/odishatv-khabar/media/post_attachments/uploadimage/library/16_9/16_9_0/IMAGE_1665389660.jpg)
Russia-Ukraine war
କ୍ରିମିଆ ବ୍ରିଜ୍ ଧ୍ୱଂସର ପ୍ରତିଶୋଧ ନେଲା ରୁଷ । ୟୁକ୍ରେନର ରାଜଧାନୀ କିଭ୍ ଉପରେ ହୋଇଛି ରକେଟ୍ ଆକ୍ରମଣ । କ୍ୟାପିଟାଲ୍ ସିଟିରେ ଏକାଧିକ ବିସ୍ଫୋରଣ ହୋଇଥିବା ସୂଚନା ମିଳିଛି । ଏନେଇ କିଭ୍ ମେୟର ସ୍ପଷ୍ଟ କରିଛନ୍ତି । ଆଜି ସକାଳୁ ସକାଳୁ ହିଁ ଏହି ବିସ୍ଫୋରଣ ହୋଇଛି । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ସହରରେ କଳା ଧୂଆଁ ଛାଇ ଯାଇଛି । ଏହି ଆକ୍ରମଣରେ ଅନେକ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି ।
ସ୍ଥାନୀୟ ସମୟ ସକାଳ ୮ଟା ୧୫ରେ ଏହି ବିସ୍ଫୋରଣ ହୋଇଛି । ମାସେ ଧରି ଶାନ୍ତ ରହିବା ପରେ କିଭ୍ ଉପରେ ଆକ୍ରମଣ କରାଯାଇଛି । କ୍ରିମିଆରେ ବିସ୍ଫୋରଣ କରି ବ୍ରିଜ୍ ଧ୍ୱଂସ କରିବା ଘଟଣାକୁ ଆତଙ୍କବାଦୀ ଆକ୍ରମଣ ବୋଲି ଅଭିହିତ କରିଥିଲା ରୁଷ । ଦକ୍ଷିଣ ୟୁକ୍ରେନକୁ ସେନା ପଠାଇବା ପାଇଁ ଏହି ବ୍ରିଜ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଥିଲା । ଏହି ବ୍ରିଜକୁ ବିସ୍ଫୋରଣ କରି ଉଡ଼ାଇ ଦେବା ପରେ ଏହା ପଛରେ ୟୁକ୍ରେନର ଭୂମିକା ଥିବା ରୁଷ ଦାବି କରିଥିଲା । ଆଉ ଏନେଇ ଆଜି ପୁଟିନ୍ ସରକାରଙ୍କ ପକ୍ଷରୁ ହୋଇଛି ପାଲଟା ଆକ୍ରମଣ ।
ତେବେ ଋଷର ଆକ୍ରମଣ ପରେ ମୃତାହତଙ୍କୁ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଏକାଧିକ ଆମ୍ବୁଲାନ୍ସ ଉଦ୍ଧାର ପାଇଁ ନିୟୋଜିତ କରାଯାଇଛି । ଆକ୍ରମଣ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଲୋକେ ଭୟଭୀତ ହୋଇ ଏଣେତେଣେ ପଳାୟନ କରୁଥିବା ଦେଖିବାକୁ ମିଳୁଛି ।
କିଛି ଦିନ ପୂର୍ବରୁ ୟୁକ୍ରେନ୍ର ୧୫ ପ୍ରତିଶତ ଅଞ୍ଚଳ ଋଷିଆରେ ମିଶିଥିଲା । ଋଷ ସେନା ନିଜ ନିୟନ୍ତ୍ରଣରେ ରଖିଥିବା ୟୁକ୍ରେନର ୪ଟି ଅଞ୍ଚଳକୁ ଋଷିଆ ସହ ମିଶାଇ ଦେଇଥିଲେ ପୁଟିନ୍ । ୟୁକ୍ରେନର ପୂର୍ବାଞ୍ଚଳରେ ଥିବା ଡନେସ୍କ, ଲୋହାନ୍ସଙ୍କ, ଖେରସନ ଓ ଜାପୋରଜିଆ ଋଷରେ ସାମିଲ ହୋଇଥିଲା । ତେବେ ପୁଟିନ୍ଙ୍କ ପଦକ୍ଷେପକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପୁଟିନ୍ ଯୁଦ୍ଧ ଚାହାନ୍ତି, ଜୀବନ ନୁହେଁ ବୋଲି କହିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସ୍କି । ପୁଟିନ୍ଙ୍କ ପଦକ୍ଷେପ ବେଆଇନ୍ ଏବଂ ଆନ୍ତର୍ଜାତିକ ଆଇନର ଉଲ୍ଲଂଘନ ବୋଲି କହିବା ସହ ଏହାକୁ ନିନ୍ଦା କରିଛି ଜାତିସଂଘ । ତେବେ ଏହା ସାଂଘାତିକ ସ୍ଥିତି ସୃଷ୍ଟି କରିବ ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ଜାତିସଂଘ ମହାସଚିବ ଆଣ୍ଟୋନିଅ ଗୁଟେରସ୍ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)