Karachi
ପାକିସ୍ତାନ ଏୟାରଲାଇନ୍ସର ତ୍ରୁଟି ଯୋଗୁଁ ଅସୁବିଧାର ସାମ୍ନା କରିବାକୁ ପଡିଛି ଜଣେ ଯାତ୍ରୀଙ୍କୁ । ଜଣେ ଯାତ୍ରୀଙ୍କୁ କରାଚୀରେ ଅବତରଣ କରିବାର ଥିଲା । ହେଲେ, ସେ ସାଉଦିଆରବରେ ଅବତରଣ କଲେ । ଏ ନେଇ ପ୍ରଭାବିତ ହୋଇଥିବା ଜଣେ ଯାତ୍ରୀ ଅଭିଯୋଗ କରିଛନ୍ତି । ଯାତ୍ରୀ ଜଣକ ଏୟାର ହୋଷ୍ଟେସଙ୍କୁ ତାଙ୍କ ଟିକେଟ ଦେଖାଇଥିଲେ । ହେଲେ ସେ ଭୁଲ ବିମାନରେ ବସିଛନ୍ତି ବୋଲି ଏୟାର ହୋଷ୍ଟେସ ତାଙ୍କୁ କିଛି ସୂଚନା ଦେଇନଥିଲେ ।
ପ୍ରଭାବିତ ହୋଇଥିବା ଯାତ୍ରୀ ଶାହଜୈନ କହିଛନ୍ତି ଯେ, ତାଙ୍କୁ ଲାହୋରରୁ କରାଚୀ ଯିବାର ଥିଲା । ଲାହୋର ଏୟରପୋର୍ଟର ଘରୋଇ ଟର୍ମିନାଲ ଗେଟ ପାଖରେ ଦୁଇଟି ବିମାନ ଥିଲା । ତା ମଧ୍ୟରୁ ସେ ଗୋଟିଏରେ ଚଢିଥିଲେ । ଏପରିକି ସେ ଏୟାର ହୋଷ୍ଟେସଙ୍କୁ ତାଙ୍କ ଟିକେଟ ଦେଖାଇଥିଲେ ମଧ୍ୟ ସେ ଭୁଲ ବିମାନରେ ବସିଛନ୍ତି ବୋଲି ଏୟାର ହୋଷ୍ଟେସ ତାଙ୍କୁ କିଛି କହିନଥିଲେ । ଯେତେବେଳେ ସେ ଜାଣିଲେ ଯେ, ଭୁଲ ବିମାନରେ ବସିଛନ୍ତି, ସେତେବେଳକୁ ବହୁତ ଡେରି ହୋଇ ଯାଇଥିଲା ।
ଶାହଜୈନଙ୍କ ପାଖରେ କୌଣସି ଆନ୍ତର୍ଜାତୀୟ ପାସପୋର୍ଟ କିମ୍ବା ଭିସା ମଧ୍ୟ ନଥିଲା । ବିମାନରେ ଦୁଇ ଘଣ୍ଟା ବସିବା ପରେ ଯେତେବେଳେ ସେ କରାଚୀରେ ନ ପହଞ୍ଚିଲେ, ସେତେବେଳେ ସେ ବିମାନ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ । ହେଲେ, ବିମାନ କର୍ତ୍ତୃପକ୍ଷ ଶାହଜୈନଙ୍କୁ ହିଁ ଦାୟୀ କରିଥିଲେ ଏବଂ କରାଚୀରେ ପହଞ୍ଚିବା ପାଇଁ ତାଙ୍କୁ ଦୁଇରୁ ୩ ଦିନ ଲାଗିବ ବୋଲି କହିଲେ ।
ସେ ଏୟାରଲାଇନ୍ସକୁ ତାର ଦାୟିତ୍ୱହୀନତା ପାଇଁ ଆଇନଗତ ନୋଟିସ୍ ପଠାଇଛନ୍ତି । ଏୟାରଲାଇନ୍ସ ପକ୍ଷରୁ ତାଙ୍କର ଅତିରିକ୍ତ ଯାତ୍ରା ଖର୍ଚ୍ଚ ବହନ କରିବାକୁ ଦାବି କରିଛନ୍ତି । ଏହା ସହିତ ସେ ଯେଉଁ ସମସ୍ୟା ଭୋଗିଛନ୍ତି, ସେଥିପାଇଁ ତାଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି କରିଛନ୍ତି । ସେ ଫେଡେରାଲ ଇନଭେଷ୍ଟିଗେସନ ଏଜେନ୍ସିକୁ ଏହି ଘଟଣାର ତଦନ୍ତ କରିବା ପାଇଁ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Karachi_1752382099.jpg)