• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନ ଉପରେ ଆକାଶ ମାର୍ଗରୁ ଆକ୍ରମଣକୁ ଜୋରଦାର କରିଛି ଋଷିଆ । ଗତ ସୋମବାର କ୍ଷେପଣାସ୍ତ୍ରର ସିରିଜ୍ ଆକ୍ରମଣ ପରେ ଗତକାଲି ସକାଳୁ ହୋଇଛି ଡ୍ରୋନ୍ ଆକ୍ରମଣ । ଇରାନ୍ ନିର୍ମିତ କାମକାଜି ଡ୍ରୋନ ସହାୟତାରେ ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି । ୟୁକ୍ରେନ ରାଜଧାନୀ କିଭର ସେଭ୍ଚେନକି ଜିଲ୍ଲାରେ ଏହି ଆକ୍ରମଣ ହୋଇଛି । ତେଣେ ୟୁକ୍ରେନ ଉପରେ ଇରାନୀ ଡ୍ରୋନ୍ ଦ୍ୱାରା ଆକ୍ରମଣ ଅଭିଯୋଗ ପରେ ଯୁଦ୍ଧରେ ତେହେରାନର ସଂପୃକ୍ତି ନେଇ ପ୍ରମାଣ ଖୋଜୁଛି ୟୁରୋପୀୟ ସଂଘ ।

ଦେଶରେ ଦୁଇରୁ ତିନିଟି ବିସ୍ଫୋରଣ ଘଟିଥିବା କହିଛନ୍ତି କିଭ୍ ମେୟର । ସେଭ୍ଚେନକିଭିରେ ଶିକ୍ଷାର ହବ୍ ହୋଇଥିବା ବେଳେ ଏଠାରେ ବହୁ ସଂଖ୍ୟାରେ ବିଶ୍ୱ ବିଦ୍ୟାଳୟ ଓ ଛାତ୍ରଛାତ୍ରୀଙ୍କ ଲାଗି ଉଦ୍ଦିଷ୍ଟ ବାର୍ ଓ ହୋଟେଲ୍ ରହିଛି । ଗତ ସୋମବାର ମଧ୍ୟ ଏହି ସ୍ଥାନ ଉପରେ ଋଷିଆକ୍ଷେପଣାସ୍ତ୍ର ମାଡ଼ କରିଥିଲା । ତେବେ ଗତକାଲିର ଆକ୍ରମଣରେ କେତେ ମୃତାହତ ହୋଇଛନ୍ତି ସେ ସଂପର୍କରେ ସଂପୂର୍ଣ୍ଣ ସୂଚନା ମିଳିନଥିବା କହିଛନ୍ତି କିଭ୍ ମେୟର ।

ତେଣେ କାମକାଜି ଡ୍ରୋନ ବ୍ୟବହାର ପରେ ୟୁକ୍ରେନ ଯୁଦ୍ଧରେ ଇରାନର ସଂପୃକ୍ତି ନେଇ ପ୍ରମାଣ ଖୋଜୁଛି ୟୁରୋପୀୟ ସଂଘ । ଇରାନ ଋଷିଆକୁ ସହାୟତା କରୁଛି ନା ନାହିଁ ତାର ଠୋସ୍ ପ୍ରମାଣ ପାଇବା ଲାଗି ଉଦ୍ୟମ ଚାଲିଥିବା କହିଛନ୍ତି ୟୁରୋପୀୟ ସଂଘର ବୈଦେଶିକ ନୀତି ବିଭାଗ ମୁଖ୍ୟ ଜୋସେଫ୍ । ଲକ୍ସନବର୍ଗରେ ହେବାକୁ ଯାଉଥିବା ୟୁରୋପୀୟ ଦେଶଙ୍କ ବୈଦେଶିକ ମନ୍ତ୍ରୀ ସମ୍ମିଳନୀରେ ଏବିଷୟରେ ଆଲୋଚନା ହେବ । ଏଥିରେ ୟୁକ୍ରେନ ବୈଦେଶିକ ମନ୍ତ୍ରୀ ଡିମିଟ୍ରୋ କୁଲାବେ ମଧ୍ୟ ଯୋଗ ଦେବେ । ୟୁକ୍ରେନ ଉପରେ ଋଷିଆ ଇରାନ ନିର୍ମିତ କାମିକାଜେ ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରୁଥିବା ଅଭିଯୋଗ ପରେ ଇରାନର ଭୂମିକା ସନ୍ଦେହ ଘେରକୁ ଆସିଛି । ଏହା ଦ୍ୱାରା ସ୍ଥିତି ଅଧିକ ଜଟିଳ ହେବା ଆଶଙ୍କା କରାଯାଉଛି ।