Advertisment

PM Modi to participate in G-7 Summit: କାନାଡ଼ାରେ ପ୍ରଧାନମନ୍ତ୍ରୀ; ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ

କାନାଡାର କାନାନାସ୍କିସରେ ଦୁଇ ଦିନ ଧରି ଚାଲିବାକୁ ଥିବା ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ବିଶ୍ବ ନେତାଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ନେଇ ଆଲୋଚନା କରିବା ସହ ଗ୍ଲୋବାଲ ସାଉଥର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିବେ ପ୍ରଧାନମନ୍ତ୍ରୀ।

ଅଦ୍ୟତନ ହୋଇଛି
G7 Summit

G7 Summit

Advertisment

ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ପାଇଁ କାନାଡ଼ାରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦି କାନାଡ଼ା କାଲଗେରୀ ବିମାନ ବନ୍ଦରରେ ପହଞ୍ଚିଛନ୍ତି। ବିମ।ନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। କାନାଡାର କାନାନାସ୍କିସରେ ଦୁଇ ଦିନ ଧରି ଚାଲିବ ଏହି ସମ୍ମିଳନୀ। କାନାଡାର ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ନିମନ୍ତ୍ରଣକ୍ରମେ ମୋଦି ଏହି ଗସ୍ତ କରିଛନ୍ତି । ଏହି ଅବସରରେ ବିଭିନ୍ନ ଦେଶର ନେତାଙ୍କ ସହ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଗ୍ଲୋବାଲ ସାଉଥର ପ୍ରାଥମିକତା ଉପରେ ଗୁରୁତ୍ୱାରୋପ କରିବେ ମୋଦି।

Advertisment

ଅଧିକ ପଢନ୍ତୁ: ଜି-୭ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ନିମନ୍ତ୍ରଣ

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚାରି ଦିନିଆ ତିନି ରାଷ୍ଟ୍ର ଗସ୍ତରେ ଥିବା ବେଳେ ସାଇପ୍ରସ ଗସ୍ତ ସାରି ଆଜି କାନାଡାରେ ପହଞ୍ଚିଛନ୍ତି । ମୋଦିଙ୍କ ଗସ୍ତ ନେଇ ବୈଦେଶିକ ମମନ୍ତ୍ରଣାଳୟର ମୁଖପାତ୍ର ରଣଧିର ଜୟସ୍ୱାଲ କହିଛନ୍ତି, ‘‘କାନାଡାର ପ୍ରଧାନମନ୍ତ୍ରୀ ମାର୍କ ଜେ କାର୍ଣ୍ଣିଙ୍କ ନିମନ୍ତ୍ରଣକ୍ରମେ ପ୍ରଧାନମନ୍ତ୍ରୀ ମୋଦି ଆଲବର୍ଟାରେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଜି-୭ ଶିଖର ସମ୍ମିଳନୀରେ ଯୋଗ ଦେବା ସହ ଭବିଷ୍ୟତରେ ଶକ୍ତି ସୁରକ୍ଷା, ଟେକ୍ନୋଲୋଜି, ଭିତ୍ତିଭୂମି ଏବଂ ନିବେଶ ପ୍ରସଙ୍ଗରେ ଆଲୋଚନାରେ ଭାଗ ନେବେ । ଏହା ସହ ମୋଦି ଅନେକ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିବେ ।’’

ସୂଚନାଯୋଗ୍ୟ, କାନାଡାରେ ଖଲିସ୍ତାନୀ ନେତା ହରଦୀପ ସିଂହ ନିଜାରଙ୍କ ହତ୍ୟା ପଛରେ ଭାରତର ହାତ ଥିବା କାନାଡାର ପୂର୍ବତନ ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ମନ୍ତବ୍ୟ ଦେବା ପରେ ଉଭୟ ଦେଶ ମଧ୍ୟରେ ତିକ୍ତତା ବଢି ଚାଲିଥିଲା । ଭାରତ ଓ କାନାଡା ମଧ୍ୟରେ ସମ୍ପର୍କ ବିଗିଡି ଯାଇଥିଲା । ତେବେ ଭାରତ ଏହି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତ୍ତିହୀନ ବୋଲି କହିଥିଲା ।

Advertisment

ଜି-୭ ହେଉଛି ବିଶ୍ୱର ସବୁଠାରୁ ଶିଳ୍ପୋନ୍ନତ ଅର୍ଥନୀତି । ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ବ୍ରିଟେନ, ଜାପାନ, ଆମେରିକା ଏବଂ କାନାଡାକୁ ନେଇ ଗଠିତ ଏକ ଅନୌପଚାରିକ ଗୋଷ୍ଠୀ ।

ଅଧିକ ପଢନ୍ତୁ: ମୋଦିଙ୍କୁ ସାଇପ୍ରସର ସର୍ବୋଚ୍ଚ ସମ୍ମାନ, ପରୋକ୍ଷରେ ତୁର୍କୀକୁ ଦେଲେ ଚେତାବନୀ

Advertisment
Prime Minister Narendra Modi Canada G7 Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ