Advertisment

SCO summit: ମୋଦି-ଜିନପିଙ୍ଗ-ପୁଟିନଙ୍କ ଭେଟଘାଟ ଉପରେ ସାରା ବିଶ୍ବର ନଜର

ଏସସିଓ ବୈଠକରେ ୨୦ରୁ ଅଧିକ ବିଶ୍ବ ନେତା ଏକାଠି ହେବେ। ଏହି ସମୟରେ ଏକାଧିକ ବିଶ୍ବ ନେତାଙ୍କୁ ଭେଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Modi-Jinping

Modi-Jinping

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଗଷ୍ଟ ୨୯ ତାରିଖରୁ ଚାରି ଦିନିଆ ଜାପାନ ଏବଂ ଚୀନ ଗସ୍ତରେ ଅଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ୧୫ତମ ଭାରତ-ଜାପାନ ବାର୍ଷିକ ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ ଜାପାନ ପ୍ରଧାନମନ୍ତ୍ରୀ ଶିଗେରୁ ଇଶିବାଙ୍କ ନିମନ୍ତ୍ରଣ କ୍ରମେ ୨୯ ଅଗଷ୍ଟରୁ ୩୦ ଅଗଷ୍ଟ ପର୍ଯ୍ୟନ୍ତ ଜାପାନ ଗସ୍ତ କରିଛନ୍ତି। ଜାପାନରୁ, ପ୍ରଧାନମନ୍ତ୍ରୀ ମୋଦି ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ନିମନ୍ତ୍ରଣକ୍ରମେ ଅଗଷ୍ଟ ୩୧ ରୁ ସେପ୍ଟେମ୍ବର ୧ ପର୍ଯ୍ୟନ୍ତ ତିଆନଜିନରେ SCO ସମ୍ମିଳନୀରେ ଯୋଗ ଦେବା ପାଇଁ ଚୀନ ଯାତ୍ରା କରିବେ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ସାତ ବର୍ଷ ପରେ ପ୍ରଥମ ଥର ପାଇଁ ଚୀନ୍ ଗସ୍ତ କରୁଛନ୍ତି, ଯେଉଁଠାରେ ସେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ସାକ୍ଷାତ କରିବେ। ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗ ଦେବା ଅବସରରେ ଏକାଠି ହେବେ ତିନି ବିଶ୍ବ ନେତା । ମୋଦି-ଜିନପିଙ୍ଗ୍ ଓ ପୁଟିନଙ୍କ ସାକ୍ଷାତ ଆଲୋଚନା ଉପରେ ରହିଛି ସାରା ବିଶ୍ବର ନଜର ।

୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ମୋଦି ଚୀନ୍ ଗସ୍ତ କରୁଥିବା ବେଳେ ଏହି ସମୟରେ ଭାରତର ଓ୍ଵାଶିଂଟନ ସହ ସମ୍ପର୍କ ଖରାପ ହୋଇଛି। ଗୋଟିଏ ପଟେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲଗାଇଥିବାବେଳେ ଏହି ସମୟରେ ମୋଦୀଙ୍କ ଚୀନ୍ ଗସ୍ତ ଅନେକ ଗୁରୁତ୍ବ ରଖୁଛି ।

Advertisment

ଏସସିଓ ବୈଠକରେ ୨୦ରୁ ଅଧିକ ବିଶ୍ବ ନେତାଙ୍କୁ ଏକାଠି ଦେଖିବାକୁ ମିଳିବ । ଗସ୍ତ ଅବସରରେ ପିଏମ୍ ମୋଦି ଜିନପିଙ୍ଗ ଓ ପୁଟିନଙ୍କ ସମେତ ଅନେକ କେନ୍ଦ୍ରୀୟ ଏସୀୟ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି। ଏକାଧିକ ବିଶ୍ବନେତାଙ୍କ ସହ ମୋଦିଙ୍କର ସାକ୍ଷାତ କାର୍ଯ୍ୟକ୍ରମ ଆମେରିକା ପାଇଁ ଚିନ୍ତାର କାରଣ ପାଲଟିଥିବା ଚର୍ଚ୍ଚା ହେଉଛି ।

SCOରେ ଭାରତ ଏବଂ ଚୀନ ବ୍ୟତୀତ ୧୦ ଜଣ ସଦସ୍ୟ ଅଛନ୍ତି - ବେଲାରୁଷ, ଇରାନ, କାଜାଖସ୍ତାନ, କିର୍ଗିଜସ୍ତାନ, ପାକିସ୍ତାନ, ରୁଷ, ତାଜିକିସ୍ତାନ ଏବଂ ଉଜବେକିସ୍ତାନ। ଚୀନର ସହାୟକ ବୈଦେଶିକ ମନ୍ତ୍ରୀ ଲିଉ ବିନଙ୍କ ସୂଚନା ଅନୁଯାୟୀ, SCO ଶିଖର ସମ୍ମିଳନୀରେ ୨୦ ରୁ ଅଧିକ ବିଶ୍ବ ନେତା ଏବଂ ୧୦ ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଅଂଶଗ୍ରହଣ କରିବେ।

Advertisment

ଅଧିକ ପଢନ୍ତୁ: ଭାରତକୁ ଜାପାନରୁ ଆସିବ ବିପୁଳ ପୁଞ୍ଜି

Narendra Modi Chinese President Xi Jinping Russian President Vladimir Putin SCO Summit
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ