• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଇମ୍ରାନ୍‌ଙ୍କ ହାତରେ ପଡ଼ିବ ହାତକଡ଼ି ! ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ଗିରଫ କରିବ କି ପୋଲିସ ? ଇମ୍ରାନଙ୍କ ଲାହୋର ବାସଭବନରେ ପୋଲିସ ପହଞ୍ଚିବା ପରେ ଏହି ଚର୍ଚ୍ଚା ହେଉଛି । ପାକିସ୍ତାନର ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ପୋଲିସ ଗିରଫ ପରୱାନା ନେଇ ଇମ୍ରାନଙ୍କ ଘରକୁ ଯାଇଛି । କିଛି ଦିନ ଆଗରୁ ତାଙ୍କ ନାଁରେ ଲାହୋରରେ ସେସନ୍ସ କୋର୍ଟ ଆରେଣ୍ଟ ୱାରେଣ୍ଟ ଜାରି କରିଥିଲେ ।

ତୋଷଖାନା ମାମଲାରେ କୋର୍ଟରେ ହାଜର ନ ହେବାରୁ ଏହି ଆରେଷ୍ଟ ୱାରେଣ୍ଟ ଜାରି କରାଯାଇଥିବାର ସୂଚନା ମିଳିଛି । ସବୁ ଫର୍ମାଲିଟି ପରେ ତାଙ୍କୁ ଗିରଫ କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି । ପ୍ରଧାନମନ୍ତ୍ରୀ ଥିବା ବେଳେ ତାଙ୍କୁ ମିଳିଥିବା ଉପହାରକୁ ଇମ୍ରାନ ବିକି ଦେଇଥିବାର ଅଭିଯୋଗ ହୋଇଛି । ଏହାକୁ ନେଇ ତାଙ୍କ ନାଁରେ ହୋଇଛି ମାମଲା । ତାଙ୍କ ଓକିଲ କହିଛନ୍ତି, ଆରେଷ୍ଟ ୱାରେଣ୍ଟ ବାତିଲ ପାଇଁ ଉପର କୋର୍ଟକୁ ଯିବେ ।

ସେପଟେ ଇମ୍ରାନଙ୍କ ଘରେ ପୋଲିସ ପହଞ୍ଚିବାର ଖବର ପରେ ତାଙ୍କର ସମର୍ଥକମାନେ ସେଠାରେ ଜମା ହୋଇଛନ୍ତି । ଏହାକୁ ବିରୋଧ କରି ପୋଲିସ ଓ ସମର୍ଥକଙ୍କ ମଧ୍ୟରେ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଛି।