Advertisment

କ୍ୱାଡ୍ ସମ୍ମିଳନୀ: ବୈଠକରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ମୋଦି

ଟୋକିଓରେ ଅନୁଷ୍ଠିତ କ୍ୱାଡ୍ ସମ୍ମିଳନୀରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
PM Modi Japan Visit Quad Summit 2022

PM Modi Japan Visit Quad Summit 2022

ଆଜି ଜାପାନର ଟୋକିଓରେ ଅନୁଷ୍ଠିତ ହେଉଛି କ୍ୱାଡ୍ ସମ୍ମିଳନୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ସାମିଲ ହୋଇଛନ୍ତି । କ୍ୱାଡ୍ର ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ସହଯୋଗ ସୁଦୃଢ଼ କରିବା ଏହି ଶିଖର ସମ୍ମିଳନୀର ଲକ୍ଷ୍ୟ ରହିଛି ।ଏଥିସହ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଭାରତ-ଜାପାନ-ଆମେରିକା ଅଷ୍ଟ୍ରେଲିଆର ନୂଆ ସାମରିକ ନୀତି ମଧ୍ୟ ନିର୍ଦ୍ଧାରଣ ହେବ ।

Advertisment

ତେବେ ଚୀନ୍‌ ମୁକାବିଲା ପାଇଁ ଏହି ନୂଆ ରଣନୀତି ପ୍ରସ୍ତୁତ କରାଯାଇଥିବା ବେଳେ ଏହା ଉପରେ ସାରା ବିଶ୍ୱର ନଜର ରହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବୈଠକରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍, ଜାପାନ ପ୍ରଧାନମନ୍ତ୍ରୀ ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଯୋଗ ଦେଇଛନ୍ତି । କ୍ୱାଡ୍‌ରେ ଭାରତ, ଆମେରିକା, ଜାପାନ ଏବଂ ଏଷ୍ଟ୍ରେଲିଆ ଏହି ୪ ଦେଶ ଅଛନ୍ତି । ଏହି ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଏବଂ ଜାପାନ୍ ଓ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀଙ୍କ ସହ ମଧ୍ୟ ମୋଦିଙ୍କ ଦ୍ୱିପାକ୍ଷିକ କଥାବାର୍ତ୍ତା କାର୍ଯ୍ୟକ୍ରମ ରହିଛି ।

Advertisment

ଅନ୍ୟପକ୍ଷେ, ୨ ଦିନିଆ ଜାପାନ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦି ଗତକାଲି ଟୋକିଓରେ ଜାପାନର ବଡ଼ ବଡ଼ କମ୍ପାନୀ ମୁଖ୍ୟଙ୍କ ସହ ଆଲୋଚନା କରିଥିଲେ । ଭାରତକୁ ଆସି ଭାରତରେ ପୁଞ୍ଜିନିବେଶ ପାଇଁ ଜାପାନର ବଡ ବଡ କମ୍ପାନୀଙ୍କୁ ଏଭଳି ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି ।

କାର୍ଯ୍ୟକ୍ରମ ପୂର୍ବରୁ ରାଜଧାନୀ ଟୋକିଓରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ପ୍ରବାସୀ ଭାରତୀୟଙ୍କୁ ଭେଟିଥିଲେ । ଭାରତୀୟ କଳା, ସଂସ୍କୃତି, ଭାଷା ଓ ବେଶକୁ ନେଇ ଭାରତୀୟ ସମୁଦାୟକୁ ମୋଦି ପ୍ରଶଂସା କରିଥିଲେ । ଏହି ଅବସରରେ ଜାପାନର କଳା, ସଂସ୍କୃତି ଚାଲିଚଳଣିକୁ ମଧ୍ୟ ମୋଦି ଭୁରି ଭୁରି ପ୍ରଶଂସା କରିଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ହଜାର ହଜାର ସଂଖ୍ୟାରେ ଭାରତୀୟ ସମୁଦାୟ ଏକାଠି ହୋଇଥିଲେ ।

PM Modi Japan Quad Summit 2022
Advertisment
Advertisment