• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ୟୁକ୍ରେନର ଉପରେ ଜାରି ରହିଛି ଆକ୍ରମଣ । ବର୍ତ୍ତମାନ ମରିପଲ ସହର ଉପରେ ରୁଷୀୟ ସେନାଙ୍କ ନଜର । ଅସ୍ତ୍ରବିରତି ଉଲ୍ଲଂଘନ ପରେ ଋଷିଆ ଆଜି ସକାଳୁ ସକାଳୁ ମରିପଲ ଉପରେ ଆକ୍ରମଣ କରିଛନ୍ତି । ବନ୍ଦର ସହର ଉପରକୁ ଘନ ଘନ ବୋମାମାଡ଼ କରୁଛନ୍ତି ଋଷୀୟ ସେନା । ଫଳରେ ବିଦ୍ୟୁତ, ଜଳ, ଖାଦ୍ୟ ଯୋଗାଣ ଓ ଗମନାଗମନ ସଂପୂର୍ଣ୍ଣ ବିଚ୍ଛିନ୍ନ ହୋଇପଡ଼ିଛି । ଗତକାଲି ମରିପଲ୍‌ ସହରକୁ ଯୁଦ୍ଧ ବିରାମ ଦିଆଯାଇଥିଲା । ଏହି ସମୟରେ ଆକ୍ରମଣ କରାଯିବ ନାହିଁ ବୋଲି ଋଷ୍ ପକ୍ଷରୁ କୁହାଯାଇଥିଲା । ଆଉ ସେଠାରେ ଫସି ରହିଥିବା ଲୋକଙ୍କୁ ସୁରକ୍ଷିତ ପାସ୍ ପ୍ରଦାନ କରାଯାଇଥିଲା ।

ସେପଟେ ୧୧ ଦିନରେ ପହଞ୍ଚିଛି ଧରି ୟୁକ୍ରେନ-ରୁଷି‌ଆ ଯୁଦ୍ଧ । ୟୁକ୍ରେନର ବିଭିନ୍ନ ସହର ଉପରେ ଋଷ ପକ୍ଷରୁ ଜାରି ରହିଛି ରକେଟ୍ ଓ କ୍ଷେପଣାସ୍ତ୍ର ମାଡ଼ ଯୁଦ୍ଧ । ଏକାଦଶ ଦିନରେ ପହଞ୍ଚିଥିଲେ ବି କମୁନି ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ଆକ୍ରୋଶ । ୟୁକ୍ରେନ୍ ନସୁଧୁରିଲେ ତାର ଭବିଷ୍ୟତ ବିପଦରେ ବୋଲି ପୁଣିଥରେ ପୁଟିନ୍ ଚେତାବନୀ ଦେଇଛନ୍ତି । ସେପଟେ ଆମେରିକା ରାଷ୍ଟ୍ରପତି ବାଇଡେନଙ୍କ ସହ ଫୋନରେ କଥା ହୋଇଛନ୍ତି ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି ।

ଦେଶବାସୀଙ୍କ ସୁରକ୍ଷା ଓ ୟୁକ୍ରେକକୁ ଆର୍ଥିକ ସହାୟତା ଦେବା ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଜେଲେନସ୍କି । ତେବେ ଏସବୁ ଭିତରେ ଗତକାଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଅଚାନକ୍ ଋଷ ଗସ୍ତ କରିଥିଲେ । ମସ୍କୋରେ ବେନେଟ୍ ଓ ପୁଟିନଙ୍କ ମଧ୍ୟରେ ଅଢେଇ ଘଣ୍ଟାରୁ ଅଧିକ ସମୟ ଧରି ଆଲୋଚନା ହୋଇଥିଲା ।