• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଋଷିଆ ରାଷ୍ଟ୍ରପତିଙ୍କ ଗୋଟିଏ ଭୁଲ, ହନ୍ତସନ୍ତ ହେଉଛନ୍ତି ଜନତା । ନରସଂହାର କରୁଥିବା ପୁଟିନ୍‌ ସରକାରଙ୍କୁ ଯୁଦ୍ଧର ମୂଲ୍ୟ ଦେବାକୁ ପଡ଼ୁଛି । ଦେଶରେ ହୁ ହୁ ହୋଇ ଦରଦାମ ବୃଦ୍ଧି ପାଉଛି । ବର୍ତ୍ତମାନ ଋଷିଆରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ୪୫ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି । କେବଳ ଏତିକି ନୁହେଁ ଟେଲିକମ୍, ମେଡିକାଲ୍, ଅଟୋମୋବାଇଲ୍, କୃଷି ଏବଂ ବୈଦ୍ୟୁତିକ ସାମଗ୍ରୀର ମୂଲ୍ୟ ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି । ଏଭଳି ସ୍ଥିତିରେ ସାଧାରଣ ଲୋକର ଅଣ୍ଟା ଭାଙ୍ଗିଗଲାଣି । ପୂର୍ବରୁ ଯୁଦ୍ଧକୁ ବିରୋଧ କରୁଥିବା ଲୋକ ପୁଟିନ୍‌ ସରକାରଙ୍କୁ ଟାର୍ଗେଟ କରୁଛନ୍ତି ।

ବିବିସି ରିପୋର୍ଟ ଅନୁଯାୟୀ ଅର୍ଥନୈତିକ ପ୍ରତିବନ୍ଧକ ହେତୁ ଋଷିଆର ମୁଦ୍ରା ରୁବଲର ମୂଲ୍ୟ ଡଲାର ତୁଳନାରେ ୩୦ ପ୍ରତିଶତ ହ୍ରାସ ପାଇଛି। ଏଭଳି ସ୍ଥିତିରେ ଋଷିଆର ଖାଦ୍ୟ ସାମଗ୍ରୀର ମୂଲ୍ୟ ୪୫ ପ୍ରତିଶତ ବୃଦ୍ଧି ଘଟିଛି । ପୂର୍ବରୁ ୩୫୦୦ ଟଙ୍କାରେ ଉପଲବ୍ଧ ଖାଦ୍ୟ ସାମଗ୍ରୀ ପାଇଁ ବର୍ତ୍ତମାନ ଲୋକଙ୍କୁ ଦେବାକୁ ପଡ଼ୁଛି ୫,୧୦୦। ଗତ ଦୁଇ ସପ୍ତାହ ମଧ୍ୟରେ ଋଷିଆରେ କ୍ଷୀରର ମୂଲ୍ୟ ଦ୍ୱିଗୁଣିତ ହୋଇଯାଇଛି । ଅନେକ ମଲ୍ ଏବଂ ଦୋକାନରେ ସାମଗ୍ରୀ କ୍ରୟ ଉପରେ ମଧ୍ୟ ବାରଣ କରାଯାଇଥିବା ରିପୋର୍ଟରେ ମଧ୍ୟ ଦାବି କରାଯାଇଛି ।

ଋଷିଆ ବିଶ୍ୱର ଏକ ବୃହତ ବୈଦ୍ୟୁତିକ ବଜାର, କିନ୍ତୁ ପ୍ରତିବନ୍ଧକ ହେତୁ ଇଲେକ୍ଟ୍ରୋନିକ୍ ସାମଗ୍ରୀର ମୂଲ୍ୟ ମଧ୍ୟ ୧୭ ପ୍ରତିଶତ ବୃଦ୍ଧି ପାଇଛି । ସେହିଭଳି ଲାପଟପ୍, ଅଟୋମୋବାଇଲ୍ ଏବଂ ଇଲେକ୍ଟ୍ରୋନିକ୍ ସାମଗ୍ରୀର ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି । ମସ୍କୋ କାଫେରେ ବ୍ୟବହୃତ କିଛି ଜିନିଷର ମୂଲ୍ୟ ୩୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ବୋଲି ଫୋର୍ବସ୍ ରିପୋର୍ଟରେ ଦର୍ଶାଯାଇଛି । ଅନଲାଇନ୍ କାରବାର ସହିତ ଜଡ଼ିତ ସବୁଠାରୁ ବୃହତ୍ତମ ସଂଗଠନ SWIFTରୁ ବହିଷ୍କୃତ ହେବା ପରେ ଋଷିଆର ଅର୍ଥନୀତି ଆଣ୍ଠେଇବାକୁ ବସିଲାଣି ।

ଏହି କାରଣରୁ ଋଷିଆର ୭.୬୫ ଲକ୍ଷରୁ ଅଧିକ ଟଙ୍କା ଉଠାଣ ଉପରେ ପ୍ରତିବନ୍ଧକ ଲଗାଇଛି ରିଜର୍ଭ ବ୍ୟାଙ୍କ । ଫଳରେ ଋଷିଆର ବ୍ୟାଙ୍କ ଏବଂ ଏଟିଏମ୍ ସାମ୍ନାରେ ଲୋକଙ୍କ ଲମ୍ବା ଧାଡି ଦେଖିବାକୁ ମିଳୁଛି । ଋଷିଆର ଖବରକାଗଜ ଇଜଭେଷ୍ଟିଆ ଦାବି ଅନୁସାରେ, ଦେଶରେ ବ୍ୟବସାୟ ବନ୍ଦ କରିଥିବା କମ୍ପାନୀ ସଂଖ୍ୟା ୫୯କୁ ବୃଦ୍ଧି ପାଇଛି । ଏଥିମଧ୍ୟରେ ଭୋଲ୍ସୱାନ, ଆପଲ୍, ମାଇକ୍ରୋସଫ୍ଟ, ଟୟୋଟା, ମ୍ୟାକଡୋନାଲ୍ଡସ୍, ଗୁଗୁଲ୍ ପେ, ସାମସଙ୍ଗ ପେ ଇତ୍ୟାଦି ଅନ୍ତର୍ଭୁକ୍ତ ।