• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପାକିସ୍ତାନକୁ ସାଉଦି ଆରବର ଆର୍ଥିକ ସହାୟତା । ଆର୍ଥିକ ସଂକଟ ଦେଇ ଗତିକରୁଥିବା ପାକିସ୍ତାନକୁ ୮ ବିଲିୟନ ଡଲାର ଆର୍ଥିକ ସହାୟତା ରାଶି ପ୍ରଦାନ କରିବାକୁ ରାଜି ହୋଇଛି ୟୁଏଇ । ଏହାଦ୍ୱାରା ପାକିସ୍ତାନର ଆର୍ଥିକ ସ୍ଥିତିରେ ସୁଧାର ଆସିପାରିବ ବୋଲି ଅନୁମାନ କରାଯାଉଛି ।

ଜାତୀୟ ଗଣମାଧ୍ୟମ ‘ଦ ନ୍ୟୁଜ୍‌’ର ରିପୋର୍ଟ ଅନୁଯାୟୀ, ପାକିସ୍ତାନର ପ୍ରଧାନମନ୍ତ୍ରୀ ସାହବାଜ ଶରିଫ୍ ସାଉଦି ଆରବ୍‌ ଗସ୍ତରେ ଯାଇଥିବା ସମୟରେ ଏହି ନିଷ୍ପତ୍ତି ନିଆଯାଇଛି । ଏଥିରେ ତୈଳ ପାଇଁ ଅର୍ଥ, ଜମା କିମ୍ବା ସୁକୁକ୍ ମାଧ୍ୟମରେ ଅତିରିକ୍ତ ଅର୍ଥ ଏବଂ ୪.୨ ବିଲିୟନ ଡ଼ଲାରର ସୁବିଧାମାନ ରହିଛି ।

ଏନେଇ ଜଣେ ଅଧିକାରୀ କହିଛନ୍ତି ଯେ, ପାକିସ୍ତାନ ତୈଳ ପାଇଁ ପାଣ୍ଠିକୁ ୧.୨ ବିଲିୟନରୁ ୨.୪ ବିଲିୟନକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲା ଯାହାକୁ ସାଉଦି ଆରବ ସ୍ୱୀକାର କରିବା ସହ ଆର୍ଥିକ ସହାୟତା ରିଶି ପ୍ରଦାନ କରିବା ଘୋଷଣା କରିଛି ।