Advertisment

Mauritius’ highest honour: ମୋଦିଙ୍କୁ ମିଳିବ ମରିସସର ସର୍ବୋଚ୍ଚ ସମ୍ମାନ

ଆସନ୍ତାକାଲି ମରିସସ୍ ଜାତୀୟ ଦିବସରେ ମୋଦି ଦ୍ୱିତୀୟ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ପୂର୍ବରୁ ଗତକାଲି ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯେଉଁମାନେ ମହାକୁମ୍ଭଙ୍କୁ ଯାଇ ପାରିନାହାନ୍ତି, ସେମାନଙ୍କ ପାଇଁ ସଙ୍ଗମ ଜଳ ଆଣିଛି ।

ଅଦ୍ୟତନ ହୋଇଛି
PMO

PMO

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମିଳିବ ମରିସସର ସର୍ବୋଚ୍ଚ ସମ୍ମାନ। ମରିସସ୍ ରାଷ୍ଟ୍ରପତିଙ୍କୁ ପବିତ୍ର ତ୍ରିବେଣୀ ସଙ୍ଗମ ଜଳ, ଗଣେଶ ମୂର୍ତ୍ତି ଓ ମଖାନା ଉପହାର ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମରିସସକୁ ୨ ଦିନିଆ ଗସ୍ତକୁ ଯାଇ ରାଷ୍ଟ୍ରପତି ଧରମବୀର ଗୋଖୁଲ୍ ଏବଂ ତାଙ୍କ ପତ୍ନୀ ବୃନ୍ଦା ଗୋଖୁଲଙ୍କୁ ଏହି ଉପହାର ଦେଇଛନ୍ତି ମୋଦି ।

Advertisment

ଏହି ଅବସରରେ ବନାରସୀ ଶାଢ଼ି ଏବଂ ଓସିଆଇ କାର୍ଡ ମଧ୍ୟ ମୋଦି ଉପହାର ଦେଇଛନ୍ତି। ଭାରତ ଓ ମରିସସ୍ ସଂପର୍କ ସୁଦୃଢ଼ କରିବା ସଂପର୍କରେ ଉଭୟ ଶୀର୍ଷନେତା ଆଲୋଚନା ହୋଇଛି।

ଅଧିକ ପଢ଼ନ୍ତୁ:ଆବୁଧାବିରେ BAPS ସ୍ୱାମୀ ନାରାୟଣ ମନ୍ଦିର ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

Advertisment

ଆସନ୍ତାକାଲି ମରିସସ୍ ଜାତୀୟ ଦିବସରେ ମୋଦି ଦ୍ୱିତୀୟ ଥର ପାଇଁ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ। ଏହା ପୂର୍ବରୁ ଗତକାଲି ଏକ ଭବ୍ୟ କାର୍ଯ୍ୟକ୍ରମରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଯେଉଁମାନେ ମହାକୁମ୍ଭଙ୍କୁ ଯାଇ ପାରିନାହାନ୍ତି, ସେମାନଙ୍କ ପାଇଁ ସଙ୍ଗମ ଜଳ ଆଣିଛି ।

ଆଜି ଗଙ୍ଗା ତାଲାବରେ ଏହାକୁ ମିଶାଯିବ ବୋଲି ପ୍ରବାସୀ ଭାରତୀୟଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ। ଏହି ଅବସରରେ ମରିସସ୍ ପ୍ରଧାନମନ୍ତ୍ରୀ ନବୀନ ଚନ୍ଦ୍ର ରାମଗୁଲମ୍ ମୋଦିଙ୍କୁ ମରିସସର ସର୍ବୋଚ୍ଚ ସମ୍ମାନ ଦିଆଯିବ ବୋଲି ଘୋଷଣା କରିଛନ୍ତି। ପ୍ରଥମ ଭାରତୀୟ ଭାବେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିବ “ଦି ଗ୍ରାଣ୍ଡ୍ କମାଣ୍ଡର୍ ଅଫ୍ ଦି ଅର୍ଡର୍ ଅଫ୍ ଦି ଷ୍ଟାର୍ ଆଣ୍ଡ୍ କି ଅଫ୍ ଦି ଇଣ୍ଡିଆନ୍ ଓସେନ୍”। ମୋଦିଙ୍କ ପାଇଁ ଏହା ୨୧ତମ ଅନ୍ତର୍ଗାତୀୟ ସମ୍ମାନ ହେବ ।

Advertisment

ଅଧିକ ପଢ଼ନ୍ତୁ: କଂଗ୍ରେସ ଓ ଆପ୍‌କୁ ଧୋଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Narendra Modi PMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ