• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଫିଟ୍‌ ରହିଲେ ଶରୀର, ଅଫିସ୍‌ ଦେବ ବୋନସ୍‌ । ଯଦି ଜଣେ କର୍ମଚାରୀ ମାସକୁ ୫୦ କିଲୋମିଟର ଦୌଡ଼ନ୍ତି ତେବେ ତାଙ୍କୁ ଅଫିସ୍‌ ବୋନସ୍‌ ବା କିଛି ମୋଟା ଅଙ୍କର ଟଙ୍କା ଦେବ । ବିଶେଷକରି କର୍ମଚାରୀମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ କମ୍ପାନୀମାନେ ବିଭିନ୍ନ ପ୍ରକାରର ବୋନସ୍‌ର ବ୍ୟବସ୍ଥା କରିଥା’ନ୍ତି । କିଛି କମ୍ପାନୀ କର୍ମଚାରୀମାନଙ୍କ ନିୟମିତ ଦରମା ଠାରୁ ଅଧିକ ବୋନସ୍‌ର ବ୍ୟବସ୍ଥା ମଧ୍ୟ କରନ୍ତି । ଯାହାକି କର୍ମଚାରୀମାନଙ୍କ ମାନସିକ ସ୍ଥିତି ଉପରେ ଭଲ ପ୍ରଭାବ ପକାଇଥାଏ । ଆଉ କାମ କରିବାକୁ ଆହୁରି ଆଗ୍ରହ ଦେଇଥାଏ ।

ଏହି ପଦ୍ଧତିକୁ ଆଗକୁ ଆହୁରି ନେବାକୁ ଏକ ଚାଇନିଜ୍‌ କମ୍ପାନୀ ଏପରି ବ୍ୟବସ୍ଥା କରିଛି । ଖାଲି ସେତିକି ଯେ ତାହାନୁହେଁ, ସେମାନଙ୍କ ଶରୀରିକ ସୁସ୍ଥତା ଉପରେ ମଧ୍ୟ ପ୍ରାଧାନ୍ୟ ଦେଇଛି କମ୍ପାନୀ । ‘ଗୁଆଙ୍ଗଡୋଙ୍ଗ ଡଙ୍ଗପୋ ପେପର’ର କର୍ମଚାରୀମାନେ ବର୍ତ୍ତମାନ ମାସରେ କରୁଥିବା ଶାରୀରିକ ବ୍ୟାୟାମ ଉପରେ ଆଧାର କରି ଅତିରିକ୍ତ ଟଙ୍କା ପାଇବାର ବ୍ୟବସ୍ଥା କରିଛି ।

କମ୍ପାନୀର ଏହି ବ୍ୟବସ୍ଥାକୁ ନେଇ କିଛି ଲୋକ ପ୍ରଶଂସା କରିଥିବାବେଳେ କିଛି ଏହାର ଯଥାର୍ଥତାକୁ ନେଇ ମଧ୍ୟ ପ୍ରଶ୍ନ ବାଢ଼ିଛନ୍ତି । କମ୍ପାନୀର ସୂଚନା ଅନୁସାରେ ଜଣେ କର୍ମଚାରୀ ମାସକୁ ୫୦ କିମ୍ବା ୪୦ କିଲୋମିଟର ଚାଲିବା ପାଇଁ ୬୦ ପ୍ରତିଶତ ଅର୍ଥ ଦିଆଯାଉଛି । ଆଉ ଯଦି ଜଣେ କର୍ମଚାରୀ ୩୦ କିଲୋମିଟର ଚାଲନ୍ତି ତେବେ ତାଙ୍କୁ ୩୦ ପ୍ରତିଶତ ପୂର୍ଣ୍ଣ ମାସିକ ବୋନସ ମିଳିବ ବୋଳି କୁହାଯାଇଛି ।

ସବୁଠାରୁ ବଡ଼ କଥା ହେଉଛି, ଯେଉଁ କର୍ମଚାରୀ ମାସକୁ ୧୦୦ କିଲୋମିଟର ଦୌଡ଼ିବେ ସେମାନଙ୍କୁ ଅଧିକ ୩୦ ପ୍ରତିଶତ ଅର୍ଥ ମିଳିବ ବୋଲି କୁହାଯାଇଛି । କମ୍ପାନୀର ଏହି ଯୋଜନାରେ ପାହାଡ଼ ଚଢ଼ା ଓ ଦୌଡ଼ିବାକୁ ବିଶେଷକରି ଧ୍ୟାନ ଦିଆଯାଇଛି ।

୨୦୨୨ରେ, ଜେରୋଡା ନାମକ ଏକ ଭାରତୀୟ କମ୍ପାନୀ ନିଜ କର୍ମଚାରୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ପଦକ୍ଷେପ ନେଇଥିଲେ । କର୍ମଚାରୀମାନେ ନିଜର ଓଜନ ହ୍ରାସ ଉପରେ ଧ୍ୟାନ ଦେଇ ୧୦ ଲକ୍ଷ ଟଙ୍କା ପୁରସ୍କାର ପାଇବା ପାଇଁ ଉତ୍ସାହିତ ହୋଇଥିଲେ ।