/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657432933.jpg)
Srilanka Crisis
ଶ୍ରୀଲଙ୍କାରେ ଅର୍ଥନୈତିକ ଓ ରାଜନୈତିକ ଅସ୍ଥିରତା ଦିନକୁ ଦିନ ବିଗିଡିବାରେ ଲାଗିଛି । ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ ଗତକାଲି ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ଦେଶରେ ଗଠନ ହେବ ସର୍ବଦଳୀୟ ସରକାର । ଶ୍ରୀଲଙ୍କାରେ ଜନଆନ୍ଦୋଳନ ଉଗ୍ର ରୂପ ଧାରଣ କରିବା ପରେ, ସର୍ବଦଳୀୟ ସରକାର ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିସହ ନିଜ ପଦରୁ ଇସ୍ତଫା ଦେଇଛନ୍ତି ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ ।
ଲକ୍ଷାଧିକ ଆନ୍ଦୋଳନକାରୀ ରାଷ୍ଟ୍ରପତି ଗୋଟାବାୟା ରାଜପକ୍ସାଙ୍କ ଇସ୍ତଫା ଦାବିରେ ତାଙ୍କ ସରକାରୀ ବାସଭବନକୁ କବ୍ଜାକୁ ନେଇଥିବା ବେଳେ, ଏହି ସଂକଟର ସମାଧାନ ବାଟ ଖୋଜିବାକୁ ଜରୁରୀକାଳୀନ ସର୍ବଦଳୀୟ ବୈଠକ ଡାକିଥିଲେ ପ୍ରଧାନମନ୍ତ୍ରୀ ରାନିଲ ୱିକ୍ରମସିଂଘେ । ସେଠାରେ ତାଙ୍କୁ ଇସ୍ତଫା ଦେବାକୁ ବାଧ୍ୟ କରାଯାଇଥିଲା । ଗତ ମେ ୯ ତାରିଖରେ ଚତୁର୍ଥ ଥର ପାଇଁ ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ହୋଇଥିଲେ ରାନିଲ ।
ଶ୍ରୀଲଙ୍କା ପ୍ରଧାନମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଜୋରଦାର ବିରୋଧ ପ୍ରଦର୍ଶନ ପରେ ସେ ଇସ୍ତଫା ଦେବାକୁ ରାଜି ହୋଇଛନ୍ତି। ଦେଶର ନାଗରିକଙ୍କ ସୁରକ୍ଷା ଓ ହିତ ପାଇଁ ଦଳୀୟ ନେତାଙ୍କ ପ୍ରସ୍ତାବରେକୁ ମୁଁ ମାନିବାକୁ ରାଜି ବୋଲି ଶ୍ରଲଙ୍କା ପ୍ରଧାନମନ୍ତ୍ରୀ ରାନିଲ ବିକ୍ରମସିଂଘେ କହିଛନ୍ତି। ନୂଆ ତଥ୍ୟ ଅନୁଯାୟୀ ଶ୍ରୀଲଙ୍କାରେ ସର୍ବଦଳୀୟ ସରକାର ପାଇଁ ପ୍ରସ୍ତାବ ଆସିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)