Advertisment

Chandigarh under Attack Alert: ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍ ; ଲୋକଙ୍କୁ ଘରେ ରହିବାକୁ ଅପିଲ

ପଞ୍ଜାବର ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍‌। ଆକାଶ ମାର୍ଗରୁ ପାକିସ୍ତାନ ଡ୍ରୋନ ଆଟାର୍କ କରି ନେଇ ଆଶଙ୍କା ରହିଛି। ଏଥିପାଇଁ ଯୁଦ୍ଧ ସାଇରନ୍‌ ବଜାଯାଇ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ପଞ୍ଜାବର ଚଣ୍ଡିଗଡ଼ରେ ବାଜିଲା ଯୁଦ୍ଧ ସାଇରନ୍‌। ଆକାଶ ମାର୍ଗରୁ ପାକିସ୍ତାନ ଡ୍ରୋନ ଆଟାର୍କ କରିବା ନେଇ ଆଶଙ୍କା ରହିଛି। ଏଥିପାଇଁ ଯୁଦ୍ଧ ସାଇରନ୍‌ ବଜାଯାଇ ସମସ୍ତ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଛି।

Advertisment

ଏହାସହ ଏୟାରଫୋର୍ସ ଷ୍ଟେସନ ପକ୍ଷରୁ ଆଲର୍ଟ ଜାରି କରାଯାଇଛି । ଯୁଦ୍ଧ ସାଇରନ୍‌ ବାଜିବା ପରେ ସକ୍ରିୟ ହୋଇଛି ସମସ୍ତ ଏୟାର ଡିଫେନ୍ସ ସିଷ୍ଟମ। ସ୍ଥାନୀୟ ଲୋକଙ୍କୁ ଘର ଭିତରେ ରହିବାକୁ ଅପିଲ୍ କରାଯାଇଛି। କୌଣସି ପରିସ୍ଥିତିରେ ଘର ବାହାରକୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି। ଏପରିକି ଘର ବାଲକୁନିକୁ ନ ବାହାରିବା ପାଇଁ ସୋଶାଲ ମିଡିଆରେ ଚଣ୍ଡିଗଡ଼ ପ୍ରଶାସନ ପକ୍ଷରୁ ଟ୍ୱିଟ୍‌ କରି ସୂଚନା କରାଯାଇଛି। ଅନ୍ୟପକ୍ଷରେ ଘଟଣା ଉପରେ କଡ଼ା ନଜର ରଖିଛି ଭାରତୀୟ ସେନା।

ଅଧିକ ପଢ଼ନ୍ତୁ: ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ପାକିସ୍ତାନର ଆକ୍ରମଣ; ସାଇରନ୍ ବଜାଇ ସତର୍କ କଲା ସେନା

Advertisment

ସୂଚନାଯୋଗ୍ୟ, ଗତକାଲି ଜମ୍ମୁ କାଶ୍ମୀରର ଏକାଧିକ ସ୍ଥାନରେ ଯୁଦ୍ଧ ସାଇରନ ବାଜିଥିଲା। ଜମ୍ମୁ ଏୟାରପୋର୍ଟରେ ସାଇରନ୍ ବାଜିବା ସହ ଜମ୍ମୁକୁ ବ୍ଲାକ ଆଉଟ୍ କରାଯାଇଥିଲା। ଏହାପରେ ଭାରତୀୟ ସେନା ବି କଡ଼ା ମୁକାବିଲା କରିଥିଲା। S-400 ଏୟାର ଡିଫେନ୍ସ ସିଷ୍ଟମ ପାକିସ୍ତାନର ଏକାଧିକ ରକେଟକୁ ଅକାମୀ କରଥିଲାଛି। ସେହିପରି ଆକାଶରେ ୮ଟି ମିସାଇଲକୁ ମାରି ଖସାଇ ଦେଇଥିଲା ଭାରତ। ଜମ୍ମୁ ସହ ଅଖନୁରରେ ବି ବାଜିଥିଲା ସାଇରନ୍। ଭାରତର ଅପରେସନ୍ ସିନ୍ଦୁର ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ସାମରିକ ପ୍ରତିଷ୍ଠାନ, ଅନ୍ୟାନ୍ୟ ପ୍ରତିଷ୍ଠାନ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରୁଛି।

ଅଧିକ ପଢ଼ନ୍ତୁ: ଭାରତ-ପାକିସ୍ତାନ ସ୍ଥିତିକୁ ନେଇ ଚିନ୍ତା ପ୍ରକଟ କଲେ ଟ୍ରମ୍ପ; କହିଲେ- ଯେସାକୁ ତେସା ନୀତି

Pakistan Punjab Chandigarh Operation Sindoor
Advertisment
Advertisment