• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଭାଗ୍ୟ ପରୀକ୍ଷା । ଅନାସ୍ଥା ଭୋଟର ସାମନା କରିବେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ । ୧୭୨ ମ୍ୟାଜିକ୍ ନମ୍ବର ପାଇଁ ୧୫୫ ସଦସ୍ୟ ବିଶିଷ୍ଟ ଇମ୍ରାନଙ୍କ ତେହିରିକ ଏ ଇନସାଫ୍ ପାର୍ଟିରୁ ମଧ୍ୟ ବହୁ ସାଂସଦ ଅନସ୍ଥା ଭୋଟ୍ ବେଳେ ଅନୁପସ୍ଥିତ ରହିବା ଅନୁମାନ କରାଯାଉଛି । ଏହାସହ ନ୍ୟାସନାଲ ଆସେମ୍ବଲିରେ ହେବାକୁ ଥିବା ଅନାସ୍ଥା ଭୋଟର ସମ୍ମୁଖୀନ ହେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଇମ୍ରାନ ସରକାରର ପତ୍ତନ ହେବା ଅଧିକ ସମ୍ଭାବନା ରହିଛି ।

ସୂଚନା ଅନୁସାରେ, ଅନାସ୍ଥା ଭୋଟ୍ ପୂର୍ବରୁ ପାକିସ୍ତାନବାସୀଙ୍କୁ ଇମ୍ରାନ ଖାନ୍ ସମ୍ବୋଧନ କରିଥିଲେ । ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ସେ ସମ୍ପୂର୍ଣ୍ଣ ନିରାଶ ବୋଲି କହିଥିଲେ ଇମ୍ରାନ୍ । ଯେଉଁଥିରେ ସେ କହିଥିଲେ ଯେ, ସାଂସଦମାନଙ୍କୁ ଖୋଲାଖୋଲି କିଣାଯାଉଛି ଯାହା ପାକିସ୍ତାନର ଭବିଷ୍ୟତ ପାଇଁ ଆଦୌ ଭଲ ନୁହେଁ । ପାକିସ୍ତାନ କେଉଁ ଆଡ଼କୁ ଯାଉଛି, ଯୁବ ବର୍ଗଙ୍କୁ ଦେଖିବାକୁ ହେବ ବିଦେଶୀ ରାଷ୍ଟ୍ର ଷଡ଼ଯନ୍ତ୍ର ବିରୋଧରେ ସ୍ୱର ଉଠାଇବାକୁ ସେ ଦେଶବାସୀଙ୍କୁ ଆହ୍ୱାନ ଜଣାଇଛନ୍ତି । ନିଜ ପିଲାଙ୍କ ଭବିଷ୍ୟତ ପାଇଁ ଦେଶବାସୀ ସ୍ୱର ଉଠାନ୍ତୁ ଇମ୍ରାନ୍ ବୋଲି କହିଛନ୍ତି ।

ଆମେରିକା ବିରୋଧରେ ବର୍ଷି ଇମ୍ରାନ କହିଛନ୍ତି, ତାଙ୍କ ରୁଷିଆ ଗସ୍ତକୁ ନେଇ ଆମେରିକା ପାକ୍ ରାଷ୍ଟ୍ରଦୂତଙ୍କୁ ଧମକାଇଥିଲା । ତେଣୁ ଆମେରିକାର ଏଭଳି ଧମକ ୨୨ କୋଟି ଦେଶବାସୀଙ୍କ ପାଇଁ ଅପମାନ । ତାଙ୍କୁ ଶାସନ ଗାଦିରୁ ହଟାଇବାକୁ ୪ ମାସ ପୂର୍ବରୁ ଯୋଜନା ଆରମ୍ଭ ହୋଇଥିବା କହିଛନ୍ତି ଇମ୍ରାନ ।

ଅନ୍ୟପକ୍ଷେ, ଦେଶବାସୀଙ୍କୁ ସମ୍ବୋଧନ ଅବସରରେ ପାକ୍ ପ୍ରଧାନମନ୍ତ୍ରୀ ଭାରତର ଖୁବ୍ ପ୍ରଶଂସା କରିଛନ୍ତି । ଭାରତର ବିଦେଶ ନୀତି ସ୍ୱତନ୍ତ୍ର ଏବଂ ଏହି କେହି ଆଖି ଦେଖାଇ ପାରିବେ ନାହିଁ ଭାରତ ବିରୋଧରେ ଷଡ଼ଯନ୍ତ୍ର ରଚିବାକୁ କେହି ସାହସ କରିବେନି କି କୌଣସି ବିଦେଶୀ ରାଷ୍ଟ୍ର ଭାରତକୁ ପ୍ରଶ୍ନ କରିପାରିବେ ନାହିଁ ବୋଲି ଇମ୍ରାନ କହିଛନ୍ତି । ଲୋକତନ୍ତ୍ରର ରକ୍ଷା ସେନା ନୁହେଁ, ଜନତା ହିଁ କରିପାରିବେ, ତେଣୁ ରବିବାର ଜନତା ରାଜରାସ୍ତାକୁ ଓହ୍ଲାଇ ଶାନ୍ତିପୂର୍ଣ୍ଣ ବିରୋଧ କରନ୍ତୁ ଏବଂ ସେ ସାଧାରଣ ଲୋକଙ୍କ ସହ ମିଳିତ ଭାବେ ସଂଘର୍ଷ କରିବେ ବୋଲି ଇମ୍ରାନ ଦେଶବାସୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ।