PM Modi Gets Warm Welcome from Indian Diaspora During Four-Day Brazil Visit
ଆର୍ଜେଣ୍ଟିନା ଗସ୍ତ ସାରି ବ୍ରାଜିଲରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚାରି ଦିନିଆ ଗସ୍ତରେ ଆସିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଗସ୍ତ ସମୟରେ ସେ ରିଓ ଡି ଜେନିରିଓରେ ସପ୍ତଦଶ ବ୍ରିକ୍ସ ଶିଖର ସମ୍ମିଳନୀରେ ଯୋଗଦେବେ। ରାଷ୍ଟ୍ରପତି ଲୁଇଜ୍ ଇନାସିଓ ଲୁଲାଙ୍କ ନିମନ୍ତ୍ରଣରେ ପ୍ରଧାନମନ୍ତ୍ରୀ ମୋଦି ବ୍ରାଜିଲ ଗସ୍ତ କରିଛନ୍ତି। ଏହା ବ୍ରାଜିଲକୁ ତାଙ୍କର ଚତୁର୍ଥ ଗସ୍ତ।
ପ୍ରଧାନମନ୍ତ୍ରୀ ବ୍ରିକ୍ସ ଶିଖର ସମ୍ମିଳନୀ ଯୋଗ ଦେବା ସହ ବ୍ରାଜିଲ୍ ସହ ଅନେକ ଦ୍ୱିପାକ୍ଷିକ ବୈଠକରେ ବି ଯୋଗଦେବେ। ଏଥିରେ ଆତଙ୍କବାଦ, ଜଳବାୟୁ ପରିବର୍ତ୍ତନ, ଶାନ୍ତି ଓ ସୁରକ୍ଷା ଭଳି ବୈଶ୍ବିକ ପ୍ରସଙ୍ଗ ଉଠାଇ ପାରନ୍ତି ପ୍ରଧାନମନ୍ତ୍ରୀ। ଏଥିସହ ଅନେକ ଦ୍ବିପାକ୍ଷିକ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ବି ରହିଛି। ଏହି ଗସ୍ତ ଅବସରରେ ସେ ବ୍ରାଜିଲ ସହ ବାଣିଜ୍ୟ, ପ୍ରତିରକ୍ଷା, ଶକ୍ତି, ମହାକାଶ, ପ୍ରଯୁକ୍ତିବିଦ୍ୟା, କୃଷି, ସ୍ୱାସ୍ଥ୍ୟ ସମେତ ପାରସ୍ପରିକ ସହଯୋଗ କ୍ଷେତ୍ରରେ ସମ୍ପର୍କକୁ ଅଧିକ ମଜଭୁତ କରିବା ଦିଗରେ ରାଷ୍ଟ୍ରପତି ଲୁଲାଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ବ୍ରାଜିଲରେ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ ପାଇଁ ଉତ୍ସାହିତ ଅଛନ୍ତି ପ୍ରବାସୀ ଭାରତୀୟ। ତାଙ୍କୁ ଟିକିଏ ଦେଖା କରିବା ଓ ମୋଦିଙ୍କ ସହ କଥା ହେବାକୁ ପ୍ରବାସୀ ଭାରତୀୟ ଉତ୍କଣ୍ଠିତ ଅଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1751779484.jpg)