• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଜଣେ ପ୍ରଧାନମନ୍ତ୍ରୀ ହୋଇ ବି ରଖିଛନ୍ତି ୫ ପତ୍ନୀ । ହୁଏତ ଏହି କଥା ଆପଣଙ୍କୁ ବିଶ୍ୱାସ ହୋଇନପାରେ । ହେଲେ ଘଟଣା ପୂରା ସତ । ନୂଆ ନୂଆ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଥିବା ଶାହାବାଜ୍ ଶରିଫ୍ ୫ ସ୍ତ୍ରୀ ରଖିଥିବା ନେଇ ଏବେ ସବୁଠି ଚର୍ଚ୍ଚା । ସମସ୍ତଙ୍କର ଗୋଟିଏ କଥା ଜଣେ ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ କିଭଳି ୫ ଜଣ ପତ୍ନୀ ରଖିଛନ୍ତି ? ଗତ କିଛି ମାସ ଧରି ପାକିସ୍ତାନରେ ରା‌ଜନୈତିକ କନ୍ଦଳ ଦେଖାଦେଇଥିଲା, ଯାହାର ଅନ୍ତ ଘଟାଇ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି ଶାହାବାଜ ।

 

 

ତେବେ ଶାହାବାଜ୍ ଶରିଫଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏବେ ପାକିସ୍ତାନ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ଚାଲିଛି । ଜଣେ ପ୍ରଧାନମନ୍ତ୍ରୀଙ୍କଠାରେ ଏହା ଶୋଭନୀୟ ନୁହେଁ ବୋଲି ଅନେକ ଉଲ୍ଲେଖ କରିଛନ୍ତି । ପାକ୍‌ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଶାହାବାଜ ନିଜ ପ୍ରଥମ ବିବାହ ପାଇଁ ନିଜ ପିତାଙ୍କ ଅନୁମତି ପାଇନଥିଲେ । କିନ୍ତୁ ୧୯୭୩ ମସିହାରେ, ମାତ୍ର ୨୩ ବର୍ଷ ବୟସରେ ସେ ନୁସରତ ଶାହବାଜଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ଔରସରୁ ପାଞ୍ଚ ସନ୍ତାନ ଅଛନ୍ତି । ମିଳିଥିବା ସୂଚନା ଅନୁସାରେ ଶାହାବାଜଙ୍କ ବଡ଼ ପୁଅ ରାଜନୀତିରେ ବେଶ୍‌ ସକ୍ରିୟ ଥିବା ବେଳେ ଦ୍ୱିତୀୟ ପୁଅ ବ୍ୟବସାୟ କରୁଛନ୍ତି ।

 

 

ଏହାପରେ ଶାହାବାଜ୍ ଶରିଫ୍ ୧୯୯୩ ମସିହାରେ ୪୩ ବର୍ଷ ବୟସରେ ଆଲିଆ ହନିଙ୍କୁ ବିବାହ କରିଥିଲେ, ଯାହାଙ୍କର ଗୋଟିଏ କନ୍ୟା ସନ୍ତାନ ରହିଛି । ତାଙ୍କ ନାଁ ଖଦିଜା । ଉଭୟ ସ୍ୱାମୀ-ସ୍ତ୍ରୀ ଭାବେ ୨ ବର୍ଷ ଧରି ରହିବା ପରେ ଆଲିଆଙ୍କୁ ଛାଡପତ୍ର ଦେଇଥିଲେ ଶାହାବାଜ । ପରେ ନିଲୋଫର ଖୋସାଙ୍କୁ ବିବାହ କରିଥିଲେ ଶାହାବାଜ । ଏହା ପରେ, ଶାହାବାଜ୍ ୨୦୦୩ ମସିହାରେ ତେହମିନା ଦୁରାନୀଙ୍କୁ ଗୁପ୍ତରେ ବିବାହ କରିଥିଲେ । ସେହିଭଳି ୨୦୧୨ ମସିହାରେ କଲସୁମ୍ ହଇଙ୍କୁ ବି ଗୁପ୍ତ ବିବାହ କରିଥିଲେ ଶାହାବାଜ୍ ।

 

ମୋଟ୍‌ ଉପରେ କହିବାକୁ ଗଲେ, ପାକିସ୍ତାନ ପ୍ରଧାନମନ୍ତ୍ରୀ ୫ ଥର ବିବାହ କରିଛନ୍ତି । ବର୍ତ୍ତମାନ ଦୁଇ ପତ୍ନୀ ନୁସରତ ଏବଂ ତେହମିନା ଦୁରାନୀଙ୍କ ସହ ରହୁଛନ୍ତି । ଆଉ ତିନି ପତ୍ନୀ ଆଲିଆ ହନି, ନିଲୋଫର ଖୋସା ଏବଂ କଲସୁମ୍ ହଇଙ୍କୁ ଛାଡ଼ପତ୍ର ଦେଇଛନ୍ତି ।