Advertisment

Pravasi Bharatiya Divas Convention: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ କହିଛନ୍ତି, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିର, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ । ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ ।

ଅଦ୍ୟତନ ହୋଇଛି
Narendra Modi

Narendra Modi

Advertisment

ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ ଓଡ଼ିଶା କଥା କହିଛନ୍ତି । ପ୍ରବାସୀ ଭାରତୀୟଙ୍କ ଆଗରେ ବଖାଣିଛନ୍ତି ଓଡ଼ିଶାର ସମୃଦ୍ଧ ଐତିହ୍ୟ ଓ ପରମ୍ପରା ଗାଥା ।

Advertisment

ମହାପ୍ରଭୁ ଜଗନ୍ନାଥ ଓ ଲିଙ୍ଗରାଜଙ୍କ ଭୂମିରେ ଆପଣଙ୍କୁ ସ୍ବାଗତ କହି ଆରମ୍ଭ କରିଥିଲେ ଅଭିଭାଷଣ । କହିଥିଲେ, କିଛି ଦିନ ପରେ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି । ପୋଙ୍ଗଲ, ବିହୁ ମଧ୍ୟ ପାଳନ ହେବ; ସବୁଠି ଉତ୍ସବର ବାତାବରଣ । ଓଡ଼ିଶା ବିଷୟରେ କହିଛନ୍ତି ଯେ, ଓଡ଼ିଶା ହେଉଛି ସମୃଦ୍ଧ ଐତିହ୍ୟର ପ୍ରତିବିମ୍ବ । ଖଣ୍ଡଗିରି, ଉଦୟଗିରି, କୋଣାର୍କ ଦେଖିଲେ ଗର୍ବ ଅନୁଭବ ହୁଏ ।

ସମୁଦ୍ର ଯାତ୍ରା କରି ଓଡ଼ିଶାର ବଣିକମାନେ ବିଦେଶ ଯାଉଥିଲେ । ଏହାକୁ ସ୍ମରଣ ରଖିବା ପାଇଁ ଓଡ଼ିଶାରେ ବାଲିଯାତ୍ରା ଆୟୋଜିତ ହୁଏ । ଧଉଳି ଶାନ୍ତିର ପ୍ରତୀକ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ଭବିଷ୍ୟତ ଯୁଦ୍ଧରେ ନୁହେଁ ବୁଦ୍ଧରେ ବୋଲି ସେ କହିଛନ୍ତି ।

Advertisment

ଅଧିକ ପଢ଼ନ୍ତୁ: ପ୍ରବାସୀ ଭାରତୀୟ ଦିବସ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ମୁଁ ଆପଣମାନଙ୍କୁ ଥ୍ୟାଙ୍କ ୟୁ କହିବାକୁ ଚାହୁଁଛି -ଆପଣଙ୍କ ପାଇଁ ବିଦେଶରେ ମୁଁ ଗର୍ବ ଅନୁଭବ କରେ। ଭାରତୀୟ ଯେଉଁଠିକି ଯାଆନ୍ତି ସେଠିକାର ନିୟମ ସହ ଯୋଡ଼ି ହୋଇଯାଆନ୍ତି । ଆପଣମାନେ ଦେଇଥିବା ଭଲ ପାଇବା କେବେ ବି ଭୁଲି ହେବନି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଏକବିଂଶ ଶତାବ୍ଦୀରେ ଭାରତର ବିକାଶ ଅଦ୍ଭୂତପୂର୍ବ । ଅର୍ଥନୀତିରେ ଦଶମରୁ ପଞ୍ଚମ ସ୍ଥାନକୁ ଉଠିଛୁ । ଅର୍ଥନୀତିରେ ଖୁବଶୀଘ୍ର ତୃତୀୟ ସ୍ଥାନକୁ ଉନ୍ନୀତ ହେବୁ । ଆଜି ଭାରତ ଫାଇଟର ଜେଟ୍ ନିର୍ମାଣ କରୁଛି । ଭାରତର କଥାକୁ ଆଜି ପୂରା ବିଶ୍ବ ଶୁଣୁଛି । ପ୍ରଧାନମନ୍ତ୍ରୀ ଦେଶର ବିକାଶର ଏକ ପୂରା ଚିତ୍ର ରଖିଛନ୍ତି ପ୍ରବାସୀ ଭାରତୀୟଙ୍କ ଆଗରେ । 

Advertisment

ଅଧିକ ପଢ଼ନ୍ତୁ: ପ୍ରବାସୀଙ୍କ ପାଇଁ ମେଲିଛି ଓଡ଼ିଆ କଳା ଓ ସଂସ୍କୃତିର ପସରା, ସବୁଠି ଝଲସୁଛି ଉତ୍କର୍ଷ ଉତ୍କଳର ଛାପ

Bhubaneswar Narendra Modi Prime Minister Narendra Modi Prime Minister Of India Pravasi Bharatiya Samman Pravasi Bharatiya Divas Pravasi Bharatiya Divas 2025
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ