Advertisment

ପାକିସ୍ତାନରେ ଭାରତର ମୋଷ୍ଟ ୱାଣ୍ଟେଡ୍ ଆତଙ୍କୀକୁ ଗୁଳି ମାରି ହତ୍ୟା

ସିଆଲକୋଟ୍‌ରେ ଗୁଳିକରି ହତ୍ୟା କଲେ ଅଜଣା ଦୁର୍ବୃତ୍ତ,NIAର ୱାଣ୍ଟେଡ୍‌ ତାଲିକାରେ ଥିଲା ସାହିଦ ଲତିଫ୍‌

author-image
Prangyan Parimita
ଅଦ୍ୟତନ ହୋଇଛି
Shahid Latif

Shahid Latif

ପଠାନକୋଟ୍ ମାଷ୍ଟରମାଇଣ୍ଡ(Pathankot attack mastermind) ସାହିଦ ଲତିଫଙ୍କୁ ହତ୍ୟା କରାଯାଇଛି। ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ସାହିଦ ଲତିଫକୁ ପାକିସ୍ତାନର ସିଆଲକୋଟରେ ଅଜଣା ଦୁର୍ବୃତ୍ତ ଗୁଳିକରି ହତ୍ୟା କରିଛନ୍ତି । ଏନଆଇଏ ୱାଣ୍ଟେଡ୍ ତାଲିକାରେ ଥିଲା ସାହିଦ ଲତିଫ୍ । ୨୦୧୬ ଜାନୁୟାରୀ ଦୁଇ ତାରିଖରେ ପଠାନକୋଟ ଏୟାରବେସରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡ ଥିଲା ସାହିଦ ଲତିଫ୍(Shahid Latif) । ..

Advertisment

ସାହିଦ ଲତିଫ ପାକିସ୍ତାନର ପଞ୍ଜାବ ପ୍ରଦେଶର ଗୁଜରାନୱାଲାର ବାସିନ୍ଦା ଥିଲା । ଜୈଶ-ଏ-ମହମ୍ମଦଙ୍କ ସହ ଜଡିତ ଥିଲା ମୃତ ଅତଙ୍କୀ । ସିଆଲକୋଟ ସେକ୍ଟରର କମାଣ୍ଡର ଥିଲେ ସାହିଦ ଲତିଫ, ଯିଏ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବାର କାମ କରିବା ସହ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିଲା । ସାହିଦ ଲତିଫକୁ ନଭେମ୍ବର ୧୨, ୧୯୯୪ରେ ଗିରଫ କରାଯାଇଥିଲା ଏବଂ ଭାରତୀୟ କାରାଗାରରେ ୧୬ ବର୍ଷ ସଜା କାଟିବା ପରେ ୨୦୧୦ରେ ୱାଗା  ରାସ୍ତାରେ ପାକିସ୍ତାନକୁ ପ୍ରତ୍ୟର୍ପଣ କରାଯାଇଥିଲା।

ପଞ୍ଜାବର ପଠାନକୋର୍ଟରେ ୨ ଜାନୁୟାରୀ, ୨୦୧୬ରେ ହୋଇଥିବା ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ସାହିଦ ଲତିଫ । ଏହା ବ୍ୟତୀତ ଇଣ୍ଡିଆନ୍ ଏୟାରଲାଇନ୍ସର ବିମାନ ଅପହରଣ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା ସାହିଦ ।

Advertisment

କହିବାକୁ ଗଲେ ଏବେ ନିଜ ଚରାଭୂଇଁରେ ଆଉ ସୁରକ୍ଷିତ ନୁହନ୍ତି ଆତଙ୍କୀ। ଗଡୁଛି ଗୋଟିକ ପରେ ଗୋଟିଏ ମୁଣ୍ଡ। ପାକିସ୍ତାନ ହେଉକି କାନାଡ଼ା ଅବା ବ୍ରିଟେନ୍, କୌଣସି ସ୍ଥାନ ବି ସେମାନଙ୍କ ପାଇଁ ଆଉ ନିରାପଦ ନୁହେଁ । ଭାରତ ବିରୋଧୀଙ୍କ ଚରମ ପରିଣତି ଆତଙ୍କୀ ଶିବିରରେ ଖେଳାଦେଇଛି ଭୟର ବାତାବରଣ । କେତେବେଳେ କାହା ପାଳି ପଢିବ କହି ହେବନାହିଁ।  

Terrorists Killed
Advertisment
Advertisment