ ଭୟଙ୍କର ରହିଛି ଯେ, କେତେବେବେଳେ କାହାର ପ୍ରାଣ ଚାଲିଯିବ ତାହା କହିବା ମୁସ୍କିଲ। ଏବେ ୟୁକ୍ରେନର ଅଧିକାଂଶ ଅଂଚଳ ଜଳୁଛି, ଆକାଶ ଧୂଆଁ ଧୂଆଁ ହୋଇ ରହିଛି।

Advertisment

ଆଉ ଆକ୍ରମଣରେ ଫୁରସତ୍‌ ଦେଉନି ଋଷିଆ। କିବ୍‌ ପାଖରେ ଥିବା ବିମାନ ବନ୍ଦର ଉପରେ ଅନ୍ଧାଧୁନ ମିଜାଇଲା ମାଡ଼ କରୁଛି ଋଷିଆ। ଆକ୍ରମଣରେ ଆକ୍ତାମାକ୍ତ ୟୁକ୍ରେନବାସୀ। ନିଜ ଦେଶ ଉପରେ ଏମିତି ଆକ୍ରମଣକୁ ସହଜରେ ଗ୍ରହଣ କରିପାରିନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଭାବବିହ୍ୱଳ ହୋଇ କହିଛନ୍ତି, ଯୁଦ୍ଧ ବେଳେ ପୂରା ବିଶ୍ୱ ଆମକୁ ଏକା କରିଦେଲା।

Ukraine Russia War Ukrainian Uniform
Advertisment
Advertisment