Advertisment

୨ ମାସ ତଳେ ପୁଟିନ୍‌ଙ୍କୁ ହୋଇଥିଲା ହତ୍ୟା ଉଦ୍ୟମ; ଦାବି କଲା ୟୁକ୍ରେନ୍‌ ସେନା

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୀବନରୁ ମାରି ଦେବାକୁ ୨ ମାସ ତଳେ ଉଦ୍ୟମ କରାଯାଇଥିଲା । ତେବେ ସୌଭାଗ୍ୟବଶତଃ ସେ ଏହି ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି ବୋଲି ୟୁକ୍ରେନର ଜଣେ ସାମରିକ ଅଧିକାରୀ ସୂଚନା ଦେଇଛନ୍ତି।

author-image
Otv Khabar Bureau
undefined

Russian President Vladimir Putin

ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ହତ୍ୟା ଉଦ୍ୟମରୁ ବଞ୍ଚିଛନ୍ତି ବୋଲି ଜଣେ ୟୁକ୍ରେନର ଜଣେ ସେନା କହିଛନ୍ତି । ଦୀର୍ଘ ଦିନ ଧରି ଜାରି ରହିଥିବା ଋଷ-ୟୁକ୍ରେନ ବିବାଦ ମଧ୍ୟରେ ଏଭଳି ଖବର ସାମ୍ନାକୁ ଆସିଛି, ଯାହାଦ୍ୱାରା ପୁଟିନଙ୍କ ସ୍ୱାସ୍ଥ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଜୀବନରୁ ମାରି ଦେବାକୁ ୨ ମାସ ତଳେ ଉଦ୍ୟମ କରାଯାଇଥିଲା । ତେବେ ସୌଭାଗ୍ୟବଶତଃ ସେ ଏହି ହତ୍ୟା ଉଦ୍ୟମରୁ ବର୍ତ୍ତି ଯାଇଛନ୍ତି ବୋଲି ୟୁକ୍ରେନର ଜଣେ ସାମରିକ ଅଧିକାରୀ ସୂଚନା ଦେଇଛନ୍ତି। ଏଭଳି ଏକ ସ୍ଥିତିରେ ୟୁକ୍ରେନର ଜଣେ ସେନାଧିକାରୀ ପୁଟିନଙ୍କୁ ହତ୍ୟା କରିବା ପାଇଁ ଯୋଜନା ହୋଇଥିବା କଥା ସ୍ୱୀକାର କରିଛନ୍ତି ।

Advertisment

ୟୁକ୍ରେନର ଗୁଇନ୍ଦା ବିଭାଗର ମୁଖ୍ୟ ମେଜର ଜେନେରାଲ କାଇରଲୋ ବୁଡାନୋଭଙ୍କ କହିବାନୁଯାୟୀ, କୃଷ୍ଣ ସାଗର ଓ କାସପିଆନ ସାଗର ମଧ୍ୟରେ ଥିବା କଉକାସୁସ ଠାରେ ପୁଟିନଙ୍କୁ ହତ୍ୟା କରିବା ପାଇଁ ଉଦ୍ୟମ ହୋଇଥିଲା। କିନ୍ତୁ ଏହି ଉଦ୍ୟମ ସଫଳ ହୋଇ ପାରି ନଥିଲା। ରୁଷିଆ ସେନା ୟୁକ୍ରେନ ଉପରେ ୨୪ ଫେବୃଆରୀ ଠାରୁ ହମଲା ଜାରି ରଖିଛି ।

ହମଲାର କିଛି ଦିନ ପରେ ହିଁ ପୁଟିନଙ୍କ ବିରୋଧରେ ଏପରି ପଦକ୍ଷେପ ନିଆଯାଇଥିଲା। ହତ୍ୟା ଉଦ୍ୟମ ସହ ତାଙ୍କୁ ଆକ୍ରମଣ ମଧ୍ୟ କରାଯାଇଥିଲା। କଉକାସୁସର ପ୍ରତିନିଧିମାନେ ଏପରି ଉଦ୍ୟମ ମାତ୍ର ୨ ମାସ ତଳେ କରିଥିବାର ଶୁଣିବାକୁ ମିଳିଛି । ଏହା ନନ ପବ୍ଲିକ୍‌ ସୂଚନା । ଏହା ଏକ ଅସଫଳ ଉଦ୍ୟମ ଥିଲା। କିନ୍ତୁ ଏପରି ଘଟଣା ଘଟିଥିଲା ବୋଲି ସେ କହିଛନ୍ତି।

Advertisment

ୟୁକ୍ରେନ୍‌ସ୍କା ପ୍ରାଭଡା ନାମକ ଗୋଟିଏ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ମେଜର ଜେନେରାଲ କାୟରଲୋ ଏହି ଦାବି କରିଛନ୍ତି। ତାଙ୍କର ପୂରା ସାକ୍ଷାତକାର ଆଜି ବିଳମ୍ବିତ ରାତିରେ ପ୍ରକାଶ କରାଯିବ। କେବଳ କିଛି ତଥ୍ୟ ଏହି ଗଣମାଧ୍ୟମ ଆଜି ପବ୍ଲିଶ କରିଛି ।

କିଛି ଦିନ ତଳେ ପୁଟିନ ନିଜ ଆବଡୋମେନରୁ ପ୍ଲୁଇଡ୍‌ ବାହାର କରିବା ପାଇଁ ସର୍ଜରୀ କରିଥିବା ଖବର ପ୍ରକାଶ ପାଇଥିଲା। ଯେଉଁଥିରେ 'ତାଙ୍କ ପେଟରୁ ପାଣି' ବାହାର କରାଯାଇଥିଲା। ଏହି ଅପରେସନ ବେଶ ସଫଳତାର ସହ ଶେଷ ହୋଇଥିବା ମଧ୍ୟ ରୁଷିଆର କିଛି ଗଣମାଧ୍ୟମ ଦାବି କରିଛନ୍ତି। ରୁଷର ଜଣେ ଶିଳ୍ପପତି କହିଥିଲେ ଯେ, ପୁଟିନ ବହୁତ ଅସୁସ୍ଥ ରହିଛନ୍ତି । ସେ ରକ୍ତ କର୍କଟ ଭଳି ରୋଗରେ ପୀଡ଼ିତ ଥିବା ଶିଳ୍ପପତି ଜଣଙ୍କ ଦାବି କରିଥିଲେ।

Ukraine Russia War Attack On Putin
Advertisment
Advertisment