Advertisment

Hala Modi: କୁଏତ୍‌ରେ ଓଡ଼ିଶାର ଗୁଣଗାନ କଲେ ମୋଦି; କହିଲେ କୁଏତୀ ବନ୍ଧୁଙ୍କୁ ନେଇ ବୁଲିବାକୁ ଆସନ୍ତୁ...

ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି । କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ଆସନ୍ତୁ...

Hala Modi

Hala Modi

Advertisment

କୁଏତରେ ପ୍ରବାସୀ ଭାରତୀୟଙ୍କୁ ଓଡ଼ିଶା ଆସିବାକୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ନିମନ୍ତ୍ରଣ । କୁଏତ୍ ହାଲା ମୋଦି କାର୍ଯ୍ୟକ୍ରମରେ ଓଡ଼ିଶା କଥା ଉଲ୍ଲେଖ କରିଛନ୍ତି ପିଏମ୍ ମୋଦିଭୁବନେଶ୍ବରରେ ଆୟୋଜିତ ହେବାକୁ ଥିବା ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବାକୁ ପ୍ରବାସୀ ଭାରତୀୟଙ୍କୁ ଆମନ୍ତ୍ରଣ କରିଛନ୍ତି। ହାଲା ମୋଦି କାର୍ଯ୍ୟକ୍ରମରେ ହଜାର ହଜାର ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- ବିକଶିତ ଭାରତର ଯାତ୍ରା ପ୍ରବାସୀ ଭାରତୀୟଙ୍କ ଭାଗିଦାରୀ ବିନା ଅସମ୍ଭବ। ମୁଁ ଆପଣ ସମସ୍ତଙ୍କୁ ବିକଶିତ ଭାରତର ସଂକଳ୍ପ ସହ ଯୋଡ଼ିହେବା ପାଇଁ ଆମନ୍ତ୍ରଣ କରୁଛି ।

Advertisment

ନୂଆବର୍ଷର ପ୍ରଥମ ମାସ ଅର୍ଥାତ୍ ୨୦୨୫ ଜାନୁଆରୀ ଏଥର ଅନେକ ରାଷ୍ଟ୍ରୀୟ ଉତ୍ସବର ମାସ ହେବାକୁ ଯାଉଛି । ୮ ରୁ ୧୦ ଜାନୁଆରୀ ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସର ଆୟୋଜନ ହେବ। ମୁଁ ଆପଣ ସମସ୍ତଙ୍କୁ ଏହି କାର୍ଯ୍ୟକ୍ରମ ପାଇଁ ନିମନ୍ତ୍ରଣ କରୁଛି। ଏହି ଯାତ୍ରାରେ ଆପଣ ପୁରୀରେ ମହାପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦ ନେଇପାରିବେ ବୋଲି କହିଛନ୍ତି ମୋଦି। ଏହାପରେ ପ୍ରୟାଗରାଜରେ ମହାକୁମ୍ଭ ଓ ଗଣତନ୍ତ୍ର ଦିବସ ସମାରୋହରେ ସାମିଲ ହେବାକୁ ମଧ୍ୟ ସେ ପ୍ରବାସୀ ଭାରତୀୟଙ୍କୁ ଅପିଲ୍ କରିଛନ୍ତି। ଏଥିସହ କୁଏତୀ ବନ୍ଧୁଙ୍କୁ ସାଥିରେ ନେଇ ଭାରତ ବୁଲାଇବାକୁ ମଧ୍ୟ କହିଛନ୍ତି ।

ଏପଟେ ପ୍ରବାସୀ ଭାରତୀୟ ଦିବସ ଆୟୋଜନର ପ୍ରସ୍ତୁତି ଏବଂ ଅଗ୍ରଗତି ସଂପର୍କରେ ଚାଲିଛି ଘନ ଘନ ବୈଠକ ସହ ଆଲୋଚନା। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ କାର୍ଯ୍ୟକ୍ରମର ରୂପରେଖ, ଆଇନଶୃଙ୍ଖଳା, ନିରାପତ୍ତା, ଗମନାଗମନ, ଟ୍ରାଫିକ୍ ପରିଚାଳନା ଆଦି ବିଷୟରେ ଆଲୋଚନା କରାଯାଇଥିଲା। ଜାନୁଆରୀ ୭ରୁ ୧୧ ପର୍ଯ୍ୟନ୍ତ ରାଜାରାଣୀ ମ୍ୟୁଜିକ୍ ଫେଷ୍ଟିଭାଲ, ମୁକ୍ତେଶ୍ୱର ନୃତ୍ୟ ଉତ୍ସବ, ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବ ଏବଂ ଏକାମ୍ର କାନନ ଠାରେ ପୁଷ୍ପ ପ୍ରଦର୍ଶନୀ ଅନୁଷ୍ଠିତ ହେବ।

Advertisment

ଅଧିକ ପଢନ୍ତୁ:  ଫାଟିଲା ବସ୍‌ ଚକା; ସିଧା ଯାଇ ଟ୍ରକକୁ ପିଟିଲା, ଚାଲିଗଲା ୩୮ ଜୀବନ

୮ ଜାନୁଆରୀରେ ସାଂସ୍କୃତିକ ଫ୍ୟୁଜନ ନୃତ୍ୟ ପରିବେଷଣ, ୫ରୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ଆଦିବାସୀ ମେଳା, ୬ରୁ ୧୨ ଜାନୁଆରୀ ପର୍ଯ୍ୟନ୍ତ ଚିଲିକା ପକ୍ଷୀ ଉତ୍ସବ, ୮ରୁ ୧୦ ତାରିଖ ପର୍ଯ୍ୟନ୍ତ ଖାଦ୍ୟ ମେଳା, ପଥଉତ୍ସବ ଏବଂ ରାତ୍ରୀକାଳୀନ ବଜାର ତଥା ନାଇଟ୍ ଫ୍ଲି ମାର୍କେଟ୍ ଅନୁଷ୍ଠିତ ହେବ। ଏନେଇ କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି। ଏହି ଅବସରରେ ପ୍ରାଚୀନରୁ ଆଧୁନିକ ପର୍ଯ୍ୟନ୍ତ ଓଡ଼ିଶାର ଗୌରବଗାଥା ଆଧାରିତ ଓଡ଼ିଶା ଥିମ୍ ପାଭିଲିୟନ୍ ଆୟୋଜିତ ହେବ। ଯାହାର ରୂପ ରେଖ କିପରି ରହିବ, ସେଥିପାଇଁ ପ୍ରସ୍ତୁତି ଜାରି ରହିଛି। ପ୍ରଥମ ଦିନ ତଥା ଜାନୁଆରୀ ୮ରେ ଯୁବ ପ୍ରବାସୀ ଭାରତୀୟ ଦିବସ, ଜାନୁଆରୀ ୯ରେ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ଏବଂ ଶେଷଦିନ ଜାନୁଆରୀ ୧୦ରେ ଉଦଯାପନୀ ଦିବସ ସହିତ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରାଯିବ।

ଅଧିକ ପଢନ୍ତୁ: ପିଲାଙ୍କୁ ସମୁଦ୍ରରେ ଫିଙ୍ଗିବାକୁ ଚାହୁଁଥିଲେ ବାପାମାଆ, ବଞ୍ଚାଇଲେ ଚିଲିକାରେ ତାଲିମପ୍ରାପ୍ତ CISF ଯବାନ

Advertisment
PM Modi Kuwait
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ