Advertisment

Jeff Bezos Marriage: ଗ୍ରାଣ୍ଡ ୱେଡିଂକୁ ବିରୋଧ କରି ରାସ୍ତାରେ ଲୋକ, ସମର୍ଥନରେ ବାହାରିଲେ ଭେନିସ ମେୟର

ବିବାହର ସ୍ଥାନ ଓ ତାରିଖକୁ ଗୋପନୀୟ ରଖାଯାଇଛି । କିନ୍ତୁ ଭେନିସରେ ଯେଉଁ ପ୍ରସ୍ତୁତି ଚାଲିଛି ତାକୁ ଦେଖି ଲୋକମାନେ ଜାଣିସାରିଛନ୍ତି କିଛି ବଡ଼ ଧରଣର ଆୟୋଜନ ହେବାକୁ ଯାଉଛି । ବିବାହରେ ପାଖାପାଖି ୨୦୦ ଖାସ ଅତିଥି ଯୋଗଦେବେ ।

Jeff Bezos Marriage

Jeff Bezos Marriage

Advertisment

ଆମାଜନ ଫାଉଣ୍ଡର ଜେଫ୍ ବେଜୋସଙ୍କ ବିବାହକୁ ବିରୋଧ । ବିରେ।ଧ ପ୍ରଦର୍ଶନ କରି ରାସ୍ତାକୁ ଓହ୍ଲାଇଛନ୍ତି ଲୋକ । ଧମକ ଦେଉଛନ୍ତି ବିବାହରେ ଯୋଗଦେବାକୁ ଆସୁଥିବା ଅତିଥିଙ୍କୁ ୱେଡିଂ କେକ୍ ଖାଇବାକୁ ଦେବେନି । ପ୍ରଥମ ପତ୍ନୀଙ୍କ ଠାରୁ ବିଚ୍ଛେଦ ପରେ ଏହି ମାସର ଶେଷ ବେଳକୁ ଜେଫ ବେଜୋସ ଦ୍ବିତୀୟ ଥର ବିବାହ କରିବାକୁ ଯାଉଛନ୍ତି ।

Advertisment

ଜେଫ ବେଜୋସ ସାମ୍ବାଦିକା ଲୋରେନ ସାଞ୍ଚେଜଙ୍କୁ ଇଟାଲିର ଭେନିସ ସହରରେ ବିବାହ କରିବେ । ଏହି ବିବାହରେ ପାଖାପାଖି ୨୦୦ ଖାସ ଅତିଥି ଯୋଗଦେବେ । ବିବାହର ବଜେଟ ରହିଛି ୬୦ କୋଟି ଟଙ୍କା । ଭେନିସରେ ଏହି ଗ୍ରାଣ୍ଡ ୱେଡିଙ୍ଗର ଜୋରସୋରରେ ପ୍ରସ୍ତୁତି ଚାଲିଛି । କିନ୍ତୁ ସ୍ଥାନୀୟ ଲୋକ ଚାହୁଁଛନ୍ତି ଏହି ବିବାହ ଏଠାରେ ନହେଉ ।

ଅଧିକ ପଢ଼ନ୍ତୁ: ୧୧୫ ‍ବର୍ଷରେ ପ୍ରଥମ ମହିଳା ମୁଖ୍ୟ, ସତ ହେ।ଇଗଲା ଫିଲ୍ମର କାହାଣୀ 

କିଛି ଲୋକ ଏହି ବିବାହକୁ ସାମନ୍ତବାଦୀ ଚିନ୍ତାଧାରା ବୋଲି କହୁଛନ୍ତି । ପ୍ରଦର୍ଶନ କରୁଥିବା କିଛି ଲୋକ ଦାବି କରୁଛନ୍ତି ବେଜୋସଙ୍କ ଭଳି କୋଟିପତି ସହରର ଗାରିମା ଓ ଲାଇଫଷ୍ଟାଇଲ ଉପରେ କବଜା କରିବାକୁ ଚେଷ୍ଟା କରୁଛନ୍ତି । ଏହାରି ବିରୋଧରେ ଭେନିସ ସହରର ଲୋକ ଅଭିଯାନ ଆରମ୍ଭ କରିଦେଇଛନ୍ତି । ‘No Space for Bezos’ର ବ୍ୟାନର ଲଗାଇ ରାସ୍ତାରେ ପ୍ରଦର୍ଶନ କରୁଛନ୍ତି ଲୋକ ।

Advertisment

ଲୋକଙ୍କ ଏଭଳି ବି କହିବା କଥା ଜେଫ ବେଜୋସଙ୍କ ଗ୍ରାଣ୍ଡ୍ ୱେଡିଂ ସହରର ସମସ୍ୟା ବଢେଇ ଦେଇପାରେ । ଏହି ହାଇ ପ୍ରୋଫାଇଲ ବିବାହ ସହରର ଲୋକଙ୍କ ଜୀବନକୁ ପ୍ରଭାବିତ କରିବ । ଆଉ ସହରକୁ ଆସୁଥିବା ପର୍ଯ୍ୟଟକ ବି ଏହି ବିବାହ ପାଇଁ ନାହିଁ ନଥିବା ସମସ୍ୟା ଭୋଗିବେ ।

ବେଜୋସଙ୍କୁ ବିବାହ ଜାଗାକୁ ଯିବାକୁ ଦେବେନି । ତାଙ୍କୁ ରାସ୍ତାରେ ହିଁ ଅଟକାଇବେ । ଏଥିପାଇଁ କିଛି ବି କରିବାକୁ ପ୍ରସ୍ତୁତ ଅଛନ୍ତି ପ୍ରଦର୍ଶନକାରୀ । ପିଚକାରୀ ଦ୍ବାରା ବିବାହକୁ ଆସିବାର ଥିବା ଅତିଥିଙ୍କ ଉପରେ ପାଣି ଫୋପାଡିବେ ବୋଲି ଧମକ ବି ଦେଇଛନ୍ତି ।

Advertisment

ତେବେ ବିବାହର ସ୍ଥାନ ଓ ତାରିଖକୁ ଗୋପନୀୟ ରଖାଯାଇଛି । କିନ୍ତୁ ଭେନିସରେ ଯେଉଁ ପ୍ରସ୍ତୁତି ଚାଲିଛି ତାକୁ ଦେଖି ଲୋକମାନେ ଜାଣିସାରିଛନ୍ତି କିଛି ବଡ଼ ଧରଣର ଆୟୋଜନ ହେବାକୁ ଯାଉଛି । ବିରୋଧ ଭିତରେ ବିବାହକୁ ସମର୍ଥନ କରୁଛନ୍ତି ଭେନିସର ମେୟର ।

ବିରୋଧକୁ ଲଜ୍ୟାଜନକ ବୋଲି କହିଛନ୍ତି ମେୟର । ସେ ଆହୁରି କହିଛନ୍ତି ଏହି ଗ୍ରାଣ୍ଡ ବିବାହ ଯୋଗୁଁ ସହରର କୌଣସି କ୍ଷତି ହେବ ନାହିଁ । ବିବାହକୁ କେବଳ ୨୦୦ ଅତିଥି ଆସିବେ । ସହରର ଉପରେ ଏହାର କୌଣସି ପ୍ରଭାବ ପଡିବ ନାହିଁ  । 

ଅଧିକ ପଢ଼ନ୍ତୁ: ଏଠି ପକ୍ଷୀ ବି ଉଡ଼ିବାକୁ ଡରନ୍ତି, ମଣିଷଙ୍କ ଯିବା ଉପରେ କଟକଣା 

Protests Italy Jeff Bezos Amazon CEO Jeff Bezos
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ