• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସମୟ ବଢ଼ିବା ସଙ୍ଗେ ସଙ୍ଗେ ଋଷିଆ-ୟୁକ୍ରେନ ସୀମାରେ ସ୍ଥିତି ଭୟଙ୍କର ହେବାରେ ଲାଗିଛି । ୟୁକ୍ରେନ ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଛି ଋଷ । ଗୁରୁବାର ସକାଳେ ୟୁକ୍ରେନର ବିଭିନ୍ନ ସ୍ଥାନରେ ବିସ୍ଫୋରଣ ହୋଇଥିଲା । ତେବେ ଆକ୍ରମଣ ପରେ ବର୍ତ୍ତମାନ ପାଇଁ ଆମେରିକା ପକ୍ଷରୁ ଋଷକୁ ଚେତାବନୀ ଦିଆଯାଇଛି । ଏଥି ସହ ଚୀନ୍ ଶାନ୍ତିପୂର୍ଣ୍ଣ ଭାବରେ ଏହାର ସମାଧାନ କରିବାକୁ ଅନୁରୋଧ କରିଛି । ସେପଟେ ୟୁକ୍ରେନ ସରକାର ବର୍ତ୍ତମାନ ସେଠାରେ ମାର୍ସଲ ଲ କାର୍ଯ୍ୟକାରୀ କରିଛନ୍ତି।

ୟୁକ୍ରେନରେ ଉପରେ ଋଷିଆର ଆକ୍ରମଣ ଯୋଗୁଁ ୭ ଜଣଙ୍କର ମୃତ୍ୟୁ ହୋଇଛି । ଏଥିସହିତ ଏହି ଆକ୍ରମଣରେ ୯ଜଣ ଆହତ ହୋଇଛନ୍ତି । ଋଷର ସ୍ଥଳସେନା ମଧ୍ୟ ବର୍ତ୍ତମାନ ୟୁକ୍ରେନରେ ପ୍ରବେଶ କରିଛି ବୋଲି ସୁରକ୍ଷା କର୍ମୀ କହିଛନ୍ତି । କ୍ଷେପଣାସ୍ତ୍ର ଆକ୍ରମଣ ପରେ ୟୁକ୍ରେନର ମାରିଅପୋଲ ସହରରେ ଟ୍ୟାଙ୍କ ଦେଖିବାକୁ ମିଳିଛି । ଏହା ବ୍ୟତୀତ ବିମାନବନ୍ଦର ନିକଟରେ ଥିବା ସେନାଛାଉଣୀ ଥିବା ସ୍ଥାନରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଛି । ଅନ୍ୟ ସହରର ବିମାନବନ୍ଦର ଉପରେ ମଧ୍ୟ ଆକ୍ରମଣ ହୋଇଛି।

ପ୍ରଥମେ ଋଷ ରାଷ୍ଟ୍ରପତି ଭ୍ଲାଦ୍‌ମିର ପୁଟିନ୍‌ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଘୋଷଣା କରିଥିଲେ । ଏହାପରେ ୟୁକ୍ରେନର ୧୧ ରୁ ଅଧିକ ସହର ଉପରେ ରୁଷିଆ ମିସାଇଲ୍ ବର୍ଷା କରିଥିଲା । ଯାହାଫଳରେ ଅଧିକାଂଶ ସହର ବର୍ତ୍ତମାନ କ୍ଷତିଗ୍ରସ୍ତ ହୋଇଛି । ଆକାଶମାର୍ଗରୁ ମଧ୍ୟ ହମଲା କରାଯାଉଛି । ଏବେ ରୁଷିଆ ସେନା ଦାବି କରିଛି ଯେ, ୟୁକ୍ରେନର ଅନେକ ସେନା ଆଡ୍ଡା ଓ ଏୟାରବେସ୍ ଉପରକୁ ଟାର୍ଗେଟ୍ କରି ଧ୍ୱଂସ କରାଯାଇଛି । ତେବେ ଏହାବାଦ୍‌ ୟୁକ୍ରେନ କହିଛି, ଆମେ ହାର୍ ମାନିବୁ ନାହିଁ ।