/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649987984.jpg)
Russia Says Its Damaged Warship Moskva Sinks In Black Sea
ରୁଷର ୟୁକ୍ରେନ୍ ଆକ୍ରମଣକୁ ପୁରିଛି ୫୧ ଦିନ । ତଥାପି ଥମିବାର ନାଁ ନେଉନି ଯୁଦ୍ଧ । ୟୁକ୍ରେନ୍ ରାଜଧାନୀ କିଭ୍ ସମେତ ଅନ୍ୟ ଅଂଚଳରେ ଏବେ ବି ରୁଷ ସେନା ଦମନଲୀଳା ଜାରି ରଖିଛନ୍ତି । ଏପଟେ ଗତକାଲି ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା କ୍ରମେ ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷିଆକୁ ବଡ଼ ଧକ୍କା ଲାଗିଛି ।
କୃଷ୍ଣ ସାଗରରେ ମୁତୟନ ରୁଷର କ୍ଷେପଣାସ୍ତ୍ର ବାହୀ ଯୁଦ୍ଧପୋତ ମସ୍କଭାରେ ଭୟଙ୍କର ବିସ୍ଫୋରଣ ଘଟିଛି । କୌଣସି କାରଣରୁ ଏଥିରେ ଥିବା ଅସ୍ତ୍ରଶସ୍ତ୍ରରେ ନିଆଁ ଲାଗିଯାଇଥିବା ମସ୍କୋ ପକ୍ଷରୁ କୁହାଯାଇଛି । ବିସ୍ଫୋରଣର କାରଣ ଜାଣିବାକୁ ପ୍ରୟାସ କରାଯାଉଥିବା କହିଛି ରୁଷିଆ । ଏଥିରେ ଥିବା ୫ ଶହରୁ ଅଧିକ ନୌସୈନିକଙ୍କୁ ଉଦ୍ଧାର କରାଯାଇଛ॥
ତେବେ ବିସ୍ଫୋରଣ ନୁହେଁ, ଏହା ଆକ୍ରମଣ ବୋଲି ୟୁକ୍ରେନ ଦାବି କରିଛି । କୃଷ୍ଣ ସାଗରକୁ ସୁରକ୍ଷା ଦେଉଥିବା ଦୁଇଟି ନେପଚୁନ୍ କ୍ଷେପଣାସ୍ତ୍ର ମାଡ଼ ଯୋଗୁଁ ମସ୍କୋଭାରେ ବିସ୍ଫୋରଣ ହୋଇଥିବା ୟୁକ୍ରେନ ଓଡ଼େସା ପ୍ରଦେଶର ଗଭର୍ଣ୍ଣର କହିଛନ୍ତି ।
ସେପଟେ ୟୁକ୍ରେନ ପରେ ନାଟୋରେ ଯୋଗ ଦେବାକୁ ଚାହୁଁଥିବା ଫିନଲାଣ୍ଡ ଓ ସ୍ବୀଡେନକୁ ମସ୍କୋ ପରମାଣୁ ଅସ୍ତ୍ରର ଧମକ ଦେଇଛି । ଏହି ଦୁଇ ଦେଶ ଯଦି ନାଟୋରେ ଯୋଗ ଦିଅନ୍ତି, ତେବେ ସୀମାରେ ପରମାଣୁ ଅସ୍ତ୍ର ମୁତୟନ କରାଯିବ ବୋଲି ରୁଷୀୟ ସିକ୍ୟୁରିଟି କାଉନସିଲର ଡେପୁଟି ଚେୟାରମ୍ୟାନ ଚେତାବନୀ ଦେଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)