Advertisment

ଥମୁନି ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ; ମାରିଉପୋଲ୍‌କୁ କବ୍ଜା କରିଥିବା ରୁଷିଆର ଦାବି

ମାରିଉପୋଲ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ନେଇ ରୁଷିଆର ଦାବି । ଏନେଇ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ରିପୋର୍ଟ କଲେ ଦେଶର ବୈଦେଶିକ ମନ୍ତ୍ରୀ । ମାତ୍ର ମାରିଉପୋଲର ସ୍ଥିତାବସ୍ଥା ନେଇ ୟୁକ୍ରେନ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

author-image
Otv Khabar Bureau
Ukraine Russia War

Ukraine Russia War

ୟୁକ୍ରେନ୍‌ର ମାରିଉପୋଲ୍‌କୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ନେଇ ରୁଷିଆ ଦାବି କରିଛି । ବନ୍ଦର ସହର ମାରିଉପୋଲ୍କୁ କବ୍ଜା ସବୁଠୁ ବଡ଼ ସଫଳତା ବୋଲି କହିଛି ରୁଷିଆ । ଧ୍ୱଂସ୍ତସ୍ତୁପରେ ପରିଣତ ମାରିଉପୋଲ୍‌ରେ ୨୦ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ଦେଇଛି ରୁଷିଆ । ମାରିଉପୋଲ୍‌ରେ ୨୪୩୯ ୟୁକ୍ରେନୀୟ ସୈନିକ ଆତ୍ମସମର୍ପଣ କରିଥିବା କୁହାଯାଉଛି । ଏନେଇ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ରିପୋର୍ଟ କଲେ ଦେଶର ବୈଦେଶିକ ମନ୍ତ୍ରୀ । ମାତ୍ର ମାରିଉପୋଲର ସ୍ଥିତାବସ୍ଥା ନେଇ ୟୁକ୍ରେନ୍ ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

Advertisment

ରୁଷିଆର ପ୍ରତିରକ୍ଷା ମନ୍ତ୍ରୀ ସର୍ଜି ଶୋଏଗୁ ପୁଟିନଙ୍କୁ ମାରିଅପୋଲରେ ଥିବା ଆଜୋଭଷ୍ଟାଲ ଇସ୍ପାତ କାରଖାନାକୁ ସମ୍ପୂର୍ଣ୍ଣ କବ୍ଜା କରିବା କଥା ସ୍ପଷ୍ଟ କରିଛନ୍ତି ଯାହାକି ୟୁକ୍ରେନ ପ୍ରତିରୋଧର ଶେଷ ଗଡ଼ ଥିଲା । ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କି ଦେଶର ସହଯୋଗୀମାନଙ୍କ ସହ ଯୁଦ୍ଧ ସମୟରେ ହୋଇଥିବା କ୍ଷୟକ୍ଷତି ପୂରଣ ପାଇବା ରୁଷିଆ ସହ ଏକ ଆନୁଷ୍ଠାନିକ ଚୁକ୍ତି ପ୍ରସ୍ତାବ ଦେଇଛନ୍ତି। ୟୁକ୍ରେନ୍‌ର ଭିତ୍ତିଭୂମି ଯେତେ ସମ୍ଭବ ନଷ୍ଟ କରିବାକୁ ରୁଷିଇଆ ଚେଷ୍ଟା କରୁଛି ବୋଲି ଜେଲେନସ୍କି କହିଛନ୍ତି ।

Ukraine Russia War
Advertisment
Advertisment