Advertisment

ପାକିସ୍ତାନରେ ଏଗ୍ରିମେଣ୍ଟ ସରକାର; ଶେହବାଜ ସରିଫ ହେବେ ପାକିସ୍ତାନ PM

ଏଗ୍ରିମେଣ୍ଟ ଅନୁସାରେ, ନୂଆ ସରକାରରେ ପିଏମଏଲ-ଏନ୍ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ।

author-image
Manoranjan Behera
ଅଦ୍ୟତନ ହୋଇଛି
Pakistan PM

Pakistan PM

ଦୀର୍ଘଦିନର ଟଣାଅଟରା ପରେ ପାକିସ୍ତାନରେ ଗଢାହେବ ସରକାର। ମିଳିତ ସରକାର ଗଢିବାକୁ ଅଣ୍ଟା ଭିଡିଛନ୍ତି ପାକିସ୍ତାନ ପିପୁଲ୍ସ ପାର୍ଟି ଏବଂ ପାକିସ୍ତାନ ମୁସଲିମ୍ ଲିଗ୍-ନୱାଜ ଦଳ। ଦୁଇ ଦଳ ମଧ୍ୟରେ ଏନେଇ ଏଗ୍ରିମେଣ୍ଟ ହୋଇଥିବା ପିପିପି ଅଧ୍ୟକ୍ଷ ବିଲାୱଲ ଭୁଟ୍ଟୋ ଜର୍ଦ୍ଦାରୀ ସୂଚନା ଦେଇଛନ୍ତି।

Advertisment

ଏଗ୍ରିମେଣ୍ଟ ଅନୁସାରେ, ନୂଆ ସରକାରରେ ପିଏମଏଲ-ଏନ୍ ସଭାପତି ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବେ। ପିପିପି ଉପସଭାପତି ଅସିଫ୍ ଜର୍ଦ୍ଦାରୀ ହେବେ ରାଷ୍ଟ୍ରପତି। ଗତକାଲି ରାତିରେ ଉଭୟ ଦଳ ପକ୍ଷରୁ ମିଳିତ ବିବୃତି ଜାରି କରାଯିବା ସହ ଗଣମାଧ୍ୟମକୁ ସୂଚନା ଦିଆଯାଇଛି।

ପାକିସ୍ତାନ ନିର୍ବାଚନରେ କୌଣସି ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନଥିବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଏକାଧିକ ସମର୍ଥକ ନିର୍ବାଚନରେ ବିଜୟୀ ହୋଇଥିଲେ। ଫଳରେ ସରକାର ଗଠନ ନେଇ ବିଳମ୍ବ ହେଉଥିଲା।

Advertisment

Pakistan Pakistan PM
Advertisment
Advertisment