• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସାବଧାନ ! ଦେଶକୁ ପଶିପାରନ୍ତି ପାକିସ୍ତାନ ଭିକାରୀ। ଏହା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗିଥାଇପାରେ। କିନ୍ତୁ ଏହା ସତ । ବିଭିନ୍ନ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି ପାକିସ୍ତାନ ଭିକାରୀ । ପଡ଼ୋଶୀ ଦେଶ ପାକିସ୍ତାନ ଏବେ ନିଜ ଦେଶର ଭିକାରୀମାନଙ୍କ ପାଇଁ ପୁଣି ଥରେ ଚର୍ଚ୍ଚାକୁ ଆସିଛି । ନିଜର ଦେଶର ଭିକାରୀମାନଙ୍କ ପାଇଁ ପୁଣି ଥରେ ବିଶ୍ୱ ଦରବାରରେ ଲଜ୍ଜିତ ହୋଇଛି ପାକ୍ । ବିଦେଶରେ ଏବେ ଭିକାରୀ ସଂଖ୍ୟା ବଢ଼ାଉଛି ପାକିସ୍ତାନ। ବିଦେଶ ଜେଲରେ ଏବେ ବଢ଼ିବାରେ ଲାଗିଛି ପାକିସ୍ତାନ ଭିକାରୀଙ୍କ ସଂଖ୍ୟା। ମିଳିଥିବା ସୂଚନା ଅନୁସାରେ ବିଦେଶରେ ଗିରଫ ହୋଇଥିବା ଭିକାରୀମାନଙ୍କ ମଧ୍ୟରୁ ୯୦ ପ୍ରତିଶତ ପାକିସ୍ତାନର। ପାକିସ୍ତାନରୁ ବହୁ ସଂଖ୍ୟାରେ ଭିକାରୀ ଏବେ ଇରାନ ଓ ସାଉଦି ଆରବ ଜେଲରେ ରହିଛନ୍ତି।

ପାକିସ୍ତାନ ସରକାରଙ୍କ ସିନେଟ୍‌ର ସ୍ଥାୟୀ ସମିତିରେ କହୁଯାଇଥିଲା ଯେ ବିଦେଶରେ ବହୁ ସଂଖ୍ୟକ ପାକିସ୍ତାନୀ ନାଗରିକ ଭିକ ମାଗିବାରେ ଲାଗିଛନ୍ତି । ଯେଉଁଥିପାଇଁ ସେମାନଙ୍କୁ ଜେଲ୍ ଯିବାକୁ ପଡ଼ୁଛି । ପ୍ରବାସୀ ପାକିସ୍ତାନ ମନ୍ତ୍ରଣାଳୟର ସଚିବ ଜିଶାନ ଖାନଜାଦା ଷ୍ଟାଣ୍ଡିଂ କମିଟିକୁ କହିଛନ୍ତି ଯେ ପାକିସ୍ତାନର ପ୍ରାୟ ୧୦ ଲକ୍ଷ ନାଗରିକ ବିଦେଶରେ ଅଛନ୍ତି। ଯେଉଁଥିରୁ ବହୁ ସଂଖ୍ୟାରେ ଭିକ ମାଗିବା କାର୍ଯ୍ୟରେ ଲାଗିଛନ୍ତି। ପାକିସ୍ତାନର ଏହି ଲୋକମାନେ ଭିସା ନେଇ ଅନ୍ୟ ଦେଶରେ ଭିକ ମାଗିବା କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ସେ ଆହୁରି କହିଛନ୍ତି କି ପାକିସ୍ତାନରୁ ବିଦେଶ ଯାଉଥିବା ବିମାନ ଅନେକ ସମୟରେ ଭିକାରୀମାନଙ୍କ ଦ୍ୱାରା ପୂର୍ଣ୍ଣ ହେଉଯାଉଛି। ଆରବ ଦେଶରେ ବନ୍ଦୀ ହୋଇଥିବା ୯୦ ପ୍ରତିଶତ ଭିକାରୀ ପାକିସ୍ତାନର ବୋଲି ସେ କହିଛନ୍ତି। ଇରାକ ଓ ସାଉଦି ଆରବର ରାଷ୍ଟ୍ରଦୂତମାନେ କହିଛନ୍ତି ଯେ ସେମାନଙ୍କ ଜେଲରେ ଦିନକୁ ଦିନ ପାକିସ୍ତାନ ଭିକାରୀ ଭିଡ଼ ବଢ଼ାଉଛନ୍ତି ।

ଗତ ଏକ ବର୍ଷ ହେବ ପଡ଼ୋଶୀ ପାକିସ୍ତାନର ସ୍ଥିତି ଅତ୍ୟନ୍ତ ଖରାପ ରହିଛି। ଆଇଏମ୍‌ଏଫ୍‌ ସମେତ ଅନେକ ଦେଶରୁ ଋଣ ନେବା ସତ୍ତ୍ୱେ ପାକିସ୍ତାନର ଅବସ୍ଥାରେ କୌଣସି ପରିବର୍ତ୍ତନ ପରିଲିକ୍ଷିତ ହେଉନାହିଁ । ତେବେ ଏହାରି ମଧ୍ୟରେ ବିଶ୍ୱ ବ୍ୟାଙ୍କର ପ୍ରକାଶ କରିଥିବା ରିପୋର୍ଟ ପାକିସ୍ତାନର ସ୍ଥିତିକୁ ଆହୁରି ଅସୁବିଧାରେ ପକାଇଛି । ଏହି ରିପୋର୍ଟରେ କୁହାଯାଇଛି ଯେ ପାକିସ୍ତାନରେ ଦ୍ରାରିଦ୍ର୍ୟ ଗ୍ରାଫ୍ ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପାକିସ୍ତାନରେ ଏବେ ଦାରିଦ୍ର୍ୟ ବୃଦ୍ଧି ପାଇ ୩୯.୪ ପ୍ରତିଶତରେ ପହଞ୍ଚିଛି । ଏହା ସହ ୧.୨୫ କୋଟିରୁ ଅଧିକ ଲୋକ ଦାରିଦ୍ର ସୀମା ରେଖା ତଳେ ଅଛନ୍ତି ବୋଲି ବିଶ୍ୱ ବ୍ୟାଙ୍କ୍‌ ରିପୋର୍ଟ ଖୁଲାସା କରିଛି।