Advertisment

ନେପାଳରେ ଭୟଙ୍କର ବିମାନ ଦୁର୍ଘଟଣା, ରନ୍‌ୱେରେ ଅବତରଣ ବେଳେ ଜଳିଗଲା ବିମାନ...

ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Nepal Plane Crash

Plane Crash In Nepal

ନେପାଳରେ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ୩୬ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଆଜି ସକାଳେ ଏହି ଅଭାବନୀୟ ଘଟଣା ଘଟିଛି। ବିମାନଟି ପୋଖରା ବିମାନବନ୍ଦରର ରନ୍‌ୱେରେ ଅବତରଣ ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ପରେ ବିମାନରେ ନିଆଁ ଲାଗି ହୁତୁହୁତୁ ହୋଇ ଜଳି ଯାଇଥିଲା। ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। 

Advertisment

ବିମାନରେ ୬୮ ଯାତ୍ରୀ ଓ ୪ କ୍ରିଉ ମେମ୍ବର୍ସ ଥିଲେ। ଦୁର୍ଘଟଣାଗ୍ରସ୍ତ ବିମାନରୁ ଅନ୍ୟ ଯାତ୍ରୀଙ୍କୁ ଉଦ୍ଧାର ପାଇଁ ପ୍ରୟାସ ଚାଲିଛି। ଦୁର୍ଘଟଣାଗ୍ରସ୍ତ ବିମାନଟି ୟେଟି ଏୟାରଲାଇନ୍ସ(Yeti Airlines)ର ହୋଇଥିବା ବେଳେ ବିମାନଟି କାଠମାଣ୍ଡୁରୁ ପୋଖରା ଯାଉଥିଲା ବୋଲି ଜଣାପଡ଼ିଛି। 

ମିଳିଥିବା ସୂଚନା ଅନୁସାରେ, ୟେଟି ଏୟାରଲାଇନ୍ସର ଏହି ବିମାନ କାଠମାଣ୍ଡୁରୁ ପୋଖରା ଅଭିମୁଖେ ଉଡ଼ାଣ ଭରିଥିଲା। ଦୁର୍ଭାଗ୍ୟବଶତଃ, ପଶ୍ଚିମ ନେପାଳର ଓଲ୍ଡ ଓ ନିୟୁ ଏୟାରପୋର୍ଟ ମଧ୍ୟରେ ୭୨ ସିଟ୍‌ ବିଶିଷ୍ଟ ATR-72 ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ନେପାଳ ସିଭିଲ୍‌ ଆଭିଏସନ୍‌ ଅଥରିଟି ଅନୁସାରେ, ଆଜି ସକାଳ ୧୦ଟା ୩୩ ମିନିଟ୍‌ରେ ୟେଟି ଏୟାରଲାଇନ୍ସର 9N-ANC ATR-72 ଏୟାରକ୍ରାଫ୍ଟ କାଠମାଣ୍ଡୁରୁ ଉଡ଼ାଣ ଭରି ଥିଲା। ତେବେ ପୋଖରା ଏୟାରପୋର୍ଟରେ ଲ୍ୟାଣ୍ଡିଂ ବେଳେ ବିମାନଟି କ୍ରାଶ୍‌ ହୋଇଯାଇଥିଲା। 

Advertisment
Plane Crash Nepal Plane Crash
Advertisment
Advertisment