• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲେନସ୍କିଙ୍କୁ ପ୍ରେମ କରୁଛନ୍ତି ପୁଟିନ୍‌ଙ୍କ ଝିଅ । ୟୁକ୍ରେନ-ଋଷିଆ ଯୁଦ୍ଧ ମଧ୍ୟରେ ଭ୍ଲାଦିମିର ପୁଟିନଙ୍କ ଝିଅ କାଟେରିନା ତେକୋନୋଭାଙ୍କ ବିଷୟରେ ଏପରି ଏକ ଚାଞ୍ଚଲ୍ୟଜନକ ଖବର ପ୍ରକାଶ ପାଇଛି । ପୁଟିନଙ୍କ ଝିଅ ଜେଲେନସ୍କିଙ୍କ ପ୍ରେମରେ ଏକ ପ୍ରକାର ପାଗଳିନୀ ହୋଇଯାଇଛନ୍ତି । ଘଡ଼ିଏ ନଦେଖିଲେ ଅନ୍ଧପ୍ରାୟ ହୋଇଯାଉଛନ୍ତି । ଆଉ ସେଥିପାଇଁ ଥରେ କିମ୍ବା ଦୁଇଥର ନୁହେଁ ବରଂ ୫୦ ଥରରୁ ଅଧିକ ଥର ସେ ପ୍ରେମିକଙ୍କୁ ଭେଟିବାକୁ ଜର୍ମାନୀର ମ୍ୟୁନିଚ ସହରକୁ ଯାଇଥିବା ସୂଚନା ମିଳିଛି ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଓ ପୁଟିନଙ୍କ ଝିଅ ପ୍ରେମ କରୁଥିବା ଜେଲେନସ୍କି ସମାନ ନୁହଁନ୍ତି । କାଟେରିନା ପ୍ରେମ କରୁଥିବା ଯୁବକଙ୍କ ନାମ ହେଲା ଇଗୋର ଜେଲେନସ୍କି, ସେ ଜର୍ମାନୀର ଜଣେ ବାଲେ ନୃତ୍ୟଶିଳ୍ପୀ । ଇଗୋର ଜେଲେନସ୍କି ଓ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ ମଧ୍ୟରେ କୌଣସି ସମ୍ପର୍କ ନାହିଁ, କେବଳ ଉଭୟଙ୍କର ସାଙ୍ଗିଆ ସମାନ । ଖବର ଅନୁସାରେ ପୁଟିନଙ୍କ ଝିଅ ଏବଂ ଇଗୋର ଜେଲେନସ୍କିଙ୍କର ମଧ୍ୟ ଏକ ସନ୍ତାନ ମଧ୍ୟ ରହିଛି । ତେବେ ଏସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ନାହିଁ ।

ଏକ ସ୍ୱତନ୍ତ୍ର ଋଷୀୟ ମିଡିଆ ଆଉଲେଟ୍ iStories ଓ ଜର୍ମାନ ପତ୍ରିକା ଡେର୍ ସ୍ପାଇଗେଲର ସଂଯୁକ୍ତ ଯାଂଚ ଅନୁସାରେ ୨୦୧୮ରୁ ୨୦୧୯ ମଧ୍ୟରେ ପୁଟିନଙ୍କ ଝିଅ ୫୦ରୁ ଅଧିକ ଥର ମ୍ୟୁନିଚକୁ ଯାଇ ପ୍ରେମିକ ଜେଲେନସ୍କିଙ୍କୁ ଭେଟିଛନ୍ତି । ପ୍ରତ୍ୟେକ ଥର କାଟେରିନା ପୁଟିନଙ୍କ ନିଜସ୍ୱ ବଡିଗାର୍ଡଙ୍କ ସହ ଚାର୍ଟାର୍ଡ ​​ବିମାନରେ ପ୍ରେମିକକୁ ସାକ୍ଷାତ କରିବାକୁ ଯାଆନ୍ତି ।

କାଟେରିନା ହେଉଛନ୍ତି ପୁଟିନଙ୍କ ସାନ ଝିଅ । କ୍ୟାଟରିନାଙ୍କ ମା କ୍ରେମଲିନର ପ୍ରଥମ ମହିଳା ଲ୍ୟୁଡମିଲା । ପୁଟିନ ଏବଂ ଲ୍ୟୁଡମିଲା ୧୯୮୩ରେ ବିବାହ କରିଥିଲେ ଏବଂ ୨୦୧୩ରେ ଉଭୟଙ୍କ ମଧ୍ୟରେ ବିବାହ ବିଚ୍ଛେଦ ହୋଇଥିଲା । କାଟରିନା ପୂର୍ବରୁ ଋଷିଆ ସର୍ବକନିଷ୍ଠ ଆରବପତି କିରିଲ ଶାମାଲୋଭଙ୍କୁ ବିବାହ କରିଥିଲେ । ପରେ ମନୋମାଳିନ୍ୟ ହେତୁ ସେମାନଙ୍କ ମଧ୍ୟରେ ଛାଡପତ୍ର ହୋଇଥିଲା ।