Advertisment

୯୨ ବର୍ଷରେ ୫ମ ବିବାହ କରିବେ ରୂପର୍ଟ; ଖୁବ୍‌ଶୀଘ୍ର ପାଇବେ ନୂଆ ଜୀବନସାଥୀ

ଚଳିତ ବର୍ଷ ଏପ୍ରିଲ ଶେଷରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡ଼ିଛି । ଗତ ବର୍ଷ ମରଡୋକ୍‌ ତାଙ୍କର ୪ର୍ଥ ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ ।

ଅଦ୍ୟତନ ହୋଇଛି
Rupert Murdoch To Marry For Fifth

Rupert Murdoch

Advertisment

ମିଡିଆ ମୋଗଲ ଭାବେ ବେଶ ଜଣାଶୁଣା ରୂପର୍ଟ ମରଡୋକ୍‌ ୫ମ ଥର ପାଇଁ ବିବାହ କରିବାକୁ ଯାଉଛନ୍ତି । ୯୨ ବର୍ଷ ବୟସରେ ରୂପର୍ଟ ମରଡୋକ୍‌ ୬୬ ବର୍ଷିୟାଆନ୍‌ ଲେସଲି ସ୍ମିଥଙ୍କ ସହ ସମ୍ପର୍କ ସ୍ଥାପନା କରିବାକୁ ନେଇ ଘୋଷଣା କରିଛନ୍ତି । ଏନେଇ ଗତ ବର୍ଷ କାଲିଫର୍ନିଆରେ ହୋଇଥିବା ଏକ ଇଣ୍ଟରଭ୍ୟୁରେ ଦୁହେଁ ପ୍ରକାଶ କରିଥିଲେ । ୨୦୨୨ ସେପ୍ଟେମ୍ୱର ମାସରେ ଏହି ସାକ୍ଷାତକାର ହୋଇଥିଲା ।

Advertisment

ଚଳିତ ବର୍ଷ ଏପ୍ରିଲ ଶେଷରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହେବେ ବୋଲି ଜଣାପଡ଼ିଛି । ଗତ ବର୍ଷ ମରଡୋକ୍‌ ତାଙ୍କର ୪ର୍ଥ ପତ୍ନୀଙ୍କ ଠାରୁ ଅଲଗା ହୋଇଥିଲେ । ମିଡିଆ ଟାଇକନ୍‌ ରୂପକ ମରଡୋକ୍‌ ଏକ ଗଣମାଧ୍ୟମରେ କହିଥିଲେ ଯେ, ମୁଁ ପ୍ରେମରେ ପଡ଼ିବାକୁ ଭୟ କରୁଥିଲି କିନ୍ତୁ ଜାଣିନଥିଲି ପ୍ରେମ ହୋଇଯିବ । ତଥାପି ମୁଁ ବହୁତ ଖୁସି ଅଛି । ଆମ ଦୁହଁଙ୍କର ବିବାହ କରିବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ: ବର ସାଜିଲେ ୬ ଝିଅଙ୍କ ବାପା : ବିବାହରେ ସାମିଲ ହେଲେ ୬ଝିଅଜ୍ୱାଇଁ, ନାତିନାତୁଣୀ

Advertisment

ପୂର୍ବରୁ ମରଡୋକ୍‌ ୪ଥର ବିବାହ କରି ସାରିଛନ୍ତି । ତାଙ୍କର ତିନି ପତ୍ନୀଙ୍କ ଠାରୁ ୬ଟି ସନ୍ତାନ ମଧ୍ୟ ରହିଛି । ମରଡୋକ୍‌ଙ୍କ ବ୍ୟବସାୟ ସାମ୍ରାଜ୍ୟରେ ଆମେରିକାର ଫକ୍ସ ନ୍ୟୁଜ୍‌ ଓ ବ୍ରିଟେନ୍‌ର ଟାବ୍ଲାଏଡ୍‌ ଦ ସନ୍‌ ରହିଛି । ତାଙ୍କୁ ମିଡିଆର ମୋଗଲ ବୋଲି କୁହାଯାଏ । ମରଡୋକ୍‌ ବିବାହ କରିବାକୁ ଯାଉଥିବା ଲେସଲି ସ୍ମିଥଙ୍କ ମଧ୍ୟ ଏକ ବଡ଼ ପରିଚୟ ରହିଛି ।

ଲେସଲି ସ୍ମିଥ ଜଣେ ପୂର୍ବତନ ପୋଲିସ ଅଧୀକ୍ଷକ । ସେ ପୂର୍ବରୁ ମଧ୍ୟ ବିବାହ କରିସାରିଛନ୍ତି । ଗତ କିଛି ବର୍ଷ ହେବ ତାଙ୍କ ସ୍ୱାମୀଙ୍କ ଦେହାନ୍ତ ହୋଇଛି । ଫଳରେ ସେ ଏକାକୀ ଜୀବନ ବିତାଉଛନ୍ତି । ଆଉ ଏବେ ଲେସଲି ତାଙ୍କ ନୂଆ ଜୀବନସାଥୀ ପାଇବାକୁ ଯାଉଛନ୍ତି । ଲେସଲିଙ୍କ ପୂର୍ବ ସ୍ୱାମୀ ଜଣେ ଶିଳ୍ପପତି ଥିଲେ ।

Advertisment
Australian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ