pakistan
ଭାରତର ହମଲାରେ ଧରାଶାୟୀ ପାକିସ୍ତାନ। ବିଶ୍ୱ ଆଗରେ ହାତ ପତାଇ ଋଣ ପାଇଁ ଭିକ ମାଗିଲା ପାକିସ୍ତାନ। ନିଜ ମିତ୍ରରାଷ୍ଟ୍ରଙ୍କୁ ଋଣ ମାଗିଛି। ଭାରତର ଘନ ଘନ ଆକ୍ରମଣରେ ପାକିସ୍ତାନରେ ବହୁତ କ୍ଷତି ହୋଇଛି । ଏଥିପାଇଁ ପାକିସ୍ତାନ ମିତ୍ର ରାଷ୍ଟ୍ରଙ୍କୁ ତୁରନ୍ତ ସହାୟତା ପାଇଁ ଗୁହାରୀ କରିଛି।
ଅଧିକ ପଢ଼ନ୍ତୁ: ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନର ଆକ୍ରମଣ; ସାଇରନ୍ ବଜାଇ ସତର୍କ କଲା ସେନା
ପହଲଗାମ ଆତଙ୍କୀ ଆକ୍ରମଣ ପରେ ପ୍ରତିଶୋଧ ନେଇଥିଲା ଭାରତ। ପାକିସ୍ତାନ ଉପରେ କରିଥିଲା ଏୟାରଷ୍ଟ୍ରାଇକ। ଏହା ପରେ ପାକିସ୍ତାନ ଉପରେ ଘନ ଘନ ଆକ୍ରମଣ କରୁଛି ଭାରତ। ଭାରତର ୨ ଦିନ ଡ୍ରୋନ ଆଟାର୍କରେ ପାକିସ୍ତାନରେ ହୋଇଛି ବହୁତ କ୍ଷତି। କିପରି ବଞ୍ଚିବ ଏଥିପାଇଁ ପାକିସ୍ତାନ ଡାକୁଛି ତ୍ରାହି ତ୍ରାହି। ଏଥିପାଇଁ ମିତ୍ର ରାଷ୍ଟ୍ରଙ୍କୁ ଋଣ ମାଗିଛି ପାକିସ୍ତାନ। ତୁରନ୍ତ ସହାୟତା ପାଇଁ ଗୁହାରୀ କରିଛି।
ସୂଚନେଯୋଗ୍ୟ ଗତକାଲି ରାତିରେ ସୀମା ନିକଟବର୍ତ୍ତୀ ଅଞ୍ଚଳର ବିଭିନ୍ନ ସ୍ଥାନରେ ଆକ୍ରମଣ କରିବାକୁ ଉଦ୍ୟମ କରି ପାନେ ପାଇଥିଲା ପାକିସ୍ତାନ । ଭାରତର ପ୍ରଚଣ୍ଡ ଆକ୍ରମଣରେ ଥରହର ହୋଇପଡ଼ିଥିଲା ପାକିସ୍ତାନ। ପାକିସ୍ତାନର ୮ଟି ମିସାଇଲକୁ ମାରି ଖସାଇଦେଇଛି ଭାରତ। ଏଥିସହ ପାକିସ୍ତାନର ୫୦ଟି ଡ୍ରୋନକୁ ମାରି ଖସାଇଦେଇଛି ଭାରତ । ଭାରତ ଉପରେ ୫୦ ସ୍ୱାର୍ମ ଡ୍ରୋନରେ ଆକ୍ରମଣ କରିଥିଲା ପାକିସ୍ତାନ। ସମସ୍ତ ଡ୍ରୋନକୁ ଆକାଶରେ ଧ୍ୱଂସ କରିଥିଲା ଭାରତ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/pakistan_1746766522.jpg)