• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯାନ୍ତ୍ରିକ ତ୍ରୁଟି ପାଇଁ ମଝି ଆକାଶରେ ବନ୍ଦ ହୋଇଗଲା ବିମାନ । ଜୀବନ ବଞ୍ଚାଇବା ପାଇଁ ପାଇଲଟ୍ ବିମାନରୁ ଡେଇଁପଡିଥିଲେ । ଦୁଃଖର ବିଷୟ ବିନା ପାରାଚ୍ୟୁଟ୍‌ରେ ପ୍ରାୟ ୪୦୦୦ଫୁଟ ଉଚ୍ଚତାରୁ ପଡ଼ିଯିବା ପରେ ତାଙ୍କର ଜୀବନ ଚାଲିଯାଇଛି । ତେବେ ଆଶ୍ଚର୍ଯ୍ୟର କଥା ତାଙ୍କର ସହ ପାଇଲଟ୍ ସଫଳତା ସହବିମାନର ଜରୁରୀକାଳୀନ ଅବତରଣ କରିଥିଲେ ଏବଂ ସେ କେବଳ ସାମାନ୍ୟ ଆହତ ହୋଇଛନ୍ତି ।

ଅନେକ ଖୋଜାଖୋଜି ପରେ ଆମେରିକାର ଉତ୍ତର କାରୋଲିନା ଅଞ୍ଚଳରୁ ୨୩ ବର୍ଷୀୟ ପାଇଲଟ ଚାର୍ଲ୍ସ ହଗ୍ କ୍ରୁକ୍ସଙ୍କ ମୃତଦେହ ମିଳିଛି । ସେ ଏକ ଛୋଟ ବିମାନ ଉଡାଉଥିଲେ, ଯେଉଁଥିରେ ୧୦ ଜଣ ଲୋକ ବସିପାରିବେ । ତେବେ ସୌଭାଗ୍ୟବଶତଃ ଏଥିରେ କୌଣସି ଯାତ୍ରୀ ନଥିଲେ । ଚାର୍ଲ୍ସଙ୍କ ସହ କେବଳ ଜଣେ ସହ-ପାଇଲଟ୍ ଥିଲେ ।

ଉଡ଼ାଣ ସମୟରେ ଲ୍ୟାଣ୍ଡିଂ ଗିଅର ଖରାପ ହୋଇଯାଇଥିଲା । ଆଉ ତା’ପରେ ଚାର୍ଲ୍ସ ବିମାନରୁ ଡେଇଁ ପଡ଼ିଥିଲେ । ଅନ୍ୟପଟେ ସହ-ପାଇଲଟ୍ ଜଣକ ସ୍ଥାନୀୟ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲେ । ପରେ ସହ-ପାଇଲଟଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା, ଏବେ ତାଙ୍କୁ ସାମାନ୍ୟ ଚିକିତ୍ସା ପରେ ଡିସଚାର୍ଜ କରାଯାଇଛି ।

ତେବେ ଚାର୍ଲ୍ସଙ୍କ ମୃତ୍ୟୁ ରହସ୍ୟଘେରରେ ରହିଛି । ବହୁତ ଜୋରରେ ଶବ୍ଦ ଶୁଭିବା ପରେ ଜଣେ ବ୍ୟକ୍ତି ପୋଲିସକୁ ଖବର ଦେଇଥିଲେ । ଆଉ ତା’ପରେ ତଦନ୍ତ ଆରମ୍ଭ ହୋଇଥିଲା ଓ ପରେ ଚାର୍ଲ୍ସଙ୍କ ମୃତଦେହ ମିଳିଥିଲା । ବିମାନରେ ଥିବା ତ୍ରୁଟି ସୁଧାରିବା ସମୟରେ ସେ ଡେଇଁ ପଡ଼ିଥିବେ ବୋଲି କୁହାଯାଉଛି । ତେବେ ସେ ଡେଇଁବା ସମୟରେ ପାରାଚ୍ୟୁଟ୍ ପିନ୍ଧି ନଥିବାରୁ ସନ୍ଦେହ କରାଯାଉଛି ।

ଚାଲ୍ସଙ୍କ ମୃତ୍ୟୁ ପରେ ତାଙ୍କ ବାପା ଭାଙ୍ଗି ପଡ଼ିଛନ୍ତି । ପୁଅର ମୃତ୍ୟୁ ତାଙ୍କ ପାଇଁ ଏକ ରହସ୍ୟ ବୋଲି ସେ କହିଛନ୍ତି । ପୁଅ କଲେଜ ପାଠପଢ଼ା ସମୟରେ ହିଁ ପାଇଲଟ ଲାଇସେନ୍ସ ହାସଲ କରିଥିଲେ । ସେ ଜଣେ ବିମାନ ପ୍ରଶିକ୍ଷକ ଥିଲେ, ତାଙ୍କୁ ଯେକୌଣସି ସ୍ଥିତିରେ ଉଡ଼ାଣ କରିବା ପାଇଁ ତାଲିମ ଦିଆଯାଇଥିଲା । ଏପରିସ୍ଥିତିରେ ସେ ପାରାଚ୍ୟୁଟ୍‌ ନିପିନ୍ଧି ବିମାନରୁ ଡେଇଁ ପଡ଼ିବା ଆଦୌ ବିଶ୍ୱାସଯୋଗ୍ୟ ନୁହେଁ ବୋଲି କୁହାଯାଉଛି ।