Advertisment

ରାଷ୍ଟ୍ରପତି ଗୋଟାବାୟା ଦେଶ ଛାଡ଼ିବା ପରେ ଶ୍ରୀଲଙ୍କା ପରିସ୍ଥିତି ସାଂଘାତିକ

ରାଷ୍ଟ୍ରପତି ଭବନ ଘେରାଉ କରି ସୁଇମିଂପୁଲ୍‌ରେ ଗାଧୋଇଲେ ଆନ୍ଦୋଳନକାରୀ...

author-image
Otv Khabar Bureau
ଅଦ୍ୟତନ ହୋଇଛି
protesters entered rashtrapati bhavan were seen taking a bath in the swimming pool inside

protesters entered rashtrapati bhavan were seen taking a bath in the swimming pool inside

ଶ୍ରୀଲଙ୍କା ରାଷ୍ଟ୍ରପତି ଗୋଟାବାୟା ଆଜି ଦେଶ ଛାଡ଼ି ପଳାୟନ କରିବା ପରେ ସାଧାରଣ ଲୋକେ ପଦାକୁ ବାହାରି ସାଂଘାତିକ ପରିସ୍ଥିତି ସୃଷ୍ଟି କରିଛନ୍ତି। ରାଜରାସ୍ତାରେ ଲୋକମାନେ ସରକାର ବିରୋଧୀ ନାରା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

Advertisment

ଦେଖନ୍ତୁ କିପରି ରାଷ୍ଟ୍ରପତି ଭବନର ସୁଇମିଂପୁଲ୍‌ରେ ଗାଧୋଉଛନ୍ତି ଆନ୍ଦୋଳନକାରୀ :-

ସୂଚନାଯୋଗ୍ୟଯେ, ଶ୍ରଲଙ୍କା ସଂପ୍ରତି ଘୋର ଆର୍ଥିକ ସଂକଟ ଦେଇ ଗତି କରୁଛି ଏବଂ ଏହାରି ଭିତରେ ଆଜି ରାଷ୍ଟ୍ରପତି ଦେଶ ଛାଡ଼ି ପଳାଇଛନ୍ତି। ରାଷ୍ଟ୍ରପତି ଦେଶ ଛାଡ଼ିବା ପରେ ଉଗ୍ରମୁଖା ଜନତା ରାଷ୍ଟ୍ରପତି ଭବନ ଭିତରେ ପଶି ବ୍ୟାପକ ଭଙ୍ଗାରୁଜା କରିବା ସହ ଭିତରେ ଥିବା ସୁଇମିଂପୁଲରେ ଦଳ ଦଳ ହୋଇ ଗାଧୋଉଥିବା ଦେଖିବାକୁ ମିଳିଛି।

Advertisment

ତେବେ ଏତେ ସଂଖ୍ୟାରେ ଲୋକ ଏକାଠି ହୋଇଛନ୍ତିଯେ, ଗୋଟାବାୟାଙ୍କ ବାସଭବନ ଆଖପାଖ ଅଞ୍ଚଳର ଟ୍ରାଫିକ୍ ବ୍ୟବସ୍ଥା ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି। ଉତ୍ତ୍ୟକ୍ତ ଜନତା ପୋଲିସ ଗାଡ଼ି ଉପରକୁ ଚଢ଼ି ନାରାବାଜି କରୁଥିବା ମଧ୍ୟ ଲକ୍ଷ୍ୟ କରାଯାଇଛି।

Sri Lanka Economic Crisis Sri Lanka President Gotabaya Rajapaksa
Advertisment
Advertisment