Advertisment

ଆତଙ୍କବାଦୀ ସଂଗଠନ ତାଲିକାରୁ ତାଲିବାନକୁ ହଟାଇବା ପାଇଁ ଋଷ୍‌ର ସଙ୍କେତ

ଆତଙ୍କବାଦୀ ସଂଗଠନ ତାଲିକାରୁ ହଟିପାରେ ତାଲିବାନ । ଋଷ୍ ରାଷ୍ଟ୍ରପତି ତାଲିବାନ୍‌କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Russia has indicated to remove Taliban from the list of terrorist organization

Russia has indicated to remove Taliban from the list of terrorist organization

ମସ୍କୋ: ଆତଙ୍କବାଦୀ ସଂଗଠନ ତାଲିକାରୁ ହଟିପାରେ ତାଲିବାନ । ଋଷ୍ ରାଷ୍ଟ୍ରପତି ତାଲିବାନ୍‌କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନେଇଛନ୍ତି ।ଆଫଗାନିସ୍ତାନ୍‌ର ସ୍ଥିତିକୁ ନେଇ ଋଷ୍‌ର ମସ୍କୋରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁଥିରେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ ତାଲିବାନ୍‌କୁ ନେଇ ଏକ ବଡ ବିବୃତ୍ତି ଦେଇଛନ୍ତି । ନିଜ ବୟାନରେ ପୁଟିନ୍‌ କହିଛନ୍ତି, ଋଷ୍‌ ତାଲିବାନ୍‌କୁ ଆତଙ୍କବାଦୀ ସଂଗଠନ ତାଲିକାରୁ ହଟାଇପାରେ । ମିଳିତ ଜାତିସଂଘ ସ୍ତରରେ ମଧ୍ୟ ଏହିପରି କିଛି ପରିବର୍ତ୍ତନ କରାଯିବା ଆବଶ୍ୟକତା ରହିଛି ।

Advertisment

ନ୍ୟୁଜ୍ ଏଜେନ୍ସି ଟାସର ରିପୋର୍ଟ ଅନୁସାରେ, ଅନୁଷ୍ଠିତ ବୈଠକରେ ଋଷ୍‌ର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ କହିଛନ୍ତି, ଯେଉଁପରି ଭାବେ ତାଲିବାନ୍ ଆଫଗାନିସ୍ତାନ ଚଳାଉଛି, ଆଗାମୀ ଦିନରେ ଆଫଗାନିସ୍ତାନର ସ୍ଥିତି ଭଲ ରହୁ ବୋଲି ଆମେ ଆଶା କରୁଛୁ । ହେଲେ ଖୁବ୍‌ ଶୀଘ୍ର ତାଲିବାନ୍‌କୁ ଆତଙ୍କୀ ସଂଗଠନ ତାଲିକାରୁ ହଟାଇବା ପାଇଁ ନିଷ୍ପତି ନିଆଯିବ ।

Advertisment

ସୂଚନା ଅନୁସାରେ, ୨୦୦୩ ମସିହାରେ ଋଷ୍‌ ଦ୍ୱାରା ତାଲିବାନ୍‌କୁ ଆତଙ୍କବାଦୀ ସଂଗଠନ ଭାବରେ ଘୋଷିତ କରାଯାଇ ଆତଙ୍କୀ ସଂଗଠନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ହେଲେ ବର୍ତ୍ତମାନ ଋଷ୍ ପକ୍ଷରୁ ତାଲିବାନ୍‌କୁ ଆତଙ୍କୀ ସଂଗଠନ ତାଲିକାରୁ ବାହାର କରିବାକୁ ନିଷ୍ପତ୍ତି ନିଆଯାଇଛି । ଯେଉଁପରି ଭାବରେ ତାଲିବାନ୍‌କୁ ଆତଙ୍କୀ ସଂଗଠନ ତାଲିକାରେ ଅନ୍ତର୍ଭୁକ୍ତ କରାଯାଇଥିଲା ଠିକ୍ ସେହିଭଳି ହିଁ ତାଲିବାନ୍‌କୁ ଆତଙ୍କୀ ସଂଗଠନ ତାଲିକାରୁ ବାହାର କରିଦିଆଯିବ ।

ଏନେଇ ରାଷ୍ଟ୍ରପତି ପୁଟିନ୍‌ କହିଛନ୍ତି, 'ଆମେ ତାଲିବାନର ପ୍ରତିନିଧୀମାନଙ୍କ ସହ ଯୋଗାଯୋଗରେ ଅଛୁ । ଆମେ ତାଲିବାନକୁ ମସ୍କୋକୁ ଆସିବା ପାଇଁ ନିମନ୍ତ୍ରଣ କରିଛୁ ଏହାସହ ଆଗାମୀ ଦିନରେ ମଧ୍ୟ ଆମେ ଆଫଗାନିସ୍ତାନ ସହ ସଂମ୍ପର୍କ ରଖିବୁ । ଏହାସହ ସେ କହିଛନ୍ତି ଯେ, ବର୍ତ୍ତମାନ ସାରା ବିଶ୍ୱକୁ ଏହା ବୁଝିବା ଦରକାର ଯେ, ଆଫ୍‌ଗାନିସ୍ତାନ୍‌ ଏବେ ତାଲିବାନ୍‌ ଶାସନ ଅଧିନରେ ରହିଛି । ତେଣୁ ଆଫଗାନିସ୍ତାନ କେବଳ ତାଲିବାନ ପ୍ରଶାସନ ଦ୍ୱାରା ହିଁ ପରିଚାଳିତ ହେବ ।

Afghanistan Russia Taliban
Advertisment
Advertisment