Advertisment

Pravasi Bharatiya Divas 2025: ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି, ସମ୍ମାନିତ ହେବେ ପ୍ରବାସୀ

ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ କିଛି ପ୍ରବାସୀଙ୍କୁ ସମ୍ମାନିତ କରିବେ। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୫ଘଣ୍ଟାରୁ ଅଧିକ ସମୟ ରହିବେ ରାଷ୍ଟ୍ରପତି। କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ନୂଆଦିଲ୍ଲୀ ଫେରିଯିବେ ମହାମହିମ।

ଅଦ୍ୟତନ ହୋଇଛି
President To Address Pravasi Bharatiya Conclave

President To Address Pravasi Bharatiya Conclave

Advertisment

ଆଜି ଉଦଯାପିତ ହେବ ତିନି ଦିନିଆ ପ୍ରବାସୀ ଭାରତୀୟ ମହାକୁମ୍ଭ। ଉଦଯାପନୀ ସମାରୋହରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ କିଛି ପ୍ରବାସୀଙ୍କୁ ସମ୍ମାନିତ କରିବେ। ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଏହି ସମ୍ମାନ ପାଇବାକୁ ଥିବା ବ୍ୟକ୍ତି
ବିଶେଷମାନଙ୍କ ନାଁ ଘୋଷଣା ସରିଛି। ପ୍ରବାସୀ ଭାରତୀୟ ଦିବସ ସମ୍ମେଳନରେ ୫ଘଣ୍ଟାରୁ ଅଧିକ ସମୟ ରହିବେ ରାଷ୍ଟ୍ରପତି। କାର୍ଯ୍ୟକ୍ରମ ସାରି ଅପରାହ୍ଣରେ ନୂଆଦିଲ୍ଲୀ ଫେରିଯିବେ ମହାମହିମ।

Advertisment

ତିନି ଦିନ ଧରି ଭୁବନେଶ୍ବର ଜନତା ମୈଦାନରେ ଚାଲିଛି ପ୍ରବାସୀ ଭାରତୀୟ ଦିବସ। ବିଭିନ୍ନ ରାଷ୍ଟ୍ରରୁ ଆସିଛନ୍ତି ପ୍ରବାସୀ। ଓଡ଼ିଶାର କଳା, ସାହିତ୍ୟ, ସଂସ୍କୃତି, ଖାଦ୍ୟପେୟ ଓ ଆତିଥ୍ୟରେ ଅଭିଭୂତ ହୋଇଛନ୍ତି ପ୍ରବାସୀ ଭାରତୀୟ। ଏଥିସହ ଓଡ଼ିଶାର ବିଭିନ୍ନ କୋଣଅନୁକୋଣରେ ଥିବା ପର୍ଯ୍ୟଟନ ସ୍ଥଳି ବୁଲି ନିଜ ଖୁସି ବ୍ୟକ୍ତି କରିଛନ୍ତି।

ଅଧିକ ପଢ଼ନ୍ତୁ: Pravasi Bharatiya Divas Convention: ପ୍ରବାସୀ ଭାରତୀୟଙ୍କ ଆଗରେ ଓଡ଼ିଶାର ଐତିହ୍ୟ ଓ ପରମ୍ପରା ବଖାଣିଲେ ପ୍ରଧାନମନ୍ତ୍ରୀ

Advertisment

ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ଗୁରୁବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସମ୍ମେଳନରେ ଯୋଗ ଦେଇଥିଲେ ।  ଭଗବାନ ଜଗନ୍ନାଥଲିଙ୍ଗରାଜଙ୍କ ପବିତ୍ର ମାଟିରେ ସମସ୍ତ ପ୍ରବାସୀଙ୍କୁ ସ୍ବାଗତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । 1915 ମସିହାରେ ମହାତ୍ମା ଗାନ୍ଧୀ ଭାରତକୁ ଫେରିଥିଲେ । ପ୍ରବାସୀ ଭାରତୀୟ ଦିବସର ଏହି ସଂସ୍କରଣ ଅତ୍ୟନ୍ତ ବିଶେଷ । ଓଡ଼ିଶାର ମହାନ ଭୂମି ଭାରତର ସମୃଦ୍ଧ ପ୍ରତିବିମ୍ବ । ଓଡ଼ିଶାରେ ବିଭିନ୍ନ ଅଞ୍ଚଳରେ ଐତିହ୍ୟ ସ୍ଥଳୀ ରହିଛି । ସମ୍ରାଟ ଅଶୋକଙ୍କ ସମୟର ଓଡ଼ିଶା କଥା କହିଲେ ପ୍ରଧାନମନ୍ତ୍ରୀ । ଭବିଷ୍ୟତ ଯୁଦ୍ଧରେ ନୁହେଁ, ବୁଦ୍ଧରେ ଅଛି । ଓଡ଼ିଶାକୁ ସମସ୍ତଙ୍କୁ ସ୍ଵାଗତ କରିବା ମୋ ପାଇଁ ବିଶେଷ ବୋଲି କହିଲେ ମୋଦି । ଭାରତୀୟ ପ୍ରବାସୀ ହେଉଛନ୍ତି, ଭାରତର ରାଷ୍ଟ୍ରଦୂତ । ପ୍ରବାସୀ ମାନଙ୍କ ପାଖରୁ ମିଳୁଥିବା ଭଲ ପାଇବା କେବେ ବି ଭୁଲି ହେବ ନାହିଁ ।

ସମସ୍ତ ପ୍ରବାସୀ ମାନଙ୍କୁ ଧନ୍ୟବାଦ୍ ଦେଲେ ମୋଦି । କାରଣ ଆପଣ ମାନଙ୍କ ପାଇଁ ସମଗ୍ର ବିଶ୍ୱରେ ଗର୍ବରେ ମୁଣ୍ଡ ଉପରକୁ ରଖି ଚାଲିବାର ସୁଯୋଗ ମିଳେ । ଦୁନିଆର ପ୍ରତ୍ୟେକ ନେତା ଭାରତୀୟ ପ୍ରବାସୀ ମାନଙ୍କର ପ୍ରଶଂସା କରନ୍ତି । ଗଣତନ୍ତ୍ର ଆମ ଜୀବନର ଅଂଶ । ବିବିଧତା ଆମକୁ ଶିଖାଇବାକୁ ପଡ଼େ ନାହିଁ । ଆମ ଜୀବନ ବିବିଧତାରେ ହିଁ ଚାଲେ । ଆମେ ଯେଉଁ ଦେଶକୁ ଯାଆନ୍ତି, ସେହି ଦେଶର ବିକାଶ ପାଇଁ ସହଯୋଗ କରିଥାଆନ୍ତି । ଏକବିଂଶ ଶତାବ୍ଦୀର ଭାରତ ଯେଉଁ ଗତିରେ ଆଗକୁ ବଢୁଛି, ତାହା ଅପୂର୍ବ ବୋଲି କହିଲେ ମୋଦି ।

Advertisment

ଭାରତରେ 25 କୋଟି ଲୋକ ଗରିବ ସୀମା ରେଖାରୁ ବାହାରକୁ ଆସୁଛନ୍ତି । 10 ବର୍ଷରେ ପଞ୍ଚମ ଶ୍ରେଷ୍ଠ ଅର୍ଥନୀତି ହୋଇଛି ଭାରତ । ତୃତୀୟ ଶ୍ରେଷ୍ଠ ଅର୍ଥନୀତି ହେବା ପାଇଁ ଭାରତକୁ ବେଶୀ ଦିନ ଲାଗିବ ନାହିଁ । ଡିଜିଟାଲ ଟେକ୍ନୋଲୋଜି ପାଇଁ ଭାରତ ଆଜି ସମଗ୍ର ବିଶ୍ବରେ ସ୍ଵତନ୍ତ୍ର ସ୍ଥାନ ତିଆରି କରିପାରିଛି । ମେଟ୍ରୋ, ବୁଲେଟ ଟ୍ରେନ ପ୍ରକଳ୍ପ ଭଳି ଯୋଜନା ଦ୍ଵାରା ଭାରତ ପ୍ରଗତିର ରେକର୍ଡ ଭାଙ୍ଗୁଛି । ମେଡ ଇନ୍ ଇଣ୍ଡିଆ ପ୍ଲେନ୍ ତିଆରି କରୁଛି ଭାରତ । ଭାରତର ବୈଶିକ ଭୂମିକା ବଢୁଛି । ଭାରତର ମତ ସାରା ଦୁନିଆ ଶୁଣିଛି । ଭାରତର ଦକ୍ଷତା ଆଜି ସାରା ବିଶ୍ବ ଦେଖୁଛି । ଆସନ୍ତା କାଲି ରାଷ୍ଟ୍ରପତି ଅନେକ ପ୍ରବାସୀଙ୍କୁ ପ୍ରବାସୀ ଭାରତୀୟ ସମ୍ମାନ ବି ଦେବେ ।

ଆଗାମୀ କିଛି ବର୍ଷ ଭିତରେ ଭାରତ ସବୁଠୁ ଯୁବ ସ୍କିଲଡ ଦେଶରେ ପରିଣତ ହେବ । କୌଣସି ଭାରତୀୟ ବିଦେଶ ଗଲେ ଉନ୍ନତ କୌଶଳ ସହ ଯାଆନ୍ତୁ । ସେଥିପାଇଁ ସ୍କିଲିଂ, ରି ସ୍କିଲିଂ ଏବଂ ଅପ୍ ସ୍କିଲିଂ ଉପରେ ଗୁରୁତ୍ବ ଦେଉଛନ୍ତି କେନ୍ଦ୍ର ସରକାର । ଆଜିର ଭାରତ ବିକାଶ ବି ବିରାସତ ବି ମନ୍ତ୍ର ନେଇ ଆଗକୁ ବଢୁଛି । 1947ରେ ଭାରତ ସ୍ଵାଧିନତାରେ ପ୍ରବାସୀଙ୍କ ବଡ଼ ଅବଦାନ ଥିଲା । ସେମାନେ ବିଦେଶରେ ରହି ଅନେକ ସହଯୋଗ କରିଥିଲେ ।

ଅଧିକ ପଢ଼ନ୍ତୁ: ମିନି ଗ୍ଲୋବ୍ ପାଲଟିଛି ଜନତା ମୈଦାନ, ବିଦେଶରେ ରହୁଥିଲେ ବି ମନରୁ ଲିଭିନି ଜନ୍ମମାଟିର ମହକ

Pravasi Bharatiya Divas 2025 Pravasi Bharatiya Divas President Of India Bhubaneswar Droupadi Murmu President
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ