Advertisment

ପାକିସ୍ତାନରେ ଶିଖ୍ ହାକିମ୍‌ଙ୍କୁ ଗୁଳି କରି ହତ୍ୟା

ପାକିସ୍ତାନରେ ପୁଣି ଆତଙ୍କୀୟ କାର୍ଯ୍ୟକଳାପ। ପାକିସ୍ତାନର ପେଶୱାରରେ ଶିଖ ସମ୍ପ୍ରଦାୟର ଜଣେ ହାକିମଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଏହା ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ କ୍ଲିନିକରେ ପ୍ରବେଶ କରି ଶିଖ୍‌ ହାକିମଙ୍କ ଉପରକୁ ଚାରିଟି ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ହାକିମ୍‌ଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

author-image
Otv Khabar Bureau
Satnam Singh

Satnam Singh

ନୂଆଦିଲ୍ଲୀ: ପାକିସ୍ତାନରେ ପୁଣି ଆତଙ୍କୀୟ କାର୍ଯ୍ୟକଳାପ। ପାକିସ୍ତାନର ପେଶୱାରରେ ଶିଖ ସମ୍ପ୍ରଦାୟର ଜଣେ ହାକିମଙ୍କୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି। ପାକିସ୍ତାନର ସଂଖ୍ୟାଲଘୁ ସମ୍ପ୍ରଦାୟକୁ ଟାର୍ଗେଟ କରିବାର ଏହା ଆଉ ଏକ ନୂଆ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଆକ୍ରମଣକାରୀମାନେ କ୍ଲିନିକରେ ପ୍ରବେଶ କରି ଶିଖ୍‌ ହାକିମଙ୍କ ଉପରକୁ ଚାରିଟି ଗୁଳି ଚଳାଇଥିଲେ। ଏହି ଗୁଳି ବିନିମୟରେ ହାକିମ୍‌ଙ୍କ ଦୁଃଖଦ ମୃତ୍ୟୁ ଘଟିଛି।

Advertisment

ମୃତକଙ୍କ ନାମ ହେଉଛି ସତନାମ ସିଂହ। ସତନାମଙ୍କୁ ଆହତ ଅବସ୍ଥାରେ ଲେଡି ରିଡିଂ ହସ୍ପିଟାଲକୁ ନିଆଯାଇଥିଲା। ହସ୍ପିଟାଲକୁ ପହଞ୍ଚିବା ମଧ୍ୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଯାଇଥିଲା। ପୋଲିସର ସୂଚନାନୁସାରେ ଗୋଟିଏ ଦିନ ପୂର୍ବରୁ ହିଁ ସତନାମ ସିଂହ ହାସନ ଅବଦାଲରୁ ପେଶୱାରକୁ ଆସିଥିଲେ। ଏନେଇ କ୍ୟାପିଟାଲ ସିଟି ପୋଲିସ ଅଧିକାରୀ କହିଛନ୍ତି ଯେ ଘଟଣାର କଡାକଡି ତଦନ୍ତ କରାଯାଉଛି। ଶୀଘ୍ର ଆକ୍ରମଣକାରୀଙ୍କୁ ଗିରଫ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।

Advertisment

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନରେ ଅଳ୍ପସଂଖ୍ୟକ ହିନ୍ଦୁ ଏବଂ ଶିଖ ସମ୍ପ୍ରଦାୟକୁ ବାରମ୍ବାର ଟାର୍ଗେଟ କରାଯାଉଛି। ହିନ୍ଦୁ ସଂପ୍ରଦାୟ ଝିଅମାନଙ୍କୁ ଅପହରଣ କରାଯାଇ ଧର୍ମ ପରିବର୍ତ୍ତନ କରିବାକୁ ବାଧ୍ୟ କରାଯାଉଛି ଏବଂ ବେଳେବେଳେ ସେମାନଙ୍କୁ ଅତି ନିର୍ମମ ଭାବରେ ହତ୍ୟା ମଧ୍ୟ କରାଯାଉଛି।

ଅତୀତରେ ପାକିସ୍ତାନରେ କେତେକ ମନ୍ଦିରଗୁଡିକ ମଧ୍ୟ ଆତଙ୍କବାଦୀଙ୍କ ଦ୍ୱାରା ଭଙ୍ଗାରୁଜା କରାଯାଇଥିଲା। ବିଭାଜନ ପରଠାରୁ ଏଠାରେ ହିନ୍ଦୁ ଏବଂ ଶିଖଙ୍କ ଜନସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ଏଭଳି ଅଘଟଣ ଉପରେ ଆଜି ଯାଏଁ ପାକ୍ ସରକାର ପକ୍ଷରୁ କୌଣସି ନ୍ୟାୟ ମିଳିନାହିଁ। ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତି ଏଭଳି ଅତ୍ୟାଚାର ବାରମ୍ବାର ଘଟୁଥିବାର ଦେଖିବାକୁ ମିଲୁଛି।

Pakistan Firing Death Sikh Hakim
Advertisment
Advertisment